Home ଜିଲ୍ଲା ପରିକ୍ରମା କବି ସଦାନନ୍ଦ ସାହୁ ଥିଲେ ବହୁ ପ୍ରତିଭାର ଅଧିକାରୀ

କବି ସଦାନନ୍ଦ ସାହୁ ଥିଲେ ବହୁ ପ୍ରତିଭାର ଅଧିକାରୀ

8

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରକୃତି, ପରିବେଶ, ଜୀବନଧର୍ମୀ, ଦେଶାତ୍ମବୋଧକ, ଲୋକ ସଂସ୍କୃତି, ଲୋକ ପରମ୍ପରା, ସଙ୍ଗୀତ, କବିତା ସ୍ରଷ୍ଟାଙ୍କୁ ଅମର କରିଥାଏ। ଭାଷା ସାହିତ୍ୟ ସମାଜକୁ ବିକାଶଶୀଳ କରିବାରେ ସକ୍ଷମ ହୋଇପାରିବ। ଏକଦା ମହାତ୍ମା ଗାନ୍ଧୀ କହିଥିଲେ, ଗୋଟିଏ ଜାତି ବା ପ୍ରଦେଶକୁ ଜାଣିବାକୁ ହେଲେ ପ୍ରଥମେ ସେ ଅଂଚଳର ଭାଷା ଏବଂ ଭାଷାର ସ୍ରଷ୍ଟାଙ୍କୁ ଜାଣିବା। ସେମାନଙ୍କୁ ସର୍ବଗ୍ରେ ସମ୍ମାନ ଦେବା ଏକାନ୍ତ ଆବଶ୍ୟକ ବୋଲି କବି ସ୍ୱର୍ଗତ ସଦାନନ୍ଦ ସାହୁଙ୍କ ପଂଚମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତିସଭାରେ ବକ୍ତାମାନେ କହିଥିଲେ। ଚରମ୍ପା ଆରସିବିଏଲ୍ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ କବିଙ୍କ ବାସଭବନରେ ଶିକ୍ଷାବିତ୍ ତଥା ପ୍ରାବନ୍ଧିକ ଗଗନ ବିହାରୀ ରାଉତଙ୍କ ସଭାପତିତ୍ୱ ଓ ଚରମ୍ପା ସାହିତ୍ୟ ମଂଚ ସମ୍ପାଦକ ବାବୁଲାଲ ଦାସଙ୍କ ସଂଯୋଜନା ରେ ରେ ମୁଖ୍ୟଅତିଥି ଭାବେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ କବି ସଦାନନ୍ଦ ସାହୁଙ୍କ କବିତାର ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖୁଥିଲେ। ମୁଖ୍ୟବକ୍ତା ଭାବେ ଶିଶୁ କବି ଇଂ ଅଭୟ ସୁତାର, ବରେଣ୍ୟ ବକ୍ତା ଭାବେ ଡ଼. ରାଧାରାଣୀ ମହାପାତ୍ର,ବାବା ଆଖଣ୍ଡଳମଣି କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର, ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖୁଲାର, ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ଖାମୁରାଇ, ଡା ଅନିଲ କୁମାର ଦାଶ କବି ସଦାନନ୍ଦ ସାହୁ ଥିଲେ ବହୁ ପ୍ରତିଭାର ଅଧିକାରୀ ଥିଲେ କହିଥିଲେ ଏହି ଅବସରରେ କବିତା ସଂଯୋଜନା କରିଥିଲେ କବି ବିଜୟ ବହଳି,ନାରାୟଣ ପ୍ରଧାନ, ନାରାୟଣ ଚନ୍ଦ୍ର ପାଢ଼ୀ,କବାୟତ୍ରୀ ମମତା ରାଣୀ ଦାଶ, ଗୀତାଞ୍ଜଳି ଅଗସ୍ତି, ମନୋରମା ରାୟ ରମେଶ ଚନ୍ଦ୍ର ସ୍ୱାଇଁ ଓ କବିତା ପାଠ କରିଥିଲେ ରମେଶ ଦାସ, ବିପ୍ଳବ ହୋତା, ଅବନି ପ୍ରଧାନ, ପ୍ରବୋଧ ଅଗସ୍ତି । ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତାରି ମହାପାତ୍ର, ନାରାୟଣ ବିଶ୍ୱାଳ, ଶାସଧର ଉପାଧ୍ୟୟ , ରମେଶ ପାଗଳ ଓ ଝିଅ ଚଗଲି ଓ ଟିକନ, ଜ୍ୱାଇଁ ବିଜୟ ଓ ଦେବ ପତ୍ନୀ ଗଙ୍ଗାରାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କବି ସଦାନନ୍ଦ ସାହୁଥିଲେ ଅମ୍ଳାନ ପ୍ରତିଭା । ପ୍ରକୃତିର ଚିତ୍ରଣ, ପରିବେଶର ଗାଥା, ଦେଶାତ୍ମବୋଧକ ଭାବଧାରା ଏବଂ ଲୋକ ପରମ୍ପରାର ଚିତ୍ରଣ ତାଙ୍କ କବିତାରୁ ବାରିହୋଇ ପଡ଼ୁଥିଲା। ୩୦ଜଣ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତି କରିଥିଲେ। ଏହି ଶେଷରେ ବିନୋଦ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.