Home ଜିଲ୍ଲା ପରିକ୍ରମା ରାଣୀତାଲ ପାଇଁ ଗୌରବ ଆଣିଲେ ପାର୍ଥ ପ୍ରତିମ

ରାଣୀତାଲ ପାଇଁ ଗୌରବ ଆଣିଲେ ପାର୍ଥ ପ୍ରତିମ

3

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତକାଲି ପ୍ରକାଶ ପାଇଁ ଦଶମ ଶ୍ରେଣୀ ପରୀକ୍ଷାରେ ରାଣୀତାଲ ଅଂଚଳ ପାଇଁ ଗୌରବ ଆଣିଛନ୍ତି ରମ୍ଭିଳା ଉଚ୍ଚ ବିଦ୍ୟାଳୟର ଛାତ୍ର ପାର୍ଥ ପ୍ରତିମ ବାରିକ। ଯୁଗ୍ମ ଭାବେ ଭଦ୍ରକ ବ୍ଲକ ଟପର ହୋଇଥିବା ବାରିକ ପୂର୍ବତନ ସିଆର ସିସି ପ୍ରଶାନ୍ତ ବାରିକ ଓ ରଶ୍ମିତା ମହାପାତ୍ରଙ୍କର ଏକମାତ୍ର ପୁତ୍ର। ଭବିଷ୍ୟତରେ ଜଣେ ଡାକ୍ତର ହେବାର ସ୍ୱପ୍ନ ରଖିଥିବା ପାର୍ଥ ପ୍ରତିମ ସଫଳ ତାର ଶ୍ରେୟ ସମସ୍ତ ଗୁରୁଜନଙ୍କୁ ଦେଇଛନ୍ତି। ସେହିଭଳି ରମ୍ଭିଳା ଉଚ୍ଚ ବିଦ୍ୟାଳୟର ସ୍ୱୟଂପ୍ରଭା ମହାପାତ୍ର, ସତ୍ୟ ସୌରଭ ମହାପାତ୍ର, ହିମାଂଶୁ ଦାସ ଓ ଓମ ପ୍ରକାଶ ବାରିକ ଏ ୧ରେ ପାସ କରିଥିବା ଜଣା ପଡିଛି। ସେହିଭଳି କାନ୍ତକବି ଉଚ୍ଚ ବିଦ୍ୟାଳୟର ଛାତ୍ର ହିତେଶ କୁମାର ଭଞ୍ଜ, ବନ୍ଧଗାଁ ହାଇସ୍କୁଲର ଛାତ୍ରୀ ଅଭିଲିପ୍ସା ନାୟକ, ଲଲାଜୀ ହାଇସ୍କୁଲର ଛାତ୍ରୀ ସ୍ମୃତିରେଖା ମୁଦୁଲି ଏ୧ରେ ପାସ କରିଥିବାରୁ ଶିକ୍ଷାବିତ ଭାଗିରଥି ନାୟକ, ଚନ୍ଦ୍ରକାନ୍ତ ଶୁକ୍ଳ, କାନ୍ତକବି ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ସାହୁ,ବନ୍ଧଗାଁ ହାଇସ୍କୁଲ ପ୍ରଧାନଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁ, ଶିକ୍ଷାବିତ ସୁବାସ ଚଦ୍ର ବେହେରା,ଲାଲାଜୀ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଦିପ୍ତିମୟୀ ସାହୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.