ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦାଣ୍ଡରେ ଖେଳୁଥିବା ବେଳେ ଘର ପାଖ ଏକ ପୋଖରୀ ରେ ଅସାବଧାନତା କାରଣରୁ ପିଲାଟି ପଡିଯାଇ ଥିଲା । ଘର ଲୋକ ଖବର ପାଇ ଆସିଲା ବେଳକୁ ପିଲାଟିର ମୃତ୍ୟୁ ହୋଇଯାଇଥିଲା । ବଡ଼ ଭାଇ ଓ ସାନଭାଇ ସାଙ୍ଗରେ ଦାଣ୍ଡ ରେ ଖେଳୁଥିବା ବେଳେ ସାନ ଭାଇ ଘର ପାଖରେ ଥିବା ପୋଖରୀ ରେ ପଡି ଯାଇଥିଲା। ବଡ଼ଭାଇ ସଙ୍ଗେ ସଙ୍ଗେ ଘର ଲୋକ ଙ୍କୁ ଡାକ ପକାଇଥିଲା ଘର ଲୋକ ପୋଖରୀ ପାଖରେ ପହଂଚି ପିଲାଟିକୁ ପୋଖରୀରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ ହେଲେ ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚିଲା ବେଳକୁ ପିଲାଟିର ମୃତ୍ୟୁ ହୋଇଯାଇଥିଲା । ସୂଚନା ଅନୁସାରେ କସିଆ ମେରାଇନ୍ ଥାନା ବିଦେଇପୁର ପଂଚାୟତ ଅଧିନ ବିଦେଇପୁରର ବୋଲି ଜଣା ପଡିଛି । ପିତା ଗଗନ ମହାଳିକ ଓ ମାତା ରଞ୍ଜିତା ମହାଳିକ, ପୁଅ ବିଘ୍ନେଶ୍ୱର ମହାଳିକ ବୟସ ଦୁଇ ବୋଲି ଜଣାପଡ଼ିଛି ।








