Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭଦ୍ରକରେ ଅସ୍ମିତା ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ

ଭଦ୍ରକ ଜିଲ୍ଲାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭଦ୍ରକରେ ଅସ୍ମିତା ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ

18

ଭଦ୍ରକ, ୯ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଯୁବ କାର୍ଯ୍ୟ ଓ କ୍ରୀଡା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ମୋ ଭାରତ, କେ.ଆଇ.ସି ଭଦ୍ରକ ପକ୍ଷରୁ ଜିଲ୍ଲାସ୍ତରୀୟ ଅସ୍ମିତା ଆଥଲେଟିକ୍ସ ପ୍ରତିଯୋଗିତା ଭଦ୍ରକ ସହରର ବି.ଏମ୍‌. ବଗୁରାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଯୁବ କ୍ରୀଡାବିତ୍‌ମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି କାର୍ଯକ୍ରମକୁ ଭଦ୍ରକର ମାନ୍ୟବର ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ଦିଲୀପ ରାଉତରାଏ,ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଉପଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡା ଅକାରୀ ଶ୍ରୀ ଦେବବ୍ରତ ମହାପାତ୍ର, ନେଭାଲ କମାଣ୍ଡିଂ ଅଫିସର କମାଣ୍ଡର ସୁଦୀପ୍ତ କୁମାର ସାହୁ, ଓ ଓଏସ୍‌ଡି (ସ୍ପୋଟର୍ସ) ରମେଶ କୁମାର ମହାନ୍ତି ଉଦ୍ଘାଟନ କରିଥିଲେ।ଅତିଥିମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ପ୍ରାୟ ୫୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୧୦୦ ମିଟର, ୨୦୦ ମିଟର ଓ ୪୦୦ ମିଟର ଦୌଡ଼ ସହିତ ବିଭିନ୍ନ ଖେଳ ବିଭାଗରେ ଅଣ୍ଡର-୧୩, ୧୩-୧୮ ବର୍ଷ ଓ ୧୮ ବର୍ଷ ଉର୍ଦ୍ଧ୍ୱ ବର୍ଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଜେତା ପ୍ରତିଯୋଗୀମାନଙ୍କୁ ନଗଦ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା। ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ଯୁବମାନଙ୍କୁ କ୍ରୀଡା ମାଧ୍ୟମରେ ସୁସ୍ଥ ଜୀବନ ଅନୁଶୀଳନ କରିବାକୁ ଆହ୍ୱାନ ଦେଇଥିଲେ। ଏପରି କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମଟି କେଆଇସି ଭଦ୍ରକର ପିସିଏ ରାଜେଶ କୁମାର ନାୟକ ଓ ମୋ ଭାରତ, ଭଦ୍ରକର କାର୍ଯ୍ୟାଳୟ କର୍ମଚାରୀ ପ୍ରକାଶ କୁମାର ମଲ୍ଲିକଙ୍କ ସହଯୋଗରେ ସଫଳତାର ସହ ଆୟୋଜନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.