Home ଜିଲ୍ଲା ପରିକ୍ରମା ଧାମନଗରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା, ସରକାରୀ ଯୋଜନାରେ ସାମିଲ ହୋଇ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ

ଧାମନଗରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା, ସରକାରୀ ଯୋଜନାରେ ସାମିଲ ହୋଇ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ

2

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଂଚାୟତ କଲ୍ୟାଣ ମଣ୍ଡପଠାରେ ଏକ ଦିବସୀୟ ‘ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା’ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି। କୃଷକମାନେ କିପରି ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ମହିଳାମାନେ କୃଷି କ୍ଷେତ୍ରରେ ନୂତନ ସୁଯୋଗର ଉପଯୋଗ କରିପାରିବେ, ସେ ଦିଗରେ ଏହି କର୍ମଶାଳାରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ ଯୋଗ ଦେଇଥିବା ବେଳେ, ଦୋବଲ ପଂଚାୟତ ସରପଂଚ ଅଶୋକ କୁମାର ପଣ୍ଡା, ବ୍ଲକ କୃଷି ଅଧିକାରିଣୀ ଅନୁରାଧା ପଣ୍ଡା, ସହ କାରୀ ଉଦ୍ୟାନ ଅଧିକାରି ମହେନ୍ଦ୍ର ଭୂୟାଁ, ବ୍ଲକ ମୃତିକା ସଂରକ୍ଷଣ ଅଧିକାରିଣୀ ମୌସୁମୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ଚାଷୀ, ଯୁବ ଚାଷୀ ଓ ମହିଳାମାନଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ କରିବା ସହ ସରକାରଙ୍କ ବିଭିନ୍ନ ରିହାତି ଯୋଜନା ବିଷୟରେ ଅବଗତ କରାଇଥିଲେ।ବ୍ଲକ ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ ଦିଲୀପ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ମନୋଜ କୁମାର ନନ୍ଦୀ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ଗ୍ରାମ୍ୟ କୃଷି କର୍ମଚାରୀ ତୃଣତି ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ୨୦୦ରୁ ଅଧିକ ପୁରୁଷ ଓ ମହିଳା ଚାଷୀ ଅଂଶଗ୍ରହଣ କରିଥିଲେ। ପ୍ରଦୀପ ପଣ୍ଡା, ରାକେଶ ପତି, ରାକେଶ ପଣ୍ଡା,ତପନ ଦାସ, ମନୋରଞ୍ଜନ ନାୟକ, ପ୍ରଶାନ୍ତ ଦାସ,ମହେଶ୍ୱର ସାହୁ, ରାଜକୁମାର ସାହୁ, ଗଦାଧର ଦାସ ଓ ହୃଦାନନ୍ଦ ସାହୁ ପ୍ରମୁଖ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.