ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମ୍ବାଦିକ ଙ୍କ ସୁରକ୍ଷା ଓ ଆର୍ôଥକ ସ୍ଥିତି କୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଧେଶ୍ୟରେ ଭଦ୍ରକ ଜିଲ୍ଲାପାଳ ଙ୍କୁ ଉତ୍କଳ ସାମ୍ବାଦିକ ସଂଘ ଭଦ୍ରକ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପତ୍ରଟି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୁଷଣ କର ଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ରବିନାରାୟଣ ଖିଲାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅପୂର୍ବ ରଞ୍ଜନ ବେହେରା, କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କୁମାର ସାମଲ, ଆବାହକ ଅବିନାଶ ପଣ୍ଡା, ସାମ୍ବାଦିକ ରାମ ନାରାୟଣ ମହାନ୍ତି, ସଞ୍ଜିବ କୁମାର ନାଏକ, କୋଷାଧ୍ୟକ୍ଷ ସୂଜୟ କୁମାର ପାକଲ ପ୍ରମୁଖ ପ୍ରଦାନ କରିଛନ୍ତି। ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଆର୍ôଥକ ଓ ସାମାଜିକ ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଦୁର୍ବଳ। ଆମ ଦେଶର ଅଧିକାଂଶ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଅଧିସ୍ୱୀକୃତି ଦିଆଯାଉଥିଲାବେଳେ, ଆମ ରାଜ୍ୟରେ ଏ ସଂଖ୍ୟା ମାତ୍ର ୨୦୦ ରେ ସୀମିତ। ଉତରପ୍ରଦେଶ, ବିହାର, ହରିୟଣା, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା ଓ ଅରୁଣାଚଳ ପ୍ରଦେଶ ସମେତ ଦେଶରେ ୨୦ ରୁ ଅଧିକ ରାଜ୍ୟରେ ୧୦,୦୦୦ ରୁ ୨୫,୦୦୦ ପର୍ଯ୍ୟନ୍ତ ପେନସନ୍, ରିହାତି ମୂଲ୍ୟରେ ପରିବହନ ସୁବିଧା, ସାମାଜିକ ସୁରକ୍ଷା ଆଇନ ମାଧ୍ୟମରେ ବୃତିଗତ ଆୟଭତା ଭଳି ନାନାଦି ଆର୍ôଥକ ଓ ସାମାଜିକ ସୁବିଧା ପ୍ରଦାନ କରୁଛନ୍ତି। ମାତ୍ର ଓଡ଼ିଶା ସରକାର ପକ୍ଷରୁ କିଛି ସୀମିତ ଯୋଜନା ବ୍ୟତୀତ ଆବଶ୍ୟକୀୟ ମୌଳିକ ସୁବିଧାରୁ ସାମ୍ବାଦିକ ବର୍ଗଙ୍କୁ ବଂଚିତ କରାଯାଇଛି ଏବଂ ରାଜ୍ୟ ସରକାର ସାମ୍ବାଦିକ ଙ୍କ ଦାବି ପ୍ରତି ଆବଶ୍ୟକ ସମ୍ବେଦନଶୀଳ ତା ପ୍ରଦର୍ଶନ କରୁନାହାଁନ୍ତି।