Home ଜିଲ୍ଲା ପରିକ୍ରମା ବୈଶାଖ ମାସର ୩ୟ ସୋମବାର,ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତିରେ ଜଳାଭିଷେକ କଲେ ହଜାରହଜାର ଭକ୍ତ

ବୈଶାଖ ମାସର ୩ୟ ସୋମବାର,ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତିରେ ଜଳାଭିଷେକ କଲେ ହଜାରହଜାର ଭକ୍ତ

7

ଭଦ୍ରକ, ୨୭ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ବୈଶାଖ ମାସର ୩ୟ ସୋମବାରରେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତିରେ ଜଳାଭିଷେକ କରିବା ପାଇଁ ହଜାରହଜାର ଭକ୍ତଙ୍କ ସମାଗମ ହୋଇଥିଲା ଆରଡିପୀଠରେ । ବିଶ୍ୱାସ ରହିଛି ଗ୍ରୀଷ୍ମଋତୁର ରୁଦ୍ରତାପରୁ ଉପଶମ ପାଇଁ ଲାଗି ବାବାଙ୍କୁ ଶହଶହ କଳସିର ସୁବାଷିତ ଜଳରେ ଜଳାଭିଷେକ କଲେ ବାବାଙ୍କୁ ଉପଶମ ମିଳିବା ସହ ଭକ୍ତଙ୍କର ସମସ୍ତ ମାନସିକ ପୂରଣ ହୋଇଥାଏ। ଏଥିପାଇଁ ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ନୀତି ସହ ମଙ୍ଗଳ ଆଳତି, ମହାସ୍ନାନ ଘର୍ଷଣଲାଗି ଆଦି ସରିବା ପରେ ବାବାଙ୍କୁ ନବବସ୍ତ୍ର ଲାଗି କରାଯାଇ ପହିଲି ବାଲ୍ୟ ଭୋଗ ଲାଗି କରାଯାଇଥିଲା । ପରେ ସକାଳ ୫ଟାରୁ ସାହାଣମେଲା ଦର୍ଶନରେ ଜଳାଭିଷେକ କରିଥିଲେ ଶ୍ରଦ୍ଧାଳୁ ଭକ୍ତ। ଅନ୍ୟପଟେ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.