Home ଜିଲ୍ଲା ପରିକ୍ରମା ୨୫ଲକ୍ଷ ଟଙ୍କାର ଏଏନଏମ କେନ୍ଦ୍ର ହସ୍ତାନ୍ତରିତ ପୂର୍ବରୁ ପୁନଃରୁଦ୍ଧାର କାର୍ଯ୍ୟ, କନିଷ୍ଠଯନ୍ତ୍ରୀଙ୍କ ରାତି ଅଧିଆ ବିଲ...

୨୫ଲକ୍ଷ ଟଙ୍କାର ଏଏନଏମ କେନ୍ଦ୍ର ହସ୍ତାନ୍ତରିତ ପୂର୍ବରୁ ପୁନଃରୁଦ୍ଧାର କାର୍ଯ୍ୟ, କନିଷ୍ଠଯନ୍ତ୍ରୀଙ୍କ ରାତି ଅଧିଆ ବିଲ ଏବଂ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ

5

ଭଦ୍ରକ, ୯ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ପଂଚୁଟିକ୍ରି ପଂଚାୟତରେ ଦୀର୍ଘ ୩ବର୍ଷ ମଧ୍ୟରେ ନିର୍ମାଣଧୀନ ଏଏନଏମ କେନ୍ଦ୍ର ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତରିତ ପୂର୍ବରୁ ପୁନଃରୁଦ୍ଧାର କାର୍ଯ୍ୟ ଚାଲୁଅଛି। ୨୦୨୩ ମସିହାରେ ୨୫ଲକ୍ଷ ବ୍ୟୟ ଅଟକଳରେ ଏହି ପଂଚାୟତରେ ଏକ ଏଏନଏମ କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ର ହସ୍ତାନ୍ତରିତ ପୂର୍ବରୁ ସମସ୍ତ ପ୍ଲାଷ୍ଟର ଖସି ପଡିଥିଲା। ଫଳରେ ଏଭଳି ନିମ୍ନ ମାନର କାର୍ଯ୍ୟକୁ ନେଇ ଅଂଚଳବାସୀ କ୍ଷୋଭ ପ୍ରକାଶ କରିବା ସହ ଏ ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଣିବା ପରେ ବ୍ଲକ କର୍ତୁପକ୍ଷ ରାତି ଅଧିଆ ଅନ୍ୟ ଏକ ଠିକାଦାରକୁ ଏହି ନୂତନ ଗୃହର ପ୍ଲାଷ୍ଟର କୁ ଖସାଇ ନୂତନ ପ୍ଲାଷ୍ଟର କରିବାକୁ କାର୍ଯ୍ୟାଦେଶ ଦେଇଛନ୍ତି। ଏ ନେଇ ପୁନଶ୍ଚ ଅଭିଯୋଗ ହୋଇଛି। ସବୁଠାରୁ ରୋଚକର ବିଷୟ ଏହି ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଅଭୟ ଜେନା ପୂର୍ବତନ ଠିକାଦାରଙ୍କୁ ତାଙ୍କ ନିମ୍ନ ମାନ କାର୍ଯ୍ୟର ବିଲ କରାଇ ଦେଲେ ତାହା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ଅଂଚଳବାସୀଙ୍କ ଅଭିଯୋଗ ଅନୁଯାଇ ଏହି କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଭଦ୍ରକ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହେବା ସହ ସଂପୃକ୍ତ ଠିକାଦାରଙ୍କ ବିଲ ବନ୍ଦ କରାଯିବାକୁ ବ୍ଲକ କର୍ତୁପକ୍ଷଙ୍କ ନିକଟରେ ଦାବୀ ମଧ୍ୟ କରାଯାଇଥିଲା କିନ୍ତୁ ସଂପୃକ୍ତ କନିଷ୍ଠଯନ୍ତ୍ରୀ ସମସ୍ତ ଅଭିଯୋଗକୁ ବେଖାତିର କରି ରାତି ଅଧିଆ ବିଲ କରାଇଦେଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି।ଏବଂ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ମଧ୍ୟ ପୁନଶ୍ଚ ଏହି କେନ୍ଦ୍ର ର ନୂତନ କାମକୁ ଦେଖାଚାହାଁ କରିବାକୁ ସଂପୃକ୍ତ ବିଡିଓ ନିର୍ଦେଶ ଦେଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି। ଏହି କାର୍ଯ୍ୟ ବିଷୟରେ ସଂପୃକ୍ତ ସହକାରୀ ଯନ୍ତ୍ରୀ ମୃତ୍ୟୁଞୟ ତରାଇଙ୍କୁ ପଚାରିବାରୁ ସେ ଏହି କାର୍ଯ୍ୟ ନିମ୍ନ ମାନର ବୋଲି କହିବା ସହ ପୁରୁଣା ପ୍ଲାଷ୍ଟର ଗୁଡିକୁ ଖସାଇ ନୂତନ ଭାବେ ପ୍ଲାଷ୍ଟର କରାଯାଉଛି ବୋଲି କହିଥିଲେ ମାତ୍ର ସଂପୃକ୍ତ ବିଡିଓ ସଞୀବ ମହାପାତ୍ର ଏହି କାର୍ଯ୍ୟ ବିଷୟରେ ଅବଗତ ନଥିଲେ ମଧ୍ୟ ତୁରନ୍ତ ଏହି କାର୍ଯ୍ୟ ଶେଷ କରି ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତରିତ କରାଯିବ ବୋଲି ନିଜର ପ୍ରତିକ୍ରିୟା ରଖିଥିଲେ।ତୁରନ୍ତ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ ଏତାଦୃଶ କାର୍ଯ୍ୟକଳାପ କୁ ନେଇ ଅଂଚଳବାସୀ ଭଦ୍ରକ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିବା ସହ ରାଜ୍ୟ ଭିଜିଲାନ୍ସ ନିର୍ଦେଶକଙ୍କ ଶରଣାପର୍ଣ ହୋଇଛନ୍ତି ନଚେତ ବାଧ୍ୟ ହୋଇ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନିଷ୍ପତି ମଧ୍ୟ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.