ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମଧୁବୈଶ୍ୟ ସମାଜର ବାର୍ଷିକ ବନ୍ଧୁମିଳନ ଉତ୍ସବ ଶହୀଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭଦ୍ରକ ଲୋକପ୍ରିୟ ବିଧାୟକ ମାନ୍ୟବର ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି, ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତରାୟ ବିଶିଷ୍ଟ ଅତିଥି, ଶ୍ରୀ ରବିନାରାୟଣ ସାହୁ., ଅତିରିକ୍ତ ଜିଲ୍ଲାପାଳ, ଭଦ୍ରକ ସମ୍ମାନୀତ ଅତିଥି, ରାଜ୍ୟ ମଧୁବୈଶ୍ୟ ସମାଜର ପ୍ରଶାନ୍ତ କୁାର ସାହୁ, ରାଜ୍ୟ ସଂପାଦିକା ଅପର୍ଣ୍ଣା ସାହୁ ସମ୍ମାନିତ ଅତିଥି ଓ ରାଜ୍ୟ ସଭାପତି ଦେବେନ୍ଦ୍ର ନାଥ ସାହୁ ମୁଖ୍ୟ ବକ୍ତାଭାବେ ଯୋଗଦାନ କରିଥିଲେ । ପ୍ରଥମେ ସକାଳ ୧୦ ଘଟିକାରେ ସଂଘର ସମସ୍ତ ସଦସ୍ୟମାନେ ଅପର୍ତିବିନ୍ଧା ତାରିଣୀ ମନ୍ଦିର ପାଖରୁ ଏକ ଶୋଭାଯାତ୍ରା ବାହାରି ଶହୀଦ୍ ସ୍ମୃତି ଭବନ ପର୍ଯ୍ୟନ୍ତ ଆସିଥିଲେ । ସମସ୍ତ ଅତିଥିମାନଙ୍କ ଦ୍ୱାରା ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ସଂଘର କାର୍ଯ୍ୟ ଓ ସଂଘ ଦ୍ୱାରା ସବୁ କାର୍ଯ୍ୟ ସମ୍ପାଦିତ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ସଂଘର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପୁରିଅଶି ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ବିଧାୟକ ତାଙ୍କ ବକ୍ତବ୍ୟରେ ଭଦ୍ରକ ଜିଲ୍ଲା ମଧୁବୈଶ୍ୟ ସମାଜ ତାର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବର୍ଷକରେ ଥରେ ନିଜର ବନ୍ଧୁ, ଜ୍ଞାତି, କୁଟୁମ୍ବମାନଙ୍କ ସହ ଏକାଠି ହେବା ଏହା ଏକ ସୌଭାଗ୍ୟର ବିଷୟ ଯାହା ଆଜିର କର୍ମବ୍ୟସ୍ଥତା ଜୀବନରେ ସମ୍ଭବ ହୋଇପାରୁନାହିଁ । ଅନ୍ୟାନ୍ୟ ଅତିଥିମାନେ ସଂଘର କାର୍ଯ୍ୟଶୈଳୀ ତଥା ମଧୁବୈଶ୍ୟ ସମାଜର ଗରିବ ତଥା ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସକୁ ଭୁରିଅଶି ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ରାଜ୍ୟ ସଭାପତି ସଂଘର ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଏହି ସମାବେଶରେ ଭଦ୍ରକ ଜିଲ୍ଲାର ପ୍ରାୟ ଏକ ହଜାର ସଦସ୍ୟ ଓ ସଦସ୍ୟାମାନେ ଯୋଗଦାନ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା କଟକ, ବାଲେଶ୍ୱର, ସାଲେପୁର, ସମ୍ବଲପୁର, ବ୍ରହ୍ମପୁର, ମାହାଙ୍ଗା, ଜଗତସିଂହପୁର ଜିଲ୍ଳା ବହୁ କର୍ମକର୍ତା ଉକ୍ତ ବାର୍ଷିକ ସମ୍ମିଳନ ଯୋଗଦାନ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ସଂଘର ଜିଲ୍ଲା ସଂପାଦକ ଜୟନ୍ତ କୁମାର ସାହୁ, ସଂପାଦକ ହରିହର ସାହୁ, କୋଷାଧ୍ୟକ୍ଷ ଚନ୍ଦ୍ରକାନ୍ତ ସାହୁ, ଉପସଭାପତି ମନୋରଂଜନ ସାହୁ, ନରେନ୍ଦ୍ର କୁମାର ସାହୁ, ସମାଜସେବୀ ବିଦ୍ୟାଧର ସାହୁ, ସହ ସଂପାଦକ ଅନନ୍ତ ଚରଣ ସାହୁ, ଉପସଭାପତି ଉମାକାନ୍ତ ସାହୁ, ପର୍ଣ୍ଣଚନ୍ଦ୍ର ସାହୁ, ଭାଷ୍କର ଚନ୍ଦ୍ର ସାହୁ, ବୃନ୍ଦାବନ ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ।








