Home ଜିଲ୍ଲା ପରିକ୍ରମା ବଦଳିବ ପୂର୍ତ ବିଭାଗ ଡାକ ବଙ୍ଗଳାର ଭାଗ୍ୟ, ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଅଚଂଳବାସୀ

ବଦଳିବ ପୂର୍ତ ବିଭାଗ ଡାକ ବଙ୍ଗଳାର ଭାଗ୍ୟ, ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଅଚଂଳବାସୀ

2

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା କୁପାରୀଛକ ଠାରେ ଥିବା ପୁର୍ତ ବିଭାଗ ଡାକ ବଙ୍ଗଳାଟି ବହୁ ପୁରାତନ ଅଟେ । ଏଠାରେ ଥିବା ଏକମାତ୍ର ଡାକ ବଙ୍ଗଳା ଉପରେ ସମସ୍ତ କିଛି ନିର୍ଭର କରୁଥିବା ବେଳେ ରାଜନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀ ମାନଙ୍କ ଗ୍ରସ୍ତ ସମୟରେ ଡାକବଙ୍ଗଳାଟି ଚଳଚଚଂଳ ହୋଇଥାଏ । ହେଲେ ଜରାଜୀର୍ଣ୍ଣ କୋଠା ସାଙ୍ଗକୁ ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଚିନ୍ତା ପ୍ରକଟ୍ଟ କରିଛନ୍ତି ଅଚଂଳବାସୀ । ୧୯୫୫ ମସିହାରେ ଏହି ଡାକ ବଙ୍ଗଳାଟି ନିର୍ମାଣ କରାଯାଇଥିଲା । ଗତ ୨୦୧୧ ମସିହାରେ ଏହାକୁ ପୁନଃ ମରାମତି କରାଯାଇଥିଲା । କିଛି ବର୍ଷର ବ୍ୟବଧାନ ପରେ ଡାକ ବଙ୍ଗଳାଟିର ଚିତ୍ର ପୂର୍ବ ଅବସ୍ଥାକୁ ଫେରି ଆସିଛି । ଅତିଥିଙ୍କ ରହଣି ପାଇଁ ଆବଶ୍ୟକୀୟ ଉପକରଣ ନଥିବା ବେଳେ ଭଙ୍ଗା ଚେୟାର , ଟେବୁଲ୍‌, କବାଟ, ଝରକା ଏଠାରେ ଶୋଭା ପାଉଛି । ଆବଶ୍ୟକୀୟ ଆକୁଆଗାର୍ଡ, ଟ୍ୱିୱେଲ୍ ନଥିବା ଯୋଗୁ ପିଇବା ପାଣି ଟୋପେ ମିଳେ ନାହିଁ । ଆବର୍ଜନା କୁଣ୍ଡ ନଥିବାରୁ ବିଭିନ୍ନ ସମୟରେ ଅତିଥିଙ୍କ ଆଗମନ ପରେ ଡାକ ବଙ୍ଗଳା ପରିସର ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଯୋଗୁ ସରିସୃପ ଓ ମଶାଙ୍କ ବାସ ସ୍ଥାନ ପାଲଟିଛି । ଅନ୍ୟପକ୍ଷରେ ଏଠାରେ ଥିବା କର୍ମଚାରୀ ଗୃହଟି ଭଗ୍ନ ସ୍ତୁପରେ ପରିଣତ ହେଲାଣି । ପୂର୍ବ ସରକାର ସମୟରେ ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ସଠିକ୍ ଢଙ୍ଗରେ କାର୍ଯ୍ୟ ହୋଇ ନଥିବାରୁ ଡାକ ବଙ୍ଗଳା ଛାତରୁ କେତେବେଳେ ପ୍ଲାଷ୍ଟର ଖସେତ ଫ୍ୟାନ୍‌, କବାଟ,ଝରକା ଠିକ୍ ସେ କାମ କରେ ନାହିଁ । ଗତ ୨ ତାରିଖରେ ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ ଆଗରପଡା ଗ୍ରସ୍ତରେ ଆସିଥିବା ବେଳେ ଏହି ଡାକ ବଙ୍ଗଳା ଠାରେ ଅବ୍ୟବସ୍ଥା ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ଖୁବ୍‌ଶୀଘ୍ର ଡାକ ବଙ୍ଗଳାକୁ ନବେ କଳେବର କରିବା ନେଇ ଦଳୀୟ କର୍ମୀଙ୍କୁ ପ୍ରତିଶୃତି ଦେଇଥିଲେ ।
ମତାମତ-
ରାମଚନ୍ଦ୍ର ନାୟକ ( ସଭାପତି, ଆଚଂଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ,ଆଗରପଡା) – ଆଗରପଡା ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜନ୍ମମାଟି,ନିକଟ ଭବିଷ୍ୟତରେ ମାନ୍ୟବର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ସ୍ଥାନ ନିରୂପଣ କରି ସ୍ମାରକୀ ପୀଠ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ ପନ୍ଥା ଗ୍ରହଣ କରିଛନ୍ତି । ଆଗରପଡା ଡାକବଙ୍ଗଳାର ପୁନଃରଉଦ୍ଧାର, ,ନବକଳେବର, ଡାକବଙ୍ଗଳା ପରିସର ପରିଷ୍କାର ପରିଚ୍ଛନ୍ନକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବା ଅତ୍ୟନ୍ତ ଆବଶ୍ୟକ ।
ମନୋରଞ୍ଜନ ଘଡେଇ (ଅଧ୍ୟକ୍ଷ,ବନ୍ତ ବ୍ଲକ) ବରପୁତ୍ର ଐତିହ୍ୟ ଗ୍ରାମରେ ଆଗରପଡାକୁ ସାମିଲ୍ କରାଯାଇଛି । ମହତାବଙ୍କ ଜନ୍ମ ମାଟିରେ ଏକମାତ୍ର ଡାକ ବଙ୍ଗଳାର ଆଧୁନିକକରଣର ଆବଶ୍ୟକତା ରହିଛି । ଆଗକୁ ବହୁ ବଡଝ ବଡ ରାଜନେତା ଓ ଅଧିକାରୀ ଏଠାକୁ ଆସିବେ । ଆମ୍ଭେ ତୁରନ୍ତ ନବକଳେବର ନେଇ ଚେଷ୍ଟିତ ଅଛୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.