Home ଜିଲ୍ଲା ପରିକ୍ରମା ନିଟ ପରୀକ୍ଷାରେ ଭଲ ପ୍ରଦର୍ଶନ କରିନଥିବା ଜାଣି ଫ୍ୟାନରେ ରଶି ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା

ନିଟ ପରୀକ୍ଷାରେ ଭଲ ପ୍ରଦର୍ଶନ କରିନଥିବା ଜାଣି ଫ୍ୟାନରେ ରଶି ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା

9

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଟ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ଥିବା ଜାଣି ଫ୍ୟାନରେ ରଶି ଲଗାଇ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ। ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗ୍ରାମରେ ଜ୍ୟୋତିପ୍ରକାଶଙ୍କ ଘର। ବାପ ଚା ଦୋକାନ କୁ ମାଆ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଭଦ୍ରକ ସ୍ଥିତି ଭଡା ଘରେ କରିଛି ଆତ୍ମହତ୍ୟା। ସୂଚନା ଅନୁଯାୟୀ ତିହିଡି଼ ଥାନା ଅଧିନସ୍ଥ ନୁନ୍ଦର ଗ୍ରାମର ଗିରିଧାରୀ ବାରିକ ଦୀର୍ଘ ବର୍ଷ ହେବ ଭଦ୍ରକ ସହରରେ ଏକ ଭଡା ଘରେ ରହି ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଘରେ ପତ୍ନୀ ଓ ପୁଅ ଜ୍ୟୋତିପ୍ରକାଶ ମଧ୍ୟ ରହୁଥିଲେ। ପୁଅ ଜ୍ୟୋତି ପ୍ରକାଶ ଚଳିତ ବର୍ଷ ନିଟ ପରୀକ୍ଷା ଦେଇଥିଲେ। ତେବେ ପ୍ରଥମ ପରୀକ୍ଷାରେ ବିଫଳ ହେବା ପରେ ଗତ ରବିବାର ଦିନ ଦ୍ୱିତୀୟ ଥର ପରୀକ୍ଷା ଦେବା ପରେ ଘରେ ଆସି ନିଜେ ମାର୍କିଂ କରିଥିଲେ। ତେବେ ମାର୍କିଂ ସମୟରେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ଥିବା ଜାଣିବାକୁ ପାଇଥିଲେ। ପରୀକ୍ଷା ଫଳ ଏଥର ମଧ୍ୟ ଖରାପ ହେବ ବୋଲି ସନ୍ଦେହ କରି ବାପା ଓ ମାଆ ଚା ଦୋକାନରେ ଥିବାବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଜ୍ୟୋତିପ୍ରକାଶ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରକୁ ଫେରି ପୁଅକୁ ଝୁଲୁ ଥିବାର ଦେଖି ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣା କୁ ନେଇ ଡାକ୍ତରଖାନା ପରିସର ଜ୍ୟୋତିପ୍ରକାଶଙ୍କ ପରିବାର ଓ ସଂପର୍କୀୟଙ୍କ କାନ୍ଦ ବୋବାଳିରେ ଫାଟି ପଡିଥିଲା। ଏଭଳି ଶୋକାକୁଳ ପରିବେଶ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.