Home ଜିଲ୍ଲା ପରିକ୍ରମା ସାହାଡ଼ାସୁନ୍ଦରୀ ମଣ୍ଡଳ ପକ୍ଷରୁ ମହିଳାଙ୍କ ଜନ ଆକ୍ରୋଶ ପଦଯାତ୍ରା

ସାହାଡ଼ାସୁନ୍ଦରୀ ମଣ୍ଡଳ ପକ୍ଷରୁ ମହିଳାଙ୍କ ଜନ ଆକ୍ରୋଶ ପଦଯାତ୍ରା

2

ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିଜେର୍ପି ସାହାଡ଼ା ସୁନ୍ଦରୀ ମଣ୍ଡଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ଆଗତ ମହିଳା ସଂରକ୍ଷଣ ବିଲ ପରିତ ନହେବା ପ୍ରତିବାଦରେ ମୁଣ୍ଡରେ କଳାପଟି ବାନ୍ଧି ମହିଳାମାନଙ୍କର ଜନ ଆକ୍ରୋଶ ପଦଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ତିହିଡି଼ ବ୍ଲକ ଭାଟପଡ଼ା ପଂଚାୟତ କାର୍ଯ୍ୟାଳୟରୁ ଶତାଧିକ ମହିଳା ମୁଣ୍ଡରେ କଳା ପଟି ବାନ୍ଧି ପଦଯାତ୍ରାରେ ବାହାରିବା ସହ କଂଗ୍ରେସ ଓ ବିଜେଡ଼ି ବିରୁଦ୍ଧରେ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ । ସେଠାରେ ଏକ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷା ରଞ୍ଜିତା ସ୍ୱାଇଁ, ପୂର୍ବତନ ଭାଜପା ଜିଲା ମହିଳା ସଭାନେତ୍ରୀ କଳ୍ପନା ଜେନା, ସରପଂଚ ପୁଷ୍ପାଞ୍ଜଳି ଲେଙ୍କା, ପୂର୍ବତନ ସରପଂଚ ଅଲିଳପ୍ରଭା ରାଉଳ, ଝରଣା ଜେନା, ରୀନାରାଣୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ୩୩ପ୍ରତିଶତ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିଥିବା ବିଜେଡ଼ି ଓ କଂଗ୍ରେସକୁ ଭତ୍ସନା କରିବା ସହ ବିଲକୁ ପାରିତ କରିବା ପାଇଁ ଦାବି ଜଣାଇଥିଲେ । ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ମଣ୍ଡଳ ସଭାପତି କେଶବ ବେହେରା, ବରିଷ୍ଠ ନେତା ରଘୁନାଥ ପାତ୍ର, ଅଜୟ ମହାପାତ୍ର, ସରପଂଚ ଶୁଭ୍ର ନାରାୟଣ ସେଠୀ, ସମିତିସଭ୍ୟ ଶୁକଦେବ ମଲିକ, ରବିନ୍ଦ୍ର ଶତପଥୀ, ଉମାକାନ୍ତ ଦାସ, ସରୋଜ ନାୟକ,ଦେବେନ୍ଦ୍ର ମହାନ୍ତି, ମାନସ ନାୟକ, ଜୟପ୍ରକାଶ ବେହେରା,ଗଣେଷ କର,ସନ୍ୟାସୀ ବେହେରା, ଅମୀୟ ମହାନ୍ତି,ସୁରେଶ ପାତ୍ର ,କଲ୍ୟାଣି ଦାସ, ଗାୟତ୍ରୀ କର,ମିନତି ଲତା ବେହେରା, ପୁଷ୍ପ ଲତା ଜେନା,ସୁପ୍ରଭା ସାହୁ,ତିଲୋତମା ସାହୁ,ଜ୍ୟୋସ୍ନାରାଣୀ ପତି, ନିରୂପମା ଜେନା,ସୁକାନ୍ତି ଜେନା,କଣ୍ଡେଇ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.