Home ଜିଲ୍ଲା ପରିକ୍ରମା ଧାମନଗରରେ ଏମ୍‌ଏନ୍ ଗ୍ରୁପ୍ ତରଫରୁ ଇଫତାର ପାର୍ଟି

ଧାମନଗରରେ ଏମ୍‌ଏନ୍ ଗ୍ରୁପ୍ ତରଫରୁ ଇଫତାର ପାର୍ଟି

12

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନଏସି ଅନ୍ତର୍ଗତ ୮ନମ୍ବର ୱାର୍ଡ ଅଧିନସ୍ଥ ମୁଲଣା ସାହି ଠାରେ ଏମ୍‌ଏନ୍ ଗ୍ରୁପ ଏବଂ ହବିବ କମିଟି ଆନୁକୂଲ୍ୟରେ ପବିତ୍ର ରମଜାନ ମାସ ଉପଲକ୍ଷେ ଏକ ଇଫତାର ପାର୍ଟି ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବାବାଙ୍କ ସାନ ନାତି ଆଲହଜ ସୟଦ ଅହେମ୍ମଦ ରଜା ହବିବି (ମସ୍ତାନ-ଏ ମିଲ୍ଲତ୍‌) ୪ଟା ସମୟରେ ଖାନକା ମସଜିଦ ପରିସରରେ ନମାଜ ପଢିବା ପରେ ବାପା,ମା ପୀରବାବାଙ୍କୁ ଫୁଲ ଚଢାଇ ଦର୍ଶନ କରିଥିଲେ। ପୀରବାବାଙ୍କ ନାତୁଣୀ ଜ୍ୱାଇଁ ଏମଡି ଫଜଲେ ବାରିଙ୍କ ନେତୃତ୍ୱରେ ଖାନକା ସରିଫ୍ ଗେଟଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ମୁଲଣା ସାହି ଇଫତାର କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ଥିଲେ। ସେଠାରେ ଆୟୋଜିତ ଇଫତାର ପାର୍ଟିରେ (ମସ୍ତାନ-ଏ ମିଲ୍ଲତ୍‌) ଯୋଗ ଦେଇ ଫାତେହା ପରେ ସମୂହ ଇଫତାର କରିଥିଲେ। ଏହି ଇଫତାର ପାର୍ଟିରେ ରୋଜା ରଖିଥିବା ଶହଶହ ରୋଜାଦାର ତଥା ସୟଦ ଓବେଦୁଲା,ଏମଡି ମେରୁଲ ବାରି,ସେକ ଜୟନୁଲ ଆବେଦ୍ଦିନ,ମୀର ନୁରୁଲ ଇସଲାମ,ମୀର ଫାରୁକ,ସେକ ସାହିଲ,ସେକ ଇସଲାମୁଦ୍ଦିନ,ସେକ ହଲିମ,ମୀର ମୁରତୁଜା,ସେକ ମୋହିଉଦ୍ଦିନ,ମୀର ନୁରମହମ୍ମଦ,ସେକ ରୋସ୍ତମ,ସେକ ମକଦୁମ,ସେକ ଅବଦୁଲ କାଦୀର,ମୀର ଖୁରସିଦ,ସେକ ସିରାଜ,ସେକ ମାଙ୍ଗୋ,ସେକ ହାତୀ,ସେକ ପପୁ,ସେକ ସଦାମ,ସେକ ସଲିମ ଖାଁ,ଅଭିମନ୍ୟୁ ସେଠୀଙ୍କ ସମେତ ଗ୍ରାମବାସୀ ଏବଂ ବିଭିନ୍ନ ଅଞ୍ଚଳରୁ ବାବାଙ୍କ ଭକ୍ତ ଶ୍ରଦ୍ଧାଳୁ ପ୍ରମୁଖ ଯୋଗ ଦେଇ ରମଜାନ (ଉପବାସ) ମାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ସମାଜସେବୀ ସାମ୍ବାଦିକ ସେକ ଜାଫର ଅଲ୍ଲୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.