Home ଜିଲ୍ଲା ପରିକ୍ରମା ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ, ଲଘୁଚାପ ବର୍ଷାକୁ ନେଇ ନଦି କୂଳିଆ ଲୋକ...

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ, ଲଘୁଚାପ ବର୍ଷାକୁ ନେଇ ନଦି କୂଳିଆ ଲୋକ ଆତଙ୍କିତ , ତୁରନ୍ତ ମରାମତି ଦାବି

3

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ବାଲିପାଟଣା ଠାରେ କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ ଧସିଯାଇଥିବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖାଦେଇଛି। ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତର ତରେଇ ସାହି ନିକଟରେ ପାଟୁଳି ରୁ ବାଲିପାଟଣା କୁ ସଂଯୋଗ କରୁଥିବା କୋଚିଳା ପୋଲ ମୁଣ୍ଡରେ ନଦୀବନ୍ଧ ଧସିଯାଇଛି। ଅନ୍ୟପକ୍ଷରେ ଆଗକୁ ଲଘୁଚାପଜନିତ ବର୍ଷାର ଆଶଙ୍କା ଥିବାରୁ ନଦୀବନ୍ଧର ସ୍ଥିତିକୁ ନେଇ ଅଂଚଳବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ବନ୍ଧର ଏହି ଦୁର୍ବଳ ସ୍ଥାନ ଦେଇ ଅଧିକ ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ହେଲେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ନେଇ ତରେଇ ସାହି, ବାଲିପାଟଣା, ଶୈଲ, ମମାଦୁଲା, ଅସ୍ତକ, ହସନାବାଦ, ମଠସାହି ଓ ଅନଲଡିହ ଆଦି ଅଂଚଳର ଅନେକ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନଦୀବନ୍ଧ ଧସିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଆଗକୁ ସମ୍ଭାବ୍ୟ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ଗାନ୍ଧିଘାଟ ଜଳସେଚନ ସେକ୍ସନର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ବର୍ଷା ଆସିବା ପୂର୍ବରୁ ନଦୀବନ୍ଧର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହୋଇପାରେ ବୋଲି ଅଂଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.