ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ‘ସଦଭାବନା ସଭାଗୃହ’ଠାରେ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (ଡିପିଏମ୍ୟୁ) ର ଦ୍ୱିତୀୟ ତ୍ରୈମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ବିଭିନ୍ନ ଶୈକ୍ଷିକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକର ପ୍ରାରମ୍ଭରେ ପୂର୍ବ ବୈଠକର ନିଷ୍ପତି ଏବଂ ସେଥିପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯାଇଥିଲା। ଶ୍ରେଣୀ ଗୃହ ପର୍ଯ୍ୟବେକ୍ଷଣ ଏବଂ ସ୍ପଟ୍ ଆସେସମେଂଟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରକୃତ ଶିକ୍ଷଣ ସ୍ତରର ଆକଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ଜାନୁଆରୀ ମାସରେ ଅନୁଷ୍ଠିତ ମାସିକ କ୍ଲଷ୍ଟର ବୈଠକର ସଫଳତା ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଶିକ୍ଷା କାର୍ଯ୍ୟକ୍ରମର ଅଗ୍ରଗତି: ଶିକ୍ଷା ସୋପାନ ଓ ନିପୁଣ ବିଦ୍ୟାଳୟ: ବିଦ୍ୟାର୍ଥୀମାନଙ୍କର ବିଭିନ୍ନ ଦକ୍ଷତା ବୃଦ୍ଧି ପାଇଁ ‘ଶିକ୍ଷା ସୋପାନ’ ଏବଂ ‘ନିପୁଣ ବିଦ୍ୟାଳୟ’ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବାକୁ ସ୍ଥିର କରାଯାଇଛି। ପଠନ ଅଭିଯାନ: ଜିଲ୍ଲାରେ ପଠନ ଅଭ୍ୟାସ ବୃଦ୍ଧି ପାଇଁ ‘ରିଡିଂ ପ୍ରମୋସନ କ୍ୟାମ୍ପେନ’ ଏବଂ ଶିଶୁ ବାଟିକାର ସଫଳ ରୂପାୟନ ଉପରେ ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଇଛି। ପାଣ୍ଠି ବିନିଯୋଗ: ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ଊଚଗଟ ପାଣ୍ଠିର ସଠିକ୍ ବିନିଯୋଗ ଏବଂ ଏହାର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହି ଅବସରରେ ଡିପିଏମ୍ୟୁ ର ନୂତନ ‘ନ୍ୟୁଜ୍