Home ଜିଲ୍ଲା ପରିକ୍ରମା ରାମନବମୀ ଉପଲକ୍ଷେ ‘ରନ୍ ଫର୍ ରାମ’ ଗଣଦୌଡ, ଏକତା ଓ ସାଂସ୍କୃତିକ ଜାଗରଣର ସନ୍ଦେଶ

ରାମନବମୀ ଉପଲକ୍ଷେ ‘ରନ୍ ଫର୍ ରାମ’ ଗଣଦୌଡ, ଏକତା ଓ ସାଂସ୍କୃତିକ ଜାଗରଣର ସନ୍ଦେଶ

3

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ରାମନବମୀ ଉପଲକ୍ଷେ ଧାମନଗରରେ “ରନ୍ ଫର୍ ରାମ” ନାମକ ଗଣଦୌଡ଼ କାର୍ଯ୍ୟକ୍ରମ ରବିବାର ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ମହାଯଜ୍ଞ ସମିତି ଧାମନଗର ପକ୍ଷରୁ ଆୟୋଜିତ ଏହି ଗଣଦୌଡ଼ ଜୟନଗର ହନୁମାନ ମନ୍ଦିର ପାଖରୁ ଆରମ୍ଭ ହୋଇ ମେଡିକାଲ ମେଲଣ ପଡିଆ ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଯୁବକ, ଯୁବତୀ, ବୃଦ୍ଧ ଓ ଶିଶୁମାନେ ଯୋଗଦେଇ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ଗଣଦୌଡ଼ ସମୟରେ ଭଗବାନ ଶ୍ରୀରାମଙ୍କ ଜୟଧ୍ୱନିରେ ସମଗ୍ର ଅଂଚଳ ମୁଖରିତ ହୋଇଯାଇଥିଲା। ଏହି “ରନ୍ ଫର୍ ରାମ” କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବସମାଜଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ପ୍ରତି ସଚେତନତା ସୃଷ୍ଟି, ସମାଜରେ ଏକତା ଓ ଭାଇଚାରା ବଢ଼ାଇବା ସହିତ ଭାରତୀୟ ସଂସ୍କୃତି ଓ ଶ୍ରୀରାମଙ୍କ ଆଦର୍ଶକୁ ଲୋକମାନଙ୍କ ମଧ୍ୟରେ ପ୍ରଚାର କରିବା। ଏଥିସହ ଆସନ୍ତା ଶ୍ରୀରାମ ମହାଯଜ୍ଞ ଓ ରାମନବମୀ ଉତ୍ସବକୁ ନେଇ ଜନସାଧାରଣଙ୍କୁ ଜାଗୃତ କରିବା ମଧ୍ୟ ଏହାର ଲକ୍ଷ୍ୟ ଥିଲା। ଏପରି କାର୍ଯ୍ୟକ୍ରମ ଦ୍ୱାରା ସମାଜରେ ଧାର୍ମିକ ଭାବନା, ହିନ୍ଦୁ ଏକତା, ଧର୍ମର ପ୍ରଚାର ସହିତ ଶୃଙ୍ଖଳା ଓ ଦେଶଭକ୍ତିର ମନୋଭାବ ବୃଦ୍ଧି ପାଉଛି। ଏଥିରେ ବିଜୟା ଦଶମୀ କମିଟିର ସଭାପତି ସରୋଜ ମହାପାତ୍ର, ସମ୍ପାଦକ ବିଜୟ ରାମ, ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ମହାପାତ୍ର, ଅଶୋକ ପୂହାଣ, ମନୋରଞ୍ଜନ ମଲ୍ଲିକ, ଅରବିନ୍ଦ ପତି, ଗୋହିରା ଟିକିରି ମଠର ମହନ୍ତ ବିଶ୍ୱଧର ଦାସ, ରଞ୍ଜିତା ସ୍ୱାଇଁ ଲ, ପ୍ରମୋଦ ସୂତାର, କୈଳାଶ ଗୁପ୍ତା, ଶ୍ରୀକାନ୍ତ ନାୟକ, ରାଜେନ୍ଦ୍ର ସାହୁ, ଅନିରୋଧ ସାହୁ, ଚତୁର୍ଭୁଜ ନାୟକ, ଉମାମଣି ସାହୁ, ପୁଷ୍ପାଞ୍ଜଳୀ ବେହେରା, ସପ୍ନା ରାଣି ଦାସ, କବିତା ରାୟ, ଶାନ୍ତିଲତା ଦାସ, ଆଇନଜୀବୀ ଅଶୋକ ଦାସ, ରଂଜିତ ମହାନ୍ତି, କୃଷ୍ଣ ଚନ୍ଦ୍ର ଜେନା, ଅନିଲ ବାରିକ୍‌, ଅଭିମନ୍ୟୁ ମଲ୍ଲିକ, ପ୍ରସାନ୍ତ ପରିଡା, ସ୍ୱାଧୀନ ସମ୍ବିଦ ଦାଶ, ଉତମ୍ ମହାନ୍ତି, ଅନ୍ତର୍ଯ୍ୟାମି ପତି, ସୁରଜ୍ ସାହୁ, ଦୀପ୍ତିରଞ୍ଜନ୍ ଜେନା, ରମାକାନ୍ତ ସାହୁ, ଅଜୟ ବଳ, ଶୁଭେନ୍ଦୁ ପାତ୍ର, ସୁମ୍ୟରଞ୍ଜନ୍ ସାହୁ, ଚିତରଂଜନ ଜେନା, ସଞ୍ଜୟ ସ୍ୱାଇଁ, ଲକ୍ଷ୍ମଣ କର, ମାନସ ପରିଡା, ବାପି ସାହୁ, ନାରାୟଣ ରାଉତ, ନାରାୟଣ ସାହାଣୀ, ଲକ୍ଷ୍ମୀଧର ପାଣିଗ୍ରାହି, ନିରାକାର ତରେଇସମେତ ବହୁ ଯୁବକ ଯୁବତୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ପବିତ୍ର ଶ୍ରୀରାମନବମୀ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ରହିଛି। ୨୨ ତାରିଖ ୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଛୁଆମାନଙ୍କୁ ନେଇ ବାଲ ବଜରଙ୍ଗୀ ସାଇକେଲ ଶୁଭଯାତ୍ରା ଅନୁଷ୍ଠିତ ହେବ। ୨୮ ତାରିଖ ମହିଳାମାନଙ୍କ ଦ୍ୱାରା ୧୦୦୮ କଳସ ଶୁଭଯାତ୍ରା ସହିତ ପବିତ୍ର ଯଜ୍ଞ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ୩୦ ତାରିଖ ନଗର ଭ୍ରମଣ, ବିଭିନ୍ନ ଅଂଚଳରୁ ମେଢ଼ ପରିଭ୍ରମଣ, ଏବଂ ପାରମ୍ପରିକ ରାବଣ ପୋଡ଼ି ହେବା ସହ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.