ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ସରମଙ୍ଗା ଶନି ମନ୍ଦିର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ସମାଜସେବୀ ଚନ୍ଦନ କୁମାର ମହାପାତ୍ରଙ୍କ ଜନ୍ମ ବାର୍ଷିକ ଅବସରରେ ଅନୁଷ୍ଠିତ ଏହି ଶିବିରକୁ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଉମେଶ ଚନ୍ଦ୍ର ଜେନା ଉଦ୍ଘାଟନ କରି ରକ୍ତଦାନ କରିବାକୁ ଆସିଥିବା ଦାତା ମାନଙ୍କୁ ଏହା ଶ୍ରେଷ୍ଠ ସେବା ବୋଲି କହିଥିଲେ । ଭଦ୍ରକ ବରିଷ୍ଠ ନାଗରିକ ମହାସଂଘର ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜନ୍ମ ଦିନକୁ ସ୍ମରଣୀୟ କରିବା ନେଇ ରକ୍ତଦାନ ଶିବିର ଆୟୋଜନ ମହାନ୍ କାର୍ଯ୍ୟ ବୋଲି କହିଥିଲେ । ବରିଷ୍ଠ ନାଗରିକ ପ୍ରଶାନ୍ତ କୁମାର ମହାପାତ୍ର, ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ମହାସଂଘର ଉପ-ସଭାପତି ବସନ୍ତ କୁମାର ମହାପତ୍ର, ସମ୍ପାଦକ ରାମଚନ୍ଦ୍ର ପଣ୍ଡା, ସ୍ଥାନୀୟ ସରପଚଂ ଅକ୍ଷୟ ପ୍ରସାଦ ମହାନ୍ତି, ପୂର୍ବତନ ସରପଚଂ ଦେବୀଦତା ମହାନ୍ତି ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଭଦ୍ରକ ରକ୍ତଭାଣ୍ଡାରର ଡାକ୍ତର ବିମଳା ମିଶ୍ର, ରତିକାନ୍ତ ବଳ, ନିଳିମା ସ୍ୱାଇଁ, ଅରୁଣ କୁମାର ପରିଡା, ରବିନ୍ଦ୍ର କୁମାର ଜେନାଙ୍କ ଦ୍ୱାରା ୫୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ ପୋଗ୍ରାମ୍ ମ୍ୟାନେଜର ପ୍ରମୋଦ କୁମାର ଭୂୟାଁ, ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁରେଶ କୁମାର ପ୍ରଧାନ, ଦୋଳ ଗୋବିନ୍ଦ ଧଳ, ଗଙ୍ଗାଧର ରାଉଳ, ଶରତ ମହାନ୍ତି, ହରିହର ବାରିକ, କୃଷ୍ଣ ଚନ୍ଦ୍ର ରାଉଳଙ୍କ ସମେତ ଶନି ମନ୍ଦିର ଟ୍ରଷ୍ଟର ସଭ୍ୟ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।








