ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକରେ ବିପିଏମଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ବ୍ଲକରେ କାର୍ଯ୍ୟରତ ସଂଖ୍ୟାଧିକ ସିଆରପି ଓ ଏମ୍ୱିକେ ମାନେ ଶୁକ୍ରବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଅଭିଯୋଗ ଅନୁଯାୟୀ, ପୂର୍ବତନ ଏମ୍ୱିକେ ସସ୍ମିତା ସାହୁ ବିପିଏମଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ବ୍ଲକର ସିଆରପି ଓ ଏମ୍ୱିକେମାନେ ଘଟଣାକୁ ନିନ୍ଦା କରିବା ସହ ସମ୍ପୃକ୍ତ ଏମ୍ୱିକେ ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ସୂଚନା ଅନୁସାରେ, ଚାନ୍ଦବାଲି ଏନଏନସିରେ ଭିତରେ କାର୍ଯ୍ୟରେ ଅନିୟମିତତା ଏବଂ ଅବହେଳା ଅଭିଯୋଗରେ ପୂର୍ବରୁ ଦୁଇଜଣ ଏମ୍ୱିକେ ଓ ତିନିଜଣ ସିଆରପିଙ୍କ ଦରମା ବନ୍ଦ କରାଯାଇଥିଲା। ସେମାନେ କୌଣସି ସ୍ଥାନରେ କାର୍ଯ୍ୟ ମଧ୍ୟ କରୁନଥିବା ଅଭିଯୋଗ ହୋଇଥିଲା।ବର୍ତ୍ତମାନ ବିପିଏମ ବୀଣାପାଣି ପଣ୍ଡା ଉକ୍ତ କର୍ମଚାରୀମାନଙ୍କ ଦରମା ବନ୍ଦ କରିବା ପରେ, ଏମ୍ୱିକେ ସସ୍ମିତା ସାହୁ ଗୁରୁବାର କାର୍ଯ୍ୟାଳୟରେ ପ୍ରବେଶ କରି ବକେୟା ଦରମା ବାବଦରେ ଯୁକ୍ତିତର୍କ କରବା ସହ ଶ୍ରୀମତୀ ପଣ୍ଡାଙ୍କ ସହ ପାଟିତୁଣ୍ଡ କରିକରିଥିବା ବେଳର ଭିଡିଓ ରେକଡିଙ୍ଗ କରି ସୋସିଆଲ ମିଡିଆରେ ଛାଡି ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ଉଦ୍ୟମ କରିଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।ଏହି ଘଟଣା ପରେ ଶୁକ୍ରବାର ବ୍ଲକର ସମସ୍ତ ସିଆରପି ଓ ଏମ୍ୱିକେ ଏକତ୍ରିତ ହୋଇ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଓ ଆଇନ ଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ବିଡ଼ିଓ ସଂଜୀବ କୁମାର ମହାପାତ୍ର କହିଛନ୍ତି ବିପିଏମ ବୀଣାପାଣି ଙ୍କ କହିବା ଅନୁଯାଇ କିଛି ସିଆରପି ଓ ଏମ୍ୱି କେ ମାନେ ତାଙ୍କର କାର୍ଯ୍ୟ ରିପୋଟ ପ୍ରଦାନ କରି ନଥିବା ଏବଂ କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ସିଆରପି ଓ ଏମ୍ୱିକେ ମାନଙ୍କ ଦରମା ବନ୍ଦ ରଖିଛନ୍ତି, ଏହି ବିଷୟରେ ୨ ଦିନ ଭିତରେ ସମୀକ୍ଷା କରାଯିବ ।
Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକରେ ବିପିଏମଙ୍କୁ ଦୁର୍ବ୍ୟବହାର ଘଟଣା: ତାତିଲେ ସିଆରପି ଓ ଏମଭିକେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି








