Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କୁ ଭେଟିଲେ ଅସନ୍ତୁଷ୍ଟ ଚାଷୀ, ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ଜିଲାପାଳଙ୍କୁ ଭେଟିଲେ ଅସନ୍ତୁଷ୍ଟ ଚାଷୀ, ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

24

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡି଼ ବ୍ଲକ ଅଧୀନ ମଙ୍ଗଳପୁର ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ଜିଲାପାଳଙ୍କୁ ଭେଟିଛନ୍ତି । ତିହିଡି଼ ପଂଚାୟତ ସମିତି ପରିସରରେ ଥିବା ନୀଳମଣି ସଭାଗୃହରେ ସୋମବାର ଅନୁଷ୍ଠିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଚାଷୀମାନେ ଜିଲାପାଳଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମଣ୍ଡିରେ ୩୦ହଜାର କୁଇଂଟାଲ ଟାର୍ଗେଟର ଆବଶ୍ୟକତା ଥିବାବେଳେ ମାତ୍ର ୪ହଜାର ୮ଶହ କୁଇଂଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ଆସିଛି । ସମିତି ଅଧୀନରେ ୮୫୯ଜଣ ପଞ୍ଜିକୃତ ଚାଷୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୫୨୦ଜଣ ଚାଷୀ ଧାନ ବିକିବାକୁ ଅପେକ୍ଷା କରିଥିବା ଦୀପକ ଦାସ, ରାମକୃଷ୍ଣ ଦାସ, ନିରାକାର ସେନାପତି, ସମୀର ଦାସ, ମନ୍ମଥ ନାୟକ, ସୌମ୍ୟରଞ୍ଜନ ଦାସ ପ୍ରମୁଖ ଦର୍ଶାଇବା ସହ ଅଧିକ ଟାର୍ଗେଟ ପ୍ରଦାନ ପାଇଁ ଦାବି କରିଥିଲେ । ଜିଲାପାଳ ଦିଲୀପ ରାଉତରାଏ ଖୁବ ଶୀଘ୍ର ଅଧିକ ଟାର୍ଗେଟ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ତିହିଡି଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସେହି ସ୍ଥାନକୁ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରୁ ଥିବା ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ରାସ୍ତାର ସମ୍ପ୍ରସାରଣ ପାଇଁ ଏମପିଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଭାଟପଡ଼ା ପଂଚାୟତ ସରପଂଚ ଶୁଭ୍ର ନାରାୟଣ ସେଠୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଗକୁ ଆସୁଥିବା ରାମ ନବମୀ ଅବସରରେ ଦଶମୀ ଦିନ ତିହିଡି଼ରେ ଉତ୍ସବ ପାଳିତ ହୋଇଥାଏ । ଉତ୍ସବ ଶେଷ ହେବା ପର୍ଯ୍ୟନ୍ତ ତିହିଡି଼ ଥାନାରୁ ବଦଳି ହୋଇଥିବା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଏବଂ ନୂତନ ଆଇଆଇସି ଭାବେ ଯୋଗ ଦେବାକୁ ଥିବା ଲୋପାମୁଦ୍ରା ନାୟକଙ୍କୁ ଦାୟିତ୍ୱରେ ରଖିବାକୁ ଏମପିଙ୍କ ପ୍ରତିନିଧି ଓ ସରପଂଚ ଏସପି ମନୋଜ ରାଉତଙ୍କୁ ଜଣାଇଥିଲେ । ଏହାଛଡ଼ା ଭତା, ରେସନ କାର୍ଡ଼, ବର୍ଦ୍ଧିତ ଭତା, ପ୍ରଧାନମନ୍ତ୍ରୀ ଆବାସ ସମେତ ଶିବିରରେ ବିଭିନ୍ନ ଅଂଚଳରୁ ମୋଟ ୯୨ ଅଭିଯୋଗର ଶୁଣାଣି କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ କୁମାର ପ୍ରହରାଜ, ବିଡ଼ିଓ ନିରଞ୍ଜନ ବାରିକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଅତିରିକ୍ତ ତହସିଲଦାର ନମିତା ଧଳ ପ୍ରମୁଖ ମଂଚାସୀନ ଥିଲେ । ଏବିଡ଼ିଓ ମୀନକେତନ ବାରିକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ଡବ୍ଲୁଇଓ ସୌମ୍ୟା ସୁଚରିତା ମହାନ୍ତି, ବିପିସି କୌଶିକ ଗିରି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.