Home ଜିଲ୍ଲା ପରିକ୍ରମା ମା’ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଏ ଏବଂ ମାଟି ଦିଏ ପରିଚୟ, ମାତୃଶକ୍ତି ବନ୍ଦନ:...

ମା’ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଏ ଏବଂ ମାଟି ଦିଏ ପରିଚୟ, ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ -୨୦୨୬ ଉଦ୍ଘାଟିତ

1

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଏକ ଶବ୍ଦ ନୁହେଁ,ଏକ ସ୍ନେହାପ୍ଳୁତ ପବିତ୍ର ଭାବନା ଏବଂ ମାଟି , କ୍ୱେଳ ଭୂମି ନୁହେଁ, ଏହା ଆମ ପରିଚୟ। ମା’ ଆମକୁ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଏ, ଆମକୁ ଗଢେ, ଆମକୁ ଶିଖାଏ ଏବଂ ମାଟି ଦିଏ ବଞ୍ଚିବାର ଉପାଦାନ, ଭାଷା, ସଂସ୍କୃତି ଓ ପରିଚୟ ବୋଲି ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ କମିଟି ତଥା ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ, ଭଦ୍ରକ ଏବଂ ଭୂମି କନ୍ୟା ମହିଳା ସଙ୍ଗଠନ ଓଡ଼ିଶା, ଭଦ୍ରକ ଆନୁକୁଲ୍ୟରେ ଭଦ୍ରକ ସହର କଚେରୀ ବଜାର ସ୍ଥିତ ମନମୋହନ ସଂଗୀତ ପରିଷଦ ପଡ଼ିଆରେ ଆୟୋଜିତ ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ -୨୦୨୬ ଉଦ୍ଘାଟନ ଉତ୍ସବରେ ଭଦ୍ରକର ବିଧାୟକ ସିତାଂଶୁ ଶେଖର ମହାପାତ୍ର, ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଯୋଗ ଦେଇ ଅତ୍ୟନ୍ତ ଭାବପ୍ରବଣରେ ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନର ସଭାନେତ୍ରୀ କଳ୍ପନା ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦଘାଟନ ସମାରୋହରେ ସେବା ନିବୃତା ପ୍ରାଧ୍ୟାପିକା ତଥା ଅଧିବକ୍ତା ଡ. ରାଧାରାଣୀ ମହାପାତ୍ର ମୁଖ୍ୟ ବକ୍ତା, ଭୂମିକନ୍ୟା ମହିଳା ସଙ୍ଗଠନ ଓଡ଼ିଶାର ସଭାନେତ୍ରୀ ସଂଯୁକ୍ତା ବଳନାୟକ, ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନର ସମ୍ପାଦିକା ଅଞ୍ଜନା ମିଶ୍ର ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ।ରକ୍ତତୀର୍ଥ ଇରମ ଗୁଳିକାଣ୍ଡର ମହିଳା ଶହୀଦ ପରିବେୱାଙ୍କ ସ୍ମୃତିରେ ଉଦଘାଟନୀ ମଂଚକୁ ଉତ୍ସର୍ଗ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଡ. ଜାନକୀ ପାଢ଼ୀ ସ୍ୱାଗତ ଭାଷଣ ଓ ଅଧ୍ୟକ୍ଷା ଦୀପ୍ତିମୟୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହୋତ୍ସବର ଉପସଭାପତି, ଶିକ୍ଷୟିତ୍ରୀ ମନୋରମା ରାୟ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ଭାଷଣ ସଂଗୀତ ପରିବେଷଣ କରିଥିଲେ ଓ ଅଧିବକ୍ତା ଅଞ୍ଜୁବାଳା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବର ସଭାପତି ଇଂ. ଅଭୟ ସୂତାର, ସମ୍ପାଦକ ରବିନାରାୟଣ ଖିଲାର, ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ପ୍ରମୁଖ ମଂଚ ଓ ମହୋତ୍ସବ ପରିଚାଳନା କରିଥିଲେ। ମନମୋହନ ସଂଗୀତ ପରିଷଦ, ଭଦ୍ରକ ଓ ଦର୍ଶନ ସାଂସ୍କୃତିକ ଏକାଡେମୀ, ଭଦ୍ରକର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଇ୦୧ରୁ ୦୭ ପର୍ଯ୍ୟନ୍ତ ୭ଦିନ ଧରି ଅନୁଷ୍ଠିତ ଉକ୍ତ ସାରସ୍ୱତ ଓ ସାଂସ୍କୃତିକ ତଥା ମାତୃ ବନ୍ଦନ କାର୍ଯ୍ୟକ୍ରମରେ ଝୋଟି ଚିତା, ମୁରୁଜ, ଚିତ୍ରାଙ୍କନ ,ପୁଚିଖେଳ, ପିଠା,ରୋଷେଇ, ମେହେନ୍ଦି, ନୃତ୍ୟ, ଗୀତ,ଅଭିନୟ ଆଦି ପ୍ରତିଯୋଗିତା, କବିତା ପାଠ, ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଭଦ୍ରକ ଜିଲ୍ଲାର ବହୁ କଳାକାର ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ମହୋତ୍ସବର ସମ୍ପାଦକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.