ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରର ଅଧିଷ୍ଠାତ୍ରୀ ଦେବୀ ମା’ ନୀଳ ସରସ୍ୱତୀଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ଏହି ପବିତ୍ର ଅବସରରେ ମା’ଙ୍କ ନୂତନ ପୂଜା ମଣ୍ଡପକୁ ଉଦଘାଟନ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେହିଭଳି ଭଦ୍ରକ ବାଇପାସ ସ୍ଥିତ ସାର୍ବଜନୀନ ଦୁର୍ଗା ପୂଜା କମିଟି ଦ୍ୱାରା ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଏବଂ ୧୮ତମ ସାଂସ୍କୃତିକ ସନ୍ଧ୍ୟାରେ, ଧାମନଗରର ମେଡିକାଲ ବଜାର ଏବଂ ଦକ୍ଷିଣବାଡ଼ ପୂଜା ମଣ୍ଡପରେ ମା” ଦୁର୍ଗାଙ୍କ ଦର୍ଶନ, ତିହିଡ଼ିର ଦୋଳସାହି, କାଁପଡ଼ା ଏବଂ ହଳଧରବିନ୍ଧା ପୂଜାମଣ୍ଡପରେ ଶାରଦୀୟ ଦୁର୍ଗାପୂଜାର ପବିତ୍ର ଉତ୍ସବରେ ଯୋଗଦେଇ ମା’ ମହିଷାମର୍ଦ୍ଦିନୀଙ୍କ ଦର୍ଶନ କରିଥିଲେ। ଅନୁରୂପ ପବିତ୍ର ଶାରଦୀୟ ଦଶହରା ଉପଲକ୍ଷେ ଧାମନଗରର ଦୋବଲ, ଖରାଖାଇ ଏବଂ ଖଙ୍ଗରା ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ଦିବ୍ୟ ଦର୍ଶନ , ଧାମନଗରର ଆରାଧ୍ୟା ଦେବୀ ମା’ ମନ୍ତ୍ର ବାସୁଳୀଙ୍କ ପୀଠରେ ଦର୍ଶନ କରିବା ସହ ପାରମ୍ପରିକ କାଳିସୀ ଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ଆୟୋଜକ, ପୂଜା କମିଟିର କର୍ମକର୍ତା ଓ ଉପସ୍ଥିତ ସମସ୍ତ ଭକ୍ତଜନଙ୍କ ସହ ମତ ବିନିମୟ କରିଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ। ଏବଂ ଜଗତଜନନୀ ମା’ଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତମ ସ୍ୱାସ୍ଥ୍ୟ କାମନା କରି କରିବା ସହମା’ଙ୍କ କୃପାରୁ ଆମ ରାଜ୍ୟବାସୀଙ୍କ ଜୀବନରେ ସୁଖ, ଶାନ୍ତି ଓ ପ୍ରଗତିର ଧାରା ଅବ୍ୟାହତ ରହୁ ବୋଲି ପ୍ରାର୍ଥନା କରିଥିଲେ ମନ୍ତ୍ରୀ ସୁରଜ।







