Home ଜିଲ୍ଲା ପରିକ୍ରମା ଛୟାଳସିଂ ଶନି ମନ୍ଦିର ଫାଟକ ଭଙ୍ଗାଗଲା, ଅସନ୍ତୋଷ ଝାଡିଲେ ଭକ୍ତ

ଛୟାଳସିଂ ଶନି ମନ୍ଦିର ଫାଟକ ଭଙ୍ଗାଗଲା, ଅସନ୍ତୋଷ ଝାଡିଲେ ଭକ୍ତ

4

ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଛୟାଳସିଂ ବଜାରରେ ଥିବା ଶନି ମନ୍ଦିରଟି ୨୦୧୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ତହିଁ ପର ଠାରୁ ବିଭିନ୍ନ ଅଚଂଳରୁ ଶହସ୍ରାଧିକ ଭକ୍ତ ଏଠାକୁ ଆସି ମାନସିକ ରଖି ପୂଜାର୍ଚ୍ଚନା କରି ଆସୁଥିଲେ । କ୍ରମଶଃ ଭକ୍ତଙ୍କ ଜନ ସମାଗମ ଓ ପ୍ରତିଷ୍ଠାତାଙ୍କ ଜନ ସମର୍ଥନ ବୃଦ୍ଧିରେ ଇର୍ଷାନ୍ୱିତ ହୋଇ କେତେକ ମୃଷ୍ଟିମେୟ ବ୍ୟକ୍ତି ପ୍ରଶାସନ ସହଯୋଗରେ ପାଚେରୀ ଓ ମୁଖ୍ୟ ଫାଟକକୁ ଭାଙ୍ଗିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ପ୍ରକାଶଯେ ଏଠାରେ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବା ପରେ ବିଶିଷ୍ଟ ବୈଦିକ ପଣ୍ଡିତ ନାରାୟଣ ମିଶ୍ରଙ୍କ ପୁରୋଧାରେ ମୁଖ୍ୟ କର୍ତା ଭାବେ ସମାଜସେବୀ ବିଜୟ ନାୟକ ମନ୍ଦିରର ସମସ୍ତ ଦାୟିତ୍ୱ ନିର୍ବାହ କରି ଆସୁଥିଲେ । ଏଠାରେ କାର୍ତିକ ପୂର୍ଣ୍ଣମି, ମକର ସଂକ୍ରାନ୍ତୀ , ଶନି ମହାଯଜ୍ଞ ସାଙ୍ଗକୁ ପ୍ରତ୍ୟେହ ଶନିବାର ଶହସ୍ରାଧିକ ଭକ୍ତ ରୁଣ୍ଡିଭୁତ ହୋଇ ପୂଜାର୍ଚ୍ଚନା କରନ୍ତି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ପାଚେରୀ ଓ ମୁଖ୍ୟ ଫାଟକ ନିର୍ମାଣ କରାଯାଇଥିଲା । ତେବେ ବନ୍ତ ତହସିଲ୍ ପକ୍ଷରୁ ଗତ ଫେବୃଆରୀ ୧୦ ତାରିଖରେ ମନ୍ଦିର ପାଚେରୀର ତାର ବାଡକୁ ଖୋଲା ଯାଇଥିବା ବେଳେ ଚଳିତ ମାସ ୧୦ ତାରିଖରେ ପୁର୍ନବାର ମୁଖ୍ୟ ଫାଟକକୁ ଜେସିବି ମେସିନ୍ ଦ୍ୱାରା ଭାଙ୍ଗି ଦିଆଯାଇଛି । କେନ୍ଦ୍ରର ମୋଦୀ ଓ ରାଜ୍ୟର ମୋହନ ସରକାର ମଠ ମନ୍ଦିରର ସୁରକ୍ଷା ନେଇ ବିଭିନ୍ନ ଯୋଜନା ପ୍ରଣୟନ କରି ଧାର୍ମିକ ସ୍ଥଳର ଉନ୍ନତି କରି ଆସୁଥିବା ବେଳେ ଶନି ମନ୍ଦିରର ପାଚେରୀ ଓ ଫାଟକ ଭଙ୍ଗାକୁ ନେଇ କାଶିନାଥ ପାଣିଗ୍ରାହୀ, ନାରାୟଣ ଚନ୍ଦ୍ର ମିଶ୍ର, ଚୈତନ୍ୟ ପଟ୍ଟନାୟକ, ହେମନ୍ତ ରାଉତ, ଶେଷଦେବ ସାମନ୍ତରାୟ,ଯଦୁନାଥ ରାଉତ୍‌, ବିଦ୍ୟାଧର ବାରିକ, ଗଣେଶ ପ୍ରସାଦ ବେହେରା,ନାରାୟଣ ଚନ୍ଦ୍ର ତ୍ରୀପାଠୀ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଉପରୋକ୍ତ ଘଟଣା ନେଇ ବନ୍ତର ଅତିରିକ୍ତ ତହସିଲଦାର ପ୍ରଶନ୍ନ ମହାନ୍ତି କହନ୍ତି, ଶନି ମନ୍ଦିର ପାଖରେ ପୂର୍ବରୁ ଭାଗବତ ଟୁଙ୍ଗି ରହିଛି, ତାର ବାଡ ବସାଇବା ଓ ପାଚେରୀ ନିର୍ମାଣ ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଅଭିଯୋଗ ପରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି,ଏଥିରେ ପ୍ରଶାସନର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ । ତେବେ ଜିଲ୍ଲା ପ୍ରଶାସନ ଏହି ଧାର୍ମିକ ସ୍ଥଳର ରକ୍ଷଣା ବେକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧି ଜିବୀ ମହଲ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.