Home ଜିଲ୍ଲା ପରିକ୍ରମା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ମହିଳା ଦିବସ ପାଳିତ

ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ମହିଳା ଦିବସ ପାଳିତ

4

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ଗତକାଲି ରବିବାର ସନ୍ଧ୍ୟାରେ ଭଦ୍ରକ ର ଜିଲ୍ଲା ସଂସ୍କୃତି ଭବନ ଠାରେ ସପ୍ତମ ବର୍ଷ ର ମହିଳା ଦିବସ ପାଳିତ ହୋଇଯାଇଛି । ସଭାପତି କଳ୍ପନା ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲୀପ ରାଉତରାଏ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତଥା ମନ୍ତ୍ରୀ ଙ୍କ ମା ଉର୍ମିଳା ପାଣିଗ୍ରାହୀ, ବରେଣ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଚଳଚିତ୍ର ଅଭିନେତ୍ରୀ କାନ୍ତା ସିଂ, ଆଇନଜୀବୀ ଆକାଂକ୍ଷା କବି, ଉପଦେଷ୍ଟା ବାସନ୍ତୀ ଲତା ପରିଡା, ଦୀପାଳି ମିଶ୍ର, ସମ୍ପାଦିକା ଅଞ୍ଜନା ମିଶ୍ର, ଅଧ୍ୟକ୍ଷ ନିହାର ରଞ୍ଜନ କର ପ୍ରମୁଖ ଯୋଗଦେଇ କହିଲେ ମହିଳାଙ୍କ ଉନ୍ନତିରେ ସମାଜର ଉନ୍ନତି’ ହୋଇଥାଏ ଓ ମହିଳାମାନଙ୍କ ଅଧିକାର, ସଶସ୍ତୀକରଣ ଓ ସମାଜରେ ସେମାନଙ୍କ ଭୂମିକା କଣ ହେବା ଦରକାର ସେଥି ଉପରେ ପରାମର୍ଶ ଦେଇଥିଲେ । ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ମାର୍ଗ ଦର୍ଶକ ସାମ୍ବାଦିକ ରବିନାରାୟଣ ଖିଲାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ, ଉପଦେଷ୍ଟା ଡ଼. ଜାନକୀ ପାଢ଼ୀ ଅତିଥି ପରିଚୟ ପ୍ରଦାନ, ଉପସଭାପତି ମନୋରମା ରାୟ ମଂଚ ଆମନ୍ତ୍ରଣ, ଚୈତାଳୀ ଖିଲାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହିଳାମାନଙ୍କ ମଧ୍ୟରେ କବିତା ପାଠ କରାଯାଇ କୃତୀ କବାୟତ୍ରୀ ମାନକୁ ପୁରସ୍କୃତ କରାଯାଇଥିଲା। ସଂଯୋଜିକା ଦୀପ୍ତିମୟୀ ସାହୁ, ଆଇନଜୀବି ଅଞ୍ଜୁବାଳା ରାଉତ, ସହସମ୍ପାଦିକା ସାବିତ୍ରୀ ସେଠୀ, ରିତାଞ୍ଜଳୀ ମହାରଣା, ଶାନ୍ତିଲତା ବାରିକ, ସଂଯୁକ୍ତା ଯାଦବ, ବୀଣାପାଣି ତ୍ରିପାଠୀ ପ୍ରମୁଖ କବିତା ସଂଯୋଜନା କରିଥିଲେ ଆବାହକ ରେଣୁବାଳା ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । ଡା ଅନିତା ଦାସ, ସ୍ୱାସ୍ଥ୍ୟ ସେବିକା ମାନସୀ କୁଅଁର,ବିଜୟଲଷ୍ମୀ ମହାକୁଡ଼, ଭଦ୍ରକ ସେବା ଗ୍ରୁପ, ସିଦ୍ଧିବିନାୟକ ଗ୍ରୁପ, ବିଭିର୍ନ ସ୍ୱୟଂ ସହାୟକ ଗ୍ରୁପ ଓ ଜୟଶ୍ରୀ ମହାନ୍ତି, ଡ଼ ପୂଜା ରାଣୀ ଘୋଷ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଶିକ୍ଷୟତ୍ରୀ ରଶ୍ମିତା ଦାସ ପ୍ରାରମ୍ବିକ ସଙ୍ଗୀତ ଗାନ କରିଥିବା ବେଳେ ସିଦ୍ଧି ରୂପିଣୀ ଦାଶ ନୃତ୍ୟ ପରିବେଷଣ କରିଥିଲେ । କୃଷ୍ଣ ଚନ୍ଦ୍ର ବେହେରା ଅତିଥି ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାଂସ୍କୃତିକା ସମ୍ପାଦିକା ରିଚିସ୍ମିତା ମହାନ୍ତି ଓ ରୁତିକା ନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.