ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଉନ୍ନୟନମୂଳକ ଓ ଯୋଜନାଭିତିକ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ (ଏସିଡିସି ସଭା) ଏବଂ ଜିଲ୍ଲା ଯୋଜନା ସମିତି ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଭଦ୍ରକର ନୂତନ ପ୍ରଦକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ସମିତିର ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସଭାରେ ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମାକି ହବିବ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ପ୍ରହ୍ଲାଦ ରଣା, ଜିଲ୍ଲା ଯୋଜନା ଓ ପଯ୍ୟାଲୋଚନା କାର୍ଯ୍ୟାଳୟ ,ଭଦ୍ରକର ଅର୍ଥନୀତି ବିଶେଷଜ୍ଞ ଡଃ ଭଗବାନ ବାରିକ, ଜିଲ୍ଲା ପରିଷଦ ସଦସ୍ୟ ମଳୟ ଜେନା ଏବଂ ଭଦ୍ରକ ଅତିରିକ୍ତ ଏସ୍ପି ବିଶ୍ୱପତି ପଣ୍ଡା ଉପସ୍ଥିତ ଥିଲେ । ସଭାରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଚାଲୁଥିବା ସରକାରୀ ଯୋଜନାର ଅଗ୍ରଗତି, ସାଧାରଣ ଲୋକଙ୍କ ସୁବିଧା ସହ ପ୍ରଶାସନିକ ସମନ୍ୱୟ ଉପରେ ବିସ୍ତୃତ ସମୀକ୍ଷା ଓ ଆଲୋଚନା କରାଯାଇଥିଲା । ଉନ୍ନୟନମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ସହ ଲୋକମୁଖୀ ଯୋଜନାର ସଫଳ କାର୍ଯ୍ୟନ୍ୱୟନ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ବିଧାୟକ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଯଥା ସିଡିଏମ୍ଓ, ଏନ୍ଏଚ୍ଏଆଇ ବିଭାଗ, ଆର ଆଣ୍ଡ ବି ବିଭାଗ, ଆରଡି ବିଭାଗ, ପୋଲିସ ବିଭାଗ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନଙ୍କୁ ନେଇ ଜିଲ୍ଲାର ବିକାଶମୂଳକ ଯୋଜନା ଓ ବାକି ରହିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ । ବିଶେଷକରି ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ରହିଥିବା କାର୍ଯ୍ୟଗୁଡ଼ିକୁ ନେଇ ସେ ଗଭୀର ଚିନ୍ତା ପ୍ରକାଶ କରିବା ସହ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ସମାପ୍ତ କରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ଭଦ୍ରକର ଅଧିକାରୀ ଭୋଳାନାଥ ରାଉଳ, ହରିହର ଗୁଇନ ଓ ସୁଭ୍ରାଙ୍ଗିନୀ ବେହେରା ସଭା ପରିଚାଳନାରେ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ଭଦ୍ରକରେ ଉନ୍ନୟନ ଓ ଯୋଜନାମୂଳକ କାର୍ଯ୍ୟକ୍ରମର ସମୀକ୍ଷା, ଜିଲ୍ଲାର ବିକାଶ ଓ ସରକାରୀ ଯୋଜନା ନେଇ...








