ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ଆରସା ଗ୍ରାମର କମଳାକାନ୍ତ ସ୍ୱାଇଁ (୭୦) ଙ୍କର ବୁଧବାର ପୂର୍ବାହ୍ନରେ ପରଲୋକ ଘଟିଛି । ସୋମବାର ସେ ହଟାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ବିୟୋଗ ଘଟିଥିବା ଜଣାଯାଇଛି । ସ୍ୱର୍ଗତ କମଳାକାନ୍ତ ବିଜେଡ଼ିର ଜଣେ ସକ୍ରିୟ ନେତା ଭାବେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ସେ ଦଳୀୟ ସମର୍ଥନରେ ପଂଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପଂଚାୟତରେ ୧୯ ୯୨ରୁ ୯୭ପର୍ଯ୍ୟନ୍ତ ସମିତିସଭ୍ୟରହି ଲୋକମାନଙ୍କର ସେବାକରି ପ୍ରିୟ ଭାଜନ ହୋଇପାରିଥିଲେ।ଏହାଛଡ଼ା ସେ ମଧ୍ୟ ଆରସା ସମବାୟ ସମିତିର ସଭାପତି ଥିଲେ ।କ୍ଷ ତାଙ୍କ ମର ଶରୀର ଅପରାହ୍ନରେ ପହଂଚିବାପରେ ତିହିଡି ବଜାର ସ୍ଥିତ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା।ସେଠାରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବିଷ୍ଣୁବ୍ରତ ରାଉତରାୟ, ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର ନାୟକ, ପୂର୍ବତନ ସରପଂଚ ହରେକୃଷ୍ଣ ଜେନା, ବିଷ୍ଣୁ କୁଅଁର, ଅଜୟ ରାଉତ,ବିଜେଡି ନେତା ଗଣେଶ ପ୍ରସାଦ ନାୟକ, ସଂଗ୍ରାମ ଦାସ, ପଦ୍ମଲୋଚନ ପତି,ଅନିରୁଦ୍ଧ ବାରିକ, ରାଜୁ ରାଉତ,କୈଳାଶ ରାଉଳ,କମଳା କାନ୍ତ ଦାସ, ସୁଧାଂଶୁ ମହାଳିକ, କଂଗ୍ରେସ ନେତା ପିତାମ୍ବର ସେଠି,ସୁରେଶ ମହାପାତ୍ର,ଆଇନଜୀବୀ ଉମାକାନ୍ତ ଦାସ,ସମାଜସେବୀ ରତିକାନ୍ତ ଦାସ,ସୁଧାଂଶୁ ଶେଖର ନାୟକ, ଦୀପକ ସ୍ୱାଇଁ,ବିରେନ୍ଦ୍ର ସାହୁ,ଧୀରେନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷଦର୍ଶନକରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ତାଙ୍କ ମରଶରୀରକୁ ପଂଚାୟତ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାସଭବନ ପର୍ଯ୍ୟନ୍ତ ନିଆଯାଇଥିଲା। ତାଙ୍କ ପରଲୋକ ଖବରପାଇ ପୂର୍ବତନ ବିଧାୟକ ବିଜୟ କୁମାର ନାୟକ,ଧାମନଗର ନେତା ଡା ସଞ୍ଜୟ ଦାସ,ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ,ଜିଲ୍ଲା ପାରିଷଦ ସଭ୍ୟା ସୁଶ୍ରୀ ବିଦ୍ୟତ ଲତା ନାୟକ, ଆଇନଜୀବୀ ଚିନ୍ତାମଣି ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।








