ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଆଜି ଭଦ୍ରକ ଜିଲ୍ଲାରେ ୨୨ ଜଣ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଟାଉନ୍ ହଲ୍ ପରିସରରେ ଜିଲ୍ଲା ସ୍ତରୀୟ ସମୂହ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଦୁର୍ବଳ ପରିବାରର ଝିଅମାନଙ୍କ ବିବାହକୁ ସମ୍ମାନଜନକ ଭାବେ ସମ୍ପନ୍ନ କରିବାରେ ସରକାର ଏକ ମାନବିକ ପଦକ୍ଷେପ ନେଇଛନ୍ତି।ଏହି ଯୋଜନା କେବଳ ଆର୍ôଥକ ସହାୟତା ନୁହେଁ, ବରଂ କନ୍ୟା ସନ୍ତାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ସକାରାତ୍ମକ କରିବାର ଏକ ସାର୍ଥକ ପ୍ରୟାସ। ପ୍ରତ୍ୟେକ କନ୍ୟା ସମ୍ମାନ, ସ୍ନେହ ଓସୁରକ୍ଷାର ଅଧିକାରୀ ଏହି ବାର୍ତାକୁ ସମାଜରେ ପହଂଚାଇବା ହେଉଛି ଏହି ଯୋଜନାର ମୂଳ ଉଦ୍ଦେଶ୍ୟ।କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନବ ଦମ୍ପତୀଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଯେ,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ। ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା ।ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଦିଲୀପ ରାଉତରାଏ , ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଭଣ୍ଡାରିପୋଖରୀ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁମତି ସେଠୀ, ବାସୁଦେବପୁର ପଂଚାୟତ ସମିତି ଅଧ୍ୟକ୍ଷ ନାଗେନ୍ଦ୍ର ବିଶ୍ୱାଳ, ବାସୁଦେବପୁର ପୌରପାଳିକା ଅଧ୍ୟକ୍ଷା ନିବେଦିତା ବେହେରା ଓ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଗୁଲମକି ହବିବ ଉପସ୍ଥିତ ରହିଥିଲେ।ପ୍ରମୁଖ ଉପସ୍ଥିତ ରହି ବର ବଧୂଙ୍କୁ ଆଶୀର୍ବାଦ ଦେଇଥିଲେ। ସୂଚନାଯୋଗ୍ୟକି, ଆଜି ଭଦ୍ରକ ଜିଲ୍ଲାର ବିିଭିନ୍ନ ବ୍ଲକ୍ରୁ ଆସିଥିବା ୨୨ ଯୋଡ଼ା ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ କରିଥିବା ସମସ୍ତ ୨୨ ଜଣ କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଫେଲୋଶିପ୍, ଭଦ୍ରକ ଏବଂ ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ତତ୍ୱାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପର୍ଣ୍ଣ ପରେ ସମସ୍ତ ନବ ବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଅଧିକାରିଣୀ ମଧୁସ୍ମିତା ମହାପାତ୍ର ପରିଚାଳନା କରିଥିବାବେଳେ, ଫେଲୋଶିପ୍ର ସଭାପତି ଶ୍ରୀମତୀ ଝରଣା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଫେଲୋଶିପ୍ର ସମ୍ପାଦକ ଲଲାଟେନ୍ଦୁ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରୂପାଲି ମିତ୍ର ଓ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହଯୋଗରେ ଅତ୍ୟନ୍ତ ଆଡମ୍ବର ସହିତ ସମାପନ ହୋଇଥିଲା।
Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଜିଲ୍ଲାସ୍ତରୀୟ ସମୂହ ବିବାହ କାର୍ଯ୍ୟକ୍ରମ: ୨୨ ଯୋଡ଼ା ବରବଧୂଙ୍କ...







