Home ଜିଲ୍ଲା ପରିକ୍ରମା ବିକାଶର ଧାରା ଓଡିଶା ସାରା : ବ୍ଲକ ସ୍ତରୀୟ ହିତାଧିକାରୀ ସମାବେଶ

ବିକାଶର ଧାରା ଓଡିଶା ସାରା : ବ୍ଲକ ସ୍ତରୀୟ ହିତାଧିକାରୀ ସମାବେଶ

1

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଚତୁର୍ଥ ଦିନ ଶନିବାର ପୂର୍ବାହ୍ନରେ ତିହିଡି଼ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ନୀଳମଣି ସଭାଗୃହରେ ହିତାଧିକାରୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡ଼ିଓ ନିରଞ୍ଜନ ବାରିକ ସୂଚନଦେଇ କହିଥିଲେ ଯେ, ୧୭୦ଜଣ ନୂତନ ହିତାଧିକାରୀଙ୍କୁ ଭିନ୍ନକ୍ଷମ ଭତା, ୫୦ହଜାର ୫୮୮ପରିବାରକୁ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ, ୯୬ଜଣଙ୍କୁ ଅନ୍ତଦ୍ୟୋୟ ଗୃହ, ଖାଦ୍ୟ ସୁରକ୍ଷା ଯୋଜନାରେ ୩୩୫ଜଣଙ୍କୁ ରେଶନ କାର୍ଡ଼ ଏବଂ ୨ଶହ ନୂତନ ହିତାଧିକାରୀଙ୍କୁ ଶ୍ରମକାର୍ଡ଼ ବଂଟନ କରାଯିବ ବୋଲି ସୂଚନା ଦେଇଥିଲେ । ତେବେ ଅନ୍ତଦ୍ୟୋୟ ଗୃହ ଯୋଜନାରେ ୪ମାସ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କଲେ ୨୦ହଜାର ଟଙ୍କା ବୋନସ ସହିତ ଭିଭିଜି ରାମଜୀରେ ୨୪ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ।ସରକାରଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ସହାୟତାରାଶି ବିନିଯୋଗକରି ଯୋଜନାର ସୁଫଳ ପାଇବାକୁ ସେ ପରାମର୍ଶ ଦେଇଥିଲେ।ବରେଣ୍ୟ ଅତିଥିଭାବେ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ,ଏବିଡ଼ିଓ ମୀନକେତନ ବାରିକ ଯୋଗଦେଇ କେନ୍ଦ୍ର ସରକାରଙ୍କ ୧୨ବର୍ଷ ଓ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତିରେ ସରକାରଙ୍କ ଯୋଜନାଗୁଡିକ ଉପରେ ଆଲୋକପାତ କରିଥିଲେ।ପରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଓ କାର୍ଡ଼ ବଂଟନ କରାଯାଇଥିଲା । ଏହି ସମାବେଶରେ ବ୍ଲକ ସହଶ୍ରମ ଅଧିକାରୀ ଲୋକନାଥ ଦାସ,ସରପଂଚ ପୁଷ୍ପାଞ୍ଜଳି ଲେଙ୍କା, କୁନ୍ତଳା ମଲିକ, ସୁପ୍ରଭା ପାଣି, ନିହାରିକା ବିଶ୍ୱାଳ, ଚକ୍ରଧର ଦାସ, ସମିତିସଭ୍ୟ ଦେବେନ୍ଦ୍ର ଦାସ, ଅଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ବିପିସି କୌଶିକ ଗିରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.