Home ଜିଲ୍ଲା ପରିକ୍ରମା ଧାମନଗର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି

ଧାମନଗର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି

14

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ‘କଷ୍ଟ କଟିଂ’ ନାମରେ ବିଭାଗ ପକ୍ଷରୁ ଡିସି ସ୍କ୍ୱାଡ, ସିସିସି ଏବଂ ପିଏସଏସ ହେଲ୍ପର ମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ପ୍ରତିବାଦରେ ‘କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ସଂଘ’ ପକ୍ଷରୁ ଏହି ଧାରଣା ଦିଆଯାଇଥିଲା।ସଂଘର ସମ୍ପାଦକଙ୍କ ଆହ୍ୱାନ କ୍ରମେ ଧାମନଗର ସେକସନରେ କାର୍ଯ୍ୟରତ ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ଏକଜୁଟ ହୋଇ ଏକ ଘଂଟା ଧରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ବିନା କୌଣସି ଯଥାର୍ଥ କାରଣରେ ଏବଂ ମନମୁଖୀ ଭାବେ କର୍ମଚାରୀଙ୍କୁ ଛଟେଇ କରାଯିବାକୁ ସଂଘ ତୀବ୍ର ନିନ୍ଦା କରିଛି। ଟର୍ମିନେସନ କରାଯାଇଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ଦିଆଯାଉ,କଷ୍ଟ କଟିଂ’ ବାହାନାରେ କର୍ମଚାରୀଙ୍କୁ ଛଟେଇ କରିବା ବନ୍ଦ କରାଯାଉ।ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଅବିଳମ୍ବେ ଏହି ଦାବି ପୂରଣ ନହୁଏ, ତେବେ ଆଗାମୀ ଦିନରେ ସଂଘ ନିଷ୍ପତି ଅନୁଯାୟୀ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ।ଏହି କାର୍ଯ୍ୟକ୍ରମରେ ସଂଘଠକ ପ୍ରତାପ ଦାସ, ଏକଲବ୍ୟ ଦେହୁରୀ, ସଭ୍ୟ ନିରଞ୍ଜନ ମହାପାତ୍ର, ଅନିରୁଦ୍ଧ ସାହୁ, ପ୍ରଦୀପ ଦାସ, ଅଶୋକ ସାହୁ, ତାପସ ବାରିକ, ଆଲୋକ ଜେନା, ତାପସ ପଣ୍ଡା, ଜଗନ୍ନାଥ ବେହେରା, ବିକାଶ ପଣ୍ଡା, ଅବିନାଶ ରାଉତ ଏବଂ ସୂର୍ଯ୍ୟକାନ୍ତି ସାହୁଙ୍କ ସମେତ ବହୁ କର୍ମଚାରୀ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.