ଏହି ସନ୍ଦର୍ଭରେ ପୂର୍ବ ସରକାର ସମୟରେ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ନିରନ୍ତର ଧାରଣା, ପ୍ରତିବାଦ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଣୁ ମାନ୍ୟବର ସରକାର ଙ୍କୁ ସ୍ମରଣ କରିବାକୁ ଚାହୁଁଛୁ ଅଛୁକି, ୨୦୨୪ ମସିହା ଫେବୃଆରୀ ମାସରେ ବିଧାନସଭା ସମ୍ମୁଖରେ ସରକାର ଙ୍କ ବିରୋଧରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଇତ୍ୟବସରରେ ବିରୋଧି ଦଳର ମୂଖ୍ୟ ଛାମୁଆ ନେତା ଭାବେ ଅନ୍ୟ ପାଞ୍ଚଜଣ ସହଯୋଗୀ ବିଧାୟକଙ୍କ ସହ ବିକ୍ଷୋଭ ସ୍ଥଳରେ ପହଞ୍ଚି ସମବେତ ୩ ହଜାର ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଙ୍କୁ ଉଦବୋଧନ ମାଧ୍ୟମରେ ଆଶ୍ୱାସନା ଦେଇଥିଲେ ଯେ- ସରକାର କୁ ଆସିଲେ ମାତ୍ର ୬ ମାସ ମଧ୍ୟରେ ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକୁ ପୂରଣ କରାଯିବ କିନ୍ତୁ ଆପଣଙ୍କ ସରକାର ଆସିବା ପରେ, ବିଶେଷ କରି ମୂଖ୍ୟମନ୍ତ୍ରୀ ଭାବେ ଗାଦୀସ୍ୱୀନ ହେବା ପରେ ସାମ୍ବାଦିକ ଙ୍କ ମୌଳିକ ଦାବି ପୂରଣ ନେଇ ଆମ୍ଭ ସାମ୍ବାଦିକ ମାନଙ୍କ ମନରେ ବିପୁଳ ଆଶା ସଞ୍ଚାର ହୋଇଥିଲା କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଆପଣଙ୍କ ସରକାର ପ୍ରାୟ ୨ ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବାବେଳେ ସାମ୍ବାଦିକ ମାନଙ୍କ ମୂଖ୍ୟ ଦାବି ଗୁଡ଼ିକ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ବିଗତ ବିଧାନସଭା ରେ ସରକାର ଙ୍କ ନିରାଶ ସୂଚକ ଉତର ସାମ୍ବାଦିକ ଙ୍କ ମଧ୍ୟରେ ଘୋର ନୈରାଶ୍ୟତା ସୃଷ୍ଟି କରିଛି। ତେଣୁ ଏହି ପରିପ୍ରେକ୍ଷୀରେ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ଅଧିସ୍ୱୀକୃତି କମିଟି ପୁନର୍ଗଠନ ସହିତ ପ୍ରଚଳିତ ଆଇନରେ ସଂଶୋଧନ ପୂର୍ବକ ଜିଲ୍ଲା ଓ ରାଜ୍ୟ ସ୍ତରରେ ସାମ୍ବାଦିକ ମାନଙ୍କୁ ବ୍ୟାପକ ଭାବରେ ମାନ୍ୟତା ପ୍ରଦାନ କରାଯାଉ, କ୍ରମାଗତ ଭାବେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ, ୬୦ ବର୍ଷରୁ ଅଧିକ ସାମ୍ବାଦିକ ଙ୍କ ପାଇଁ ଅନ୍ୟୁନ ୧୫ ହଜାର ଟଙ୍କାର ପେନସନ୍ ବ୍ୟବସ୍ଥା କରାଯାଉ, ଓଡ଼ିଶା ପ୍ରେସ୍ ଏକାଡେମି ଗଠନ ପୂର୍ବକ ଭୂବନେଶ୍ୱର ରେ ଭବନ ନିର୍ମାଣ କରି ବୃତିଗତ କାର୍ଯ୍ୟରେ ରାଜଧାନୀ ଆସୁଥିବା ସାମ୍ବାଦିକ ମାନଙ୍କ ପାଇଁ ସ୍ୱଛ ମୂଲ୍ୟରେ ରହଣି ବ୍ୟବସ୍ଥା କରାଯାଉ, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ପରିଧିରେ ଅବସରପ୍ରାପ୍ତ ସାମ୍ବାଦିକ , ହୀତାଧିକାରୀଙ୍କ ମାତା , ପିତା ଓ ୨୫ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନ ମାନଙ୍କୁ ସାମିଲ କରାଯାଉ।








