ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ମାଳଦା ପଂଚାୟତ ଜଗନ୍ନାଥ ବଜାର ବଣିକସଂଘ ଆନୁକୁଲ୍ୟରେ ବୈତରଣୀ ମହୋତ୍ସବ ଓ ଗଜଲକ୍ଷ୍ମୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ସଂଧ୍ୟାରେ ସଂଘର ସଭାପତି ଚନ୍ଦ୍ରଶେଖର ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ତରୀୟ ମହୋତ୍ସବ କମିଟି ସଭାପତି ରବିନାରାୟଣ ଖିଲାର, ସଂଯୋଜକ ଉକ୍ତଳକେଶରୀ ମହାନ୍ତି, ବଣିକ ସଂଘର ସମ୍ପାଦକ ରାଜେନ୍ଦ୍ର ଶତପଥୀ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରିତିକାନ୍ତ ରାଉତ,ସହସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା, ପ୍ରତ୍ୟୁଷ ସାମଲ, ପବିତ୍ର ପାଣିଗ୍ରାହୀ, ପ୍ରଶାନ୍ତ ଦାସ, ଅଜୟ ରାଉତ, ସୁରେନ୍ଦ୍ର ଦାସ, ବିବେକାନନ୍ଦ ମଲ୍ଲିକ,ପିରେଶ୍ୱର ବାରିକ୍, ଦେବଦତ ବାରିକ୍,ରଞ୍ଜନ ବେହୁରିଆ ,ସଂଜତ ସାମଲ,କାଶିନାଥ ପରିଡ଼ା ଓ ବଣିକ ସଂଘର ସଦସ୍ୟ ମାନେ ଯୋଗଦେଇ ବୈତରଣୀ ମହୋତ୍ସବ ଓ ଗଜଲକ୍ଷ୍ମୀ ପୂଜା ସୂଚାରୁରୂପେ ପରିଚାଳନା କରାଯିବ ଆଲୋଚନା କରିଥିଲେ। ଆଗାମୀ ୨୫ ତାରିଖ ମା ଗଜଲକ୍ଷ୍ମୀ ପୂଜା ପାଇଁ କଳ୍ୱୁଡା ଓ ପୂଜା କାର୍ଯ୍ୟ ହେବ,୨୬ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସଂଧ୍ୟାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ୧ ତାରିଖ ମା ଙ୍କ ବିସର୍ଜନ ସହିତ ଭଷାଣୀ ଉତ୍ସବ ପାଳନ କରାଯିବ। ପ୍ରସ୍ତୁତି ବୈଠକ ଟିକୁ ସଂଘର ସଦସ୍ୟ କମଳାକାନ୍ତ ସାମଲ, ସୁଦାମ ଦାସ, ନିରାକାର ୍େୱହୁରିଆ, ଦେବାଶିଷ ପଣ୍ଡା, ଧୀରେନ୍ଦ୍ର ନାୟକ ,ପରେଷ ବେହେରା, ଗୋପାଳ କୁଅଁର, କୁନା ସାହୁ ପ୍ରମୁଖ ସହୋଯୋଗ କରିଥିଲେ।








