Home ଜିଲ୍ଲା ପରିକ୍ରମା ଓଲଙ୍ଗ ମହିଳା ଜନ ଆକ୍ରୋଶ ମହିଳା ସମାବେଶରେ ଯୋଗଦେଲେ ବିଧାୟକ ସୀତାଂଶୁ

ଓଲଙ୍ଗ ମହିଳା ଜନ ଆକ୍ରୋଶ ମହିଳା ସମାବେଶରେ ଯୋଗଦେଲେ ବିଧାୟକ ସୀତାଂଶୁ

15

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ର ନୋଡାଲ ସ୍କୁଲ୍ ନିକଟରେ ଦେବର କୁଣ୍ଡ ମଣ୍ଡଳ ପକ୍ଷ ରୁ ଏକ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ଶହ ଶହ ସଂଖ୍ୟାରେ ମହିଳା ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ଓଲଙ୍ଗ ସ୍କୁଲ ଠାରୁ ଫିସରୀ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଏକତ୍ରିତ ହୋଇଥିଲେ । ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର, ଜିଲ୍ଲା ସଭାନେତ୍ରୀ ରମିତା ପାଢ଼ୀ, ସମ୍ପାଦିକ ଅନୁସୟା ପଣ୍ଡା ଦେବର କୁଣ୍ଡ ମଣ୍ଡଳ ସଭାପତି ଲକ୍ଷ୍ମଣ ମୁଦୁଲି, ମଣ୍ଡଳ ସଭା ନେତ୍ରୀ ସସ୍ମିତା ପାଣିଗ୍ରାହୀ, ଦେବରକୁଣ୍ଡ ମଣ୍ଡଳ ପକ୍ଷରୁ ଆୟୋଜିତ “ମହିଳା ଆକ୍ରୋଶ ଶୋଭାଯାତ୍ରା”ରେ ମାତୃଶକ୍ତିଙ୍କ ନାରୀ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ମାତୃଶକ୍ତିଙ୍କ ଆତ୍ମବିଶ୍ୱାସ, ଜାଗୃତି ଓ ସଂଘର୍ଷମୟ ସ୍ୱର ହେଉଛି ସଶକ୍ତ ଭାରତ ଗଠନର ମୂଳ ଆଧାର। କଂଗ୍ରେସ ଓ ତାଙ୍କ ସମର୍ôଥତ ଦଳମାନଙ୍କ ଦ୍ୱାରା ନାରୀ ସମ୍ମାନକୁ ଅବମାନିତ କରୁଥିବା ମନୋଭାବ ବିରୋଧରେ ଏହି ଜନଆକ୍ରୋଶ ହେଉଛି ଲୋକମାନଙ୍କ ଦୃଢ଼ ସ୍ୱର। ନାରୀ ସମ୍ମାନ ସହ କୌଣସି ପ୍ରକାରର ଅନ୍ୟାୟକୁ କେବେ ମଧ୍ୟ ବରଦାସ୍ତ କରାଯିବ ନାହିଁ। ସଭାନେତ୍ରୀ କହିଥିଲେ ।ବିରୋଧୀ କଂଗ୍ରେସ ଦଳ ମା’ ମାନଙ୍କୁ ଅସମ୍ମାନ ଓ ମହିଳା ସଂରକ୍ଷଣ ବିଲ୍ ବିରୋଧକୁ ନେଇ ନାରୀନେତ୍ରୀ ମଣ୍ଡଳ ସଭାପତି ବକ୍ତବ୍ୟ ରଖିଥିଲେ ଆଗାମୀ ଦିନରେ ମହିଳା ମାନଙ୍କ ଏହି ଅସନ୍ତୋଷରେ କଂଗ୍ରେସ ଦଳ ସତା ହରାଇବ ବୋଲି ବକ୍ତବ୍ୟରେ କହିଥିଲେ ପଦାଧିକାରୀ । ଏହି ଅବସରରେ ରାହୁଲ ଗାନ୍ଧୀ କୁଶ ପୁତଳିକା ଦାହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.