ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ କାଳୀ ପଡ଼ିଆଠାରେ ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ସଂସ୍କରଣ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦ୍ଯାପିତ ହୋଇଯାଇଛି। ଶୁକ୍ରବାର ଅନୁଷ୍ଠିତ ଏହି ଫାଇନାଲ ମ୍ୟାଚରେ ଆଗରପଡ଼ାର କେସିଭିଏମ୍ ସ୍କୁଲ ବିଜୟୀ ହୋଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି।ଟୁର୍ଣ୍ଣାମେଂଟର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ଆଗରପଡ଼ା କେସିଭିଏମ୍ ସ୍କୁଲ ଏବଂ ଚାନ୍ଦବାଲି ଏନ୍ଏସି ମଧ୍ୟରେ ଖେଳାଯାଇଥିଲା। ଖେଳର ପ୍ରଥମାର୍ଦ୍ଧରୁ ହିଁ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ତେବେ କେସିଭିଏମ୍ ସ୍କୁଲର ଖେଳାଳିମାନେ ଉନ୍ନତ ପ୍ରଦର୍ଶନ କରି ପ୍ରତିପକ୍ଷ ଚାନ୍ଦବାଲି ଦଳକୁ ୧-୦ ଗୋଲରେ ପରାସ୍ତ କରିଥିଲେ। ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଚାନ୍ଦବାଲି ଏନ୍ଏସି ଗୋଲ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।ଏହି ଉଦ୍?ଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ, ଜିଲ୍ଲା କ୍ରୀଡା ଅଧିକାରୀ ଦେବବ୍ରତ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଧାମନଗର ବ୍ଲକ ପ୍ରତିନିଧି ଅଶୋକ ପୁହାଣ, ଧାମନଗର ବିଡିଓ ବନବିହାରୀ ଦିଣ୍ଡା, ଏନଏସି ଅଧିକାରି ସନ୍ତୋଷ ନାୟକ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଟ୍ରଫି ର ଉଦ୍ଦେଶ୍ୟ ସମ୍ପର୍କ ରେ ଖେଳାଳି ଙ୍କୁ କହିଥିଲେ।ପରେ ବିଜୟୀ କେସିଭିଏମ ସ୍କୁଲକୁ ଚାମ୍ପିଅନ ଟ୍ରଫି ଏବଂ ରନର୍ସ ଅପ୍ ଚାନ୍ଦବାଲି ଏନ୍ଏସି ଦଳକୁ ରନର୍ସ ଅପ୍ କପ୍ ପ୍ରଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚକୁ ଅଭିଜ୍ଞ ରେଫରୀ ସେକ୍ ରିଆଜ କାଦ୍ରି, ସୁଶାନ୍ତ କୁମାର ବିଶ୍ୱାଳ, ମହମ୍ମଦ ଆଝାର ଏବଂ ସେକ ସଲିମ ପରିଚାଳନା କରିଥିଲେ। ତେବେ ଏହି ଖେଳ ପ୍ରଚାର ପ୍ରସାର ନହେବାରୁ କ୍ରୀଡ଼ାପ୍ରେମୀ ମାନେ ପଡ଼ିଆରେ ପହଂଚି ନଥିଲେ। ଏହା ଏକ ଜିଲ୍ଲା ସ୍ତରୀୟ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହା ଯେମିତି ପଂଚାୟତ କ୍ରୀଡା ଭଳି ମନେ ହେଉଥିଲା। ମଂଚ ରେ ଅତିଥି ଥିବା ବେଳେ ନିଜର ଭାଷଣ ପାଇଁ ମଂଚ ତଳକୁ ଆସିବାକୁ ପଡିଥିଲା କାରଣ ଆୟୋଜକ ଯେଉଁ ସାଉଣ୍ଡ ବ୍ୟବସ୍ତା କରିଥିଲେ ତାହା ଉକ୍ତ ଖେଳ ହେଉ କିମ୍ବା ଅତିଥି ଙ୍କୁ ବଦ ନାମ କରିବାକୁ ବାରମ୍ବାର ସାଉଣ୍ଡ ଖରାପ ହୋଇ ଥିଲା ବାଧ୍ୟ ହୋଇ ଅତିଥି ଆସି ତଳେ ଭାଷଣ ଦେଇଥିଲେ। ଅପର ପକ୍ଷେ ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ଓ ସରକାରୀ କାର୍ଯ୍ୟକ୍ରମ ହୋଇ ଥିବା ବେଳେ ସ୍ଥାନୀୟ ସାମ୍ବାଦିକ ଙ୍କୁ ସୂଚନା ଦିଆ ଯାଇନଥିଲା। ତେବେ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ଭଦ୍ରକ ଜିଲ୍ଲା ସୁଚନା ଅଧିକାରୀ ଦିନ ୨ ବେଳେ ସାମ୍ବାଦିକ ଙ୍କୁ ସୁଚନା ଦେଇ ଥିଲେ।
Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ: ଚାମ୍ପିଅନ ହେଲା ଆଗରପଡ଼ା କେସିଭିଏମ୍ ସ୍କୁ, ସାଉଣ୍ଡ ତୃଟି ଯୋଗୁଁ ଅତିଥିମାନେ...







