ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଧାମରା ଭାରତର ଦ୍ୱିତୀୟ ବୃହତମ ବନ୍ଦର ର ମାନ୍ୟତା ପାଇଥିବା ବେଳେ ଏହି ଅଂଚଳ ଦ୍ୱୀପତଳ ଅନ୍ଧାର।ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ -୨ଙ୍କ ଅଧିନରେ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଟି କାର୍ଯ୍ୟରତ। କିନ୍ତୁ ଆଜି ଭଳି ଦିନରେ ଧାମରା ଅଂଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛି ବୋଲି ଚନ୍ଦନୀପାଳ ବାଲିଚର ମତ୍ସ୍ୟଜିବୀ ସଂଘ ଅଭିଯୋଗ ଆଣିଛି। ଏହି ଅଭିଯୋଗ ଅନୁଯାଇ ଦୀର୍ଘ ବର୍ଷ ବର୍ଷ ଧରି ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ଠାରୁ ମାତ୍ର ୧କି.ମି ଲମ୍ବ ବିଶିଷ୍ଟ ରାସ୍ତା କୁ ନିର୍ମାଣ କରିବାକୁ ଚନ୍ଦନୀପାଳ ବାସୀ ବହୁ ବାର ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଲିଖିତ ଅଭିଯୋଗ ସଂପୃକ୍ତ ଅଧିକାରୀ ପାଇବା ପରେ ମଧ୍ୟ କୌଣସି ଦୃଷ୍ଟି ଦେଉ ନାହାନ୍ତି ଫଳରେ ଏହି ରାସ୍ତା ଟି ସଂପୂର୍ଣ ଯାତାୟତ ଅନୁପଯୋଗୀ ହୋଇ ପଡିଛି। ଏହି ୧ କି.ମି ଢଳେଇ ରାସ୍ତା ସଂପୂର୍ଣ ଫାଟି ଯାଇଥିବା ବେଳେ ରାସ୍ତାର ଦୁଇ ପାଶ୍ୱର୍ ମଧ୍ୟ ଦିନକୁ ଦିନ ଖାଇ ଚାଲିଛି । ଏହି ରାସ୍ତା ମରାମତି କରିବାକୁ ବହୁବାର ନିବେଦନ କରିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ଦୃଷ୍ଟି ନ ଦେବାରୁ ଚନ୍ଦନୀପାଳ ବାଲିଚର ମତ୍ସ୍ୟଜିବୀ ସଂଘ ୩ଲକ୍ଷ ଟଙ୍କା ଖର୍ଚ କରି ରାସ୍ତାର ଦୁଇ ପାଶ୍ୱର୍କୁ ରକ୍ଷା କରିବାକୁ ଯାଇ ୪ଶହ ଟ୍ରିପ ମାଟି ଏବଂ ୩ଟ୍ରିପ ମୋରମ ଆଣି ଏହି ରାସ୍ତାକୁ ସୁରକ୍ଷା ଦେଇଛନ୍ତି । କେଉଁ ପରିସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ରାସ୍ତା କୁ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି ବୋଲି ସଂପୃକ୍ତ ଉପଖଣ୍ଡ ଅଧିକାରୀ ତଥା ଅଧୀକ୍ଷଣ ଯନ୍ତ୍ରୀ ରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କିଛି କହି ପାରିବେ ନାହିଁ ଯାହା ପଚାରିବାର ଅଛି କନିଷ୍ଠଯନ୍ତ୍ରୀଙ୍କୁ ପଚାର ବୋଲି କହିଥିଲେ। ଜଣେ ବ୍ୟକ୍ତି ଯିଏକି ଚାହିଁଲେ ଗୋଟିଏ ଦିନରେ ଏହି ଯାତାୟତ ରାସ୍ତାକୁ ନିର୍ମାଣ କରି ପାରିବାର କ୍ଷମତା ଥିବା ସତ୍ୱେ ଏଭଳି ଅରୁଚିକର ମନ୍ତବ୍ୟ ଦେଲେ ତାହା ସଭ୍ୟ ସମାଜ ପ୍ରତି ଗ୍ରହଣୀୟ ନୁହେଁ ବୋଲି ବାଲିଚର ମତ୍ସ୍ୟଜିବୀ ସଂଘ ଅଭିଯୋଗ ଆଣିଛି। ଭଦ୍ରକ ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବାଲିଚର ମତ୍ସ୍ୟଜିବୀ ସଂଘର ଅଶୋକ ଗିରି, ଗୁଇମନ ଜାନା,ନନ୍ଦଲାଲ ମଣ୍ଡଳ, ସୁମନ୍ତ ପ୍ରଧାନ, ସୁଦର୍ଶନ ମାଇତି, ଦୀନବନ୍ଧୁ ବିଶ୍ୱାଳ , ଶଶାଙ୍କ ଶେଖର ଜାନା ପ୍ରମୁଖ ଦାବୀ କରିଛନ୍ତି।








