Home ଜିଲ୍ଲା ପରିକ୍ରମା ମତ୍ସ୍ୟଜିବୀଙ୍କ ଜିବୀକା ବିପନ୍ନରେ,ସରକାରୀ ସହାୟତା ଅପେକ୍ଷାରେ ଚାନ୍ଦବାଲିର ୭ହଜାର ମତ୍ସ୍ୟଜିବୀଙ୍କ ପରିବାର

ମତ୍ସ୍ୟଜିବୀଙ୍କ ଜିବୀକା ବିପନ୍ନରେ,ସରକାରୀ ସହାୟତା ଅପେକ୍ଷାରେ ଚାନ୍ଦବାଲିର ୭ହଜାର ମତ୍ସ୍ୟଜିବୀଙ୍କ ପରିବାର

2

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଅଂଚଳରେ ଥିବା ମତ୍ସ୍ୟଜିବୀଙ୍କୁ ଜିବୀକା ମନା , କଣ କରିବେ ଜିବୀକା ନିର୍ବାହ ପାଇଁ ଅନ୍ୟ କିଛି ବ୍ୟବସ୍ଥା ଆପଣାଇବା ସମ୍ଭବ ପର ହେଉ ନଥିବା ବେଳେ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବେ ଅଥବା ସରକାରୀ କଟକଣାକୁ ମାନି ନିଜର ପରିବାର କୁ ଅଣଦେଖା କରିବେ ତାହା କେବଳ ଚିନ୍ତା ବିଷୟ ପାଲଟିଥିବା ବେଳେ ସରକାରୀ ସହୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସରକାରୀ ତଥ୍ୟ ଅନୁଯାଇ ଚାନ୍ଦବାଲି ବ୍ଲକରେ ୫ଶହରୁ ଅଧିକ ଟ୍ରଲର, ଭୁଟୁଭୁଟି ଏବଂ ଟୁ ଇନ ଓାନ ଘରୋଇ ମାଛ ମରା ଯାନ୍ତ୍ରିକ ବୋଟ ଉପଲବ୍ଧ। ଏହି ତଥ୍ୟାନୁଯାଇ ଗୋଟିଏ ଗୋଟିଏ ମାଛ ଧରା ଟ୍ରଲରରେ ଅତିକମରେ ୧୨-୧୫ଜଣ ମତ୍ସ୍ୟଜିବୀ ନିଜର ଜିବୀକା ନିର୍ବାହ କରୁଥିବା ବେଳେ ଚାନ୍ଦବାଲି ବ୍ଲକରେ ୭ହଜାରରୁ ଅଧିକ ମତ୍ସ୍ୟଜିବୀଙ୍କ ପରିବାର ଏହି ବୋଟ ମାଲିକଙ୍କ ଉପରେ ସିଧାସଳଖ ନିର୍ଭର କରି ଆସୁଛନ୍ତି। ସରକାରୀ ସୂତ୍ର ଅନୁଯାଇ ଏହି ମତ୍ସ୍ୟଜିବୀ ମାନେ ବର୍ଷର ୧୨ମାସ ଅର୍ଥାତ ଜୁନ ମାସ ୧୫ରୁ ଏପ୍ରିଲ ମାସ ପଯ୍ୟନ୍ତ ଏହି ମତ୍ସ୍ୟଜିବୀ ସମୁଦ୍ର ମଧ୍ୟରେ ମାଛ ଧରି ଜିବୀକା ନିର୍ବାହ କରୁଛନ୍ତି ମାତ୍ର ପ୍ରକୃତ ତଥ୍ୟ ସଂପୂର୍ଣ ଓଲଟା ଅର୍ଥାର ଜୁନ ମାସ ୧୫ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ହେଉଥିବା ବେଳେ ନଭେମ୍ବର ମାସ ୧୫ ତାରିଖରୁ ଅଲିଭରିଡଲେ କଇଁଛ ମାନଙ୍କ ପାଇଁ ଏହି ମତ୍ସ୍ୟଜିବୀ ସମୁଦ୍ର ତଟ ଅଂଚଳରେ ମାଛ ଧରିବା ସଂପୂର୍ଣ ବେଆଇନ ବୋଲି ସରକାରଙ୍କ ଘୋଷଣା ଏବଂ ଏହି ଘୋଷଣା ଅନୁଯାଇ ଏପ୍ରିଲ ମାସ ୧୫ ତାରିଖରୁ ଛୋଟ ମାଛ ବଡ ହେବାକୁ ସମୟ ହୋଇଥିବାରୁ ମାଛ ଧର ସଂପୂର୍ଣ ବେଆଇନ ବୋଲି ଘୋଷଣା କରିଛନ୍ତି ରାଜ୍ୟ ତଥା କେନ୍ଦ୍ର ସରକାର। ବାସ୍ତବ ଚିତ୍ର ଅନୁଯାଇ ଏହି ମତ୍ସ୍ୟଜିବୀ ନିଜର ଜୀବକୁ ମୃତ୍ୟ ମୁଖକୁ ଠେଲି ଦେଇ ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଏମାନଙ୍କର ମୁଣ୍ଡ ପିଛା ଆୟ ଦିନକୁ ୫ଶହ ଟଙ୍କା ଏବଂ ବହୁ ଟ୍ରଲର ମାଲିକ ମାନେ ନିଜ ଘୋଷଣା ନାମାନୁଯାଇ ମାଛ ନାହିଁ ତ ବେଠୀ ଖଟ ନିୟମରେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ। ଅନ୍ୟ ପକ୍ଷରେ ବର୍ଷକୁ ମାତ୍ର ୩ମାସ ମାଛ ଧରା ହେଉଥିବା ବେଳେ ଅବଶିଷ୍ଟ ୯ମାସ କେବଳ ବେଠୀ ଖଟିବା ସାର ହୋଇଥାଏ। ଧାମରା ର ଉତରକୁ ଧାମରା ବନ୍ଦର (ଆଦାନୀ କର୍ତୁପକ୍ଷ)ସଂପୂର୍ଣ ବାରଣ କରିଥିବା ବେଳେ ଧାମରାର ଦକ୍ଷିଣ ଦିଗକୁ ପ୍ରତିରକ୍ଷା ଘାଟୀ ଏବଂ ଗହୀରମଥା ଅଭୟାରଣ୍ୟ ,ଏଠାରେ ସୁଦୂର ଅଷ୍ଟ୍ରେଲିଆରୁ ଅଳିଭରିଡଲେ ଆସି ଅଣ୍ଡା ଦାନ କରିଥାନ୍ତି ଫଳରେ ରାଜ୍ୟ ତଥା କେନ୍ଦ୍ର ସରକାର ବର୍ଷର ଅଦ୍ଧାଧିକ ଦିନ କଇଁଛ ମାନଙ୍କୁ ସୁରକ୍ଷା ଦେବା ମାଛ ଧରିବାକୁ ବାରଣ କରିଛନ୍ତି। ଅନ୍ୟ ପକ୍ଷରେ ଧାମରାରୁ ବାହାରିବାକୁ ହେଲେ ଉତର ଦିଗ ଦେଇ ମତ୍ସ୍ୟଜିବୀ ମାନେ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାତାୟତ କରିଥାନ୍ତି। ଏହି ଉତର ଦିଗରେ ଧାମରା ବନ୍ଦରକୁ ପ୍ରତିଦିନ ଜାହାଜ କାରବାର ହେଉଥିବା ଦୃଷ୍ଟିରୁ ଏହି ପଥରେ ଏହି ମତ୍ସ୍ୟଜିବୀ ମାନଙ୍କୁ ଯାତାୟତ କରିବାକୁ ବନ୍ଦର କର୍ତୁପକ୍ଷ ତାଗିଦ କରିଛନ୍ତି। ଏହା ଫଳରେ ଧାମରା ଅଂଚଳର ମତ୍ସ୍ୟଜିବୀ ନିଜର କୂଳ ବେଉଷା ଛାଡି ଆତ୍ମହତ୍ୟା କରିବେ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି।ଧାମରାର ପୂର୍ବ ଦିଗରେ ଥିବା ବତୀଘର ନାଳ ସଂପୂର୍ଣ ପୋତି ହୋଇ ପଡିଥିବା ବେଳେ ସଂପୂର୍ଣ ଜୁଆର ନ ଆସିଲେ ଏହି ନାଳ ମଧ୍ୟ ଦେଇ କୌଣସି ବୋଟି ଯାତାୟତ ସମ୍ଭବ ହୋଇ ପାରୁ ନାହିଁ ଫଳରେ ମତ୍ସ୍ୟଜିବୀ ମାନେ ଏହି ନାଳ ଖୋଳିବାକୁ ରାଜ୍ୟ ସରକାର ଙ୍କ ଠାରୁ କେନ୍ଦ୍ର ସରକାରଙ୍କ ପାଖରେ ଦାବୀ ରଖି ଆସୁଥିବା ବେଳେ ଆଜି ପଯ୍ୟନ୍ତ ଏହା ସମ୍ଭବ ହୋଇ ପାରୁ ନାହିଁ। ୨୦୧୭ ମସିହାରେ (ଗୋଟିଏ ବର୍ଷ) ମାତ୍ର ଏପ୍ରିଲ -ଜୁନ ମାସ ପର୍ଯ୍ୟନ୍ତ ମତ୍ସ୍ୟଜିବୀ ମାନଙ୍କୁ ୩୫କେଜି ଚାଉଳ ବିନା ମୁଲ୍ୟରେ ଯୋଗାଇ ଦେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମାଗଣା ଚାଉଳ ସରକାର ଦେବାକୁ ରାଜି ନୁହନ୍ତି । ପ୍ରତିବର୍ଷ ଏହି ଟ୍ରଲର ମାଲିକ ମାନେ ନୂଆ ନୂଆ ଟ୍ରଲର ବସାଇ କୋଟି ପତି ବନୁଥିବା ବେଳେ ସେମାନଙ୍କୁ କୋଟି ପତି କରାଉଥିବା ଏହି ମତ୍ସ୍ୟଜିବୀ ମାନଙ୍କୁ ଅଣଦେଖା କରାଯାଉଛି। ବାସ୍ତବ ଚିତ୍ରରେ ଏହି ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ରରେ ମାଛ ଧରିବା ପାଇଁ ୨୪ଘଂଟା ନିୟୋଜିତ ରହୁଥିବା ବେଳେ ମାତ୍ର ଦିନକୁ ୫ଶହ ଟଙ୍କାରେ ସେମାନେ ମୁଣ୍ଡ ବିକ୍ରି କରିଆସୁଛନ୍ତି। ଅନ୍ୟ ପକ୍ଷରେ ସରକାର କେବଳ ଡିଣ୍ଡିମ ପିଟି କହୁଛ ନ୍ତି ସେମାନଙ୍କର ଜୀବନ ବୀମା କରାଯାଉଛି ମାତ୍ର ମତ୍ସ୍ୟଜିବୀ ବଂଚିଥିବା େଳେ ସରକାର ସୂତ୍ରରୁ ଟଙ୍କାଟିଏ ପାଇବା ପାଇଁ ହକଦାର ହେଉ ନଥିବା ବେଳେ ମରିବା ପରେ ପ୍ରକୃତରେ ଦେଉଛନ୍ତି କି ନାହିଁ ତାହା ସମୟସାପେକ୍ଷ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ପକ୍ଷରେ ମତ୍ସ୍ୟଜିବୀ ମାନଙ୍କ ପ୍ରତି ସରକାର ଅବିଚାର କରୁଥିବା ବେଳେ କୋଟିପତି ବୋଟ ମାଲିକ ମାନଙ୍କୁ ଡିଜେଲ ଚାଳିତ ଇଞ୍ଜିନ ଉପରେ ସବସିଡ ପ୍ରଦାନ ସହ ଡିଜେଲ ଉପରେ ବିକ୍ରିକର ହ୍ରାସ ପ୍ରସ୍ତାବପାଇଁ ସରକାର ନିୟମ କରିଛନ୍ତି। ମାତ୍ର ବୋଟରେ କାର୍ଯ୍ୟରତ ମତ୍ସ୍ୟଜିବୀ ମାନଙ୍କ ମୃତ୍ୟୁକାଳୀନ ସହାୟତା ୧୦ଲକ୍ଷରୁ ଅଧିକ ଦେବା, ସରକାର ପ୍ରଣୟନ କରିଥିବା ମତ୍ସ୍ୟକାର୍ଡକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବା, ବୋଟ ଗୁଡିକୁ ବୀମାଭୁକ୍ତ କରିବା ସହ ମତ୍ସ୍ୟଜିବୀ ମାନଙ୍କୁ ଜୀବନ ବୀମା ଭୁକ୍ତ କରିବା, ମତ୍ସ୍ୟ ରପ୍ତାନୀକାରୀ ସଂସ୍ଥା ଉପରେ ଅଙ୍କୁଶ ଲଗାଇବା ଏବଂ ସମସ୍ତ ମାଛ ଉପରେ ସର୍ବନିମ୍ନ ମୂଲ୍ୟ ଘୋଷଣା କରିବା, ଧାମରା ମାଛଧରା ପୋତାଶ୍ରୟ ଠାରେ ରାଜ୍ୟ ସରକାର ସବସିଡଯୁକ୍ତ କୋଲ୍ଡ ଷ୍ଟୋର ପ୍ରତିଷ୍ଠାକରିବା ଜରୁରୀ ହୋଇ ପଡିଛି ବୋଲି ମତ୍ସ୍ୟଜିବୀ ଙ୍କ ପକ୍ଷରୁ ଦାବୀ ହୋଇଛି। ମାଛର ପ୍ରଜାତି ବିଲୁପ୍ତ ହୋଇଯାଉଥିବାରୁ ସମସ୍ତ ବୋଟ ଏବଂ ଟ୍ରଲର ମାଲିକ ଏହି ବିଲୁପ୍ତ ମାଛ ମାନଙ୍କୁ ରକ୍ଷା କରିବା ଜରୁରୀ ହୋଇ ପଡିଛି। ରାଜ୍ୟ ତଥା କେନ୍ଦ୍ର ସରକାର ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଉଦ୍ୟମ ଜାରୀ ରଖିବା ସହ ସ୍ୱିଜରଲାଣ୍ଡ ପ୍ରଣାଳୀରେ ମାଛ ଧରିବା ପରେ କେଉଁ କୌଶଳରେ ୫ବର୍ଷ ପର୍ଯ୍ୟନ୍ତ ମାଛ କୋଲ୍ଡ ଷ୍ଟୋରରେ ଗଛିତ ହୋଇ ରହି ପାରିବ ସେଥିପ୍ରତି ସରକାର ଯତ୍ନବାନ ହୋଇପାରିଲେ ମତ୍ସ୍ୟଜିବୀ ମାନଙ୍କ ଜୀବିକା ସବୁଦିନ ପାଇଁ ସବୁଜ ହୋଇ ପାରିବା ସହ ସରକାରୀ ସହାୟତା ମିଳି ପାରିଲେ ଅଥବା ସରକାର ମତ୍ସ୍ୟଜିବୀ ମାନଙ୍କ ପାଇଁ କିଛି ନିୟମ ଲାଗୁ କଲେ ଆଜି ଭଳି ଦିନରେ ଚାନ୍ଦବାଲି ବ୍ଲକରେ ଥିବା ୭ହଜାର ମତ୍ସ୍ୟଜିବୀ ମାନଙ୍କ ପରିବାର ମୁହଁରେ ହସ ଖେଳିଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.