Home ଜିଲ୍ଲା ପରିକ୍ରମା ସ୍ୱର୍ଗତ ରବିନ୍ଦ୍ରନାଥ ମଲ୍ଲିକଙ୍କ ସ୍ମୃତିଚାରଣ ସଭା

ସ୍ୱର୍ଗତ ରବିନ୍ଦ୍ରନାଥ ମଲ୍ଲିକଙ୍କ ସ୍ମୃତିଚାରଣ ସଭା

13

ଭଦ୍ରକ, ୨୬ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମଣିଷ ମଲାପରେ ତାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କର୍ମମୟ ଜୀବନରେ କରିଯାଇଥିବା ସୁକର୍ମକୁ ଲୋକେ ଭୁଲି ପାରିନଥାନ୍ତି।କେହି କେହି ଦିବଙ୍ଗଗତ ଆତ୍ମାର ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ସହିତ ପ୍ରତିମୂର୍ତି ସ୍ଥାପନ,ରାସ୍ତାଘାଟ ନାମକରଣ ଭଳି ବିଭିନ୍ନ ଜନହିତକର କାର୍ଯ୍ୟ କରାଇଥାନ୍ତି। ସେହିପରି ଜଣେ ପରୋପକାରୀ,ପୂର୍ବତନ ଡାକ କର୍ମଚାରୀ ଓ ଅସହାୟ ମଣିଷର ବନ୍ଧୁ ଥିଲେ ସ୍ୱର୍ଗତ ରବିନ୍ଦ୍ର ନାଥ ମଲ୍ଲିକ। ଧାମନଗର ବ୍ଳକ ଅନ୍ତର୍ଗତ ରାଧାବଲ୍ଲଭପୁର ଗ୍ରାମର ସ୍ୱର୍ଗତ ରବିନ୍ଦ୍ର ନାଥ ମଲ୍ଲିକଙ୍କ ଏକାଦଶ କ୍ରିୟା ଅବସରରେ ନିଜ ଜନ୍ମମାଟି ପରିସରରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଗୁରୁଶ୍ରୀ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ କୃଷି ଅଧିକାରୀ ସନ୍ତୋଷ ପାଢୀଙ୍କ ସଂଚାଳନରେ ଆୟୋଜିତ ସ୍ମୃତିଚାରଣ ସଭାରେ ଭଦ୍ରକ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ସାଂସଦଙ୍କ ଧାମନଗର ପ୍ରତିନିଧି ମନୋଜ ମଲ୍ଲିକ,ପୂଜ୍ୟପୂଜା ସଂସଦର ସମ୍ପାଦକ ଅଜୟ ସାମଲ,ଉପ ସଭାପତି ଦାମୋଦର ସାହୁ,ସଭ୍ୟ ପ୍ରତାପ ଦାସ,ହୃଷୀକେଶ ପଣ୍ଡା,ସ୍ଥାନୀୟ ସରପଂଚ ପ୍ରୀତମ ଦାସ,ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ,ବରିଷ୍ଠ ପାଲା ଗାୟକ ଚନ୍ଦ୍ରମଣି ମହାପାତ୍ର,ଅଧ୍ୟାପକ ଲୋକେଶ ପଣ୍ଡା,ଶ୍ରୀଧର ସାହୁ,କଣ୍ଠଶିଳ୍ପୀ ମନୋଜ ଭୂୟାଁ,ବଳରାମ ଯେନା,ବୈଷ୍ଣବ ସାହୁ,ଦିଗମ୍ବର ମହାପାତ୍ର ପ୍ରମୁଖ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ଅବସରରେ ସ୍ୱର୍ଗତ ମଲ୍ଲିକଙ୍କ ମଧ୍ୟମ ପୁତ୍ର ସୁଶାନ୍ତ, ହେମନ୍ତ,କନ୍ୟା ମାନିନୀ ମଲ୍ଲିକଙ୍କ ସମେତ ବନ୍ଧୁ ବାନ୍ଧବ ଉପସ୍ଥିତ ଥିବା ବେଳେ ଶେଷରେ ଭାରତୀୟ ସେନାରୁ ଅବସର ଗ୍ରହଣ କରିଥିବା ତାଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଶାନ୍ତ ମଲ୍ଲିକ ଯୋଗ ଦେଇଥିବା ଅତିଥି ମାନଙ୍କୁ କୃତଜ୍ଞତା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.