Home ଜିଲ୍ଲା ପରିକ୍ରମା ଖେମକା ଛକରେ ସିରିଜ ଦୁର୍ଘଟଣା,ପିକଅପ ଡ୍ରାଇଭର ମୃତ୍ୟୁ

ଖେମକା ଛକରେ ସିରିଜ ଦୁର୍ଘଟଣା,ପିକଅପ ଡ୍ରାଇଭର ମୃତ୍ୟୁ

5

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅସୁରା ଖେମକା ଛକରେ ଦୁର୍ଘଟଣା ସିରିଜ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ପ୍ରାପ୍ତ ସୂଚନାରୁ ଯାହା ଜଣାଯାଏ ରାସ୍ତାରେ ଠିଆ ହୋଇ ଥିବା ଏକ ଟ୍ରକକୁ ମଦ ବୋଝେଇ ପିକ ଅପ ପଛରୁ ଧକ୍କା ମାରିଥିଲା। ଫଳରେ ଟ୍ରକଟି ଆଗରେ ଯାଉଥିବା ଏକ ଯାତ୍ରୀବାହୀ ବସ ଦେହରେ ପିଟି ହୋଇଥିଲା।ଘଟଣା ସ୍ଥଳରେ ପିକ ଅପ ଡ୍ରାଇଭରର ମୃତ୍ୟୁ ହୋଇଥିଲା।ବସର କିଛି ଯାତ୍ରୀ ଆହତ ହୋଇଥିଲେ। ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଏତେ ଜୋରରେ ପବନ ବର୍ଷା ଆରମ୍ଭ ହୋଇ ଥିଲା ଯେ ୧୬ ନମ୍ବର ଜାତୀୟ ରାଜପଥର ଖେମକା ଛକ ନିକଟରେ କଲିକତାରୁ କଟକ ଯାଉଥିବା ଡବ୍ଲୁ୍ୱି ୨୯ସି ୫୨୬୮ ନମ୍ବରର ଏକ ଟ୍ରକର ଚାଳକ ଗାଡିକୁ ରାସ୍ତା ପାଖରେ ଠିଆ କରିଥିଲା।ଏହି ସମୟରେ ବାଲେଶ୍ୱରରୁ ଭଦ୍ରକ ଆସୁଥିବା ଓଡି୦୧ଏକ୍ୟୁ ୪୬୦୪ ନମ୍ବରର ଏକ ମଦ ବୋଝେଇ ପିକଅପ ଏହି ଟ୍ରକର ପଛରୁ ଧକ୍କା ଦେଇଥିଲା। ଫଳରେ ଟ୍ରକଟି ଆଗରେ କ୍ରସ କରୁଥିବା ଓଡି ୦୧ୱାଇ୦୦୪୩ ନମ୍ବରର ଦଧିବାମନ ବସକୁ ଧକ୍କା ମାରିଥିଲା। ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଗଡି ଯାଇଥିଲା। ଘଟଣା ସ୍ଥଳରେ ପିକଅପ ଚାଳକ ଜଣକର ମୃତ୍ୟୁ ହୋଇ ଥିବା ବେଳେ ବସରେ ଥିବା ଚାରି ଜଣ ଗୁରୁତର ହୋଇଛନ୍ତି ।ଏବଂ ଅନେକ ଆହତ ଯାତ୍ରୀଙ୍କୁ ଦମକଳ ବାହିନୀ ଦ୍ୱାରା ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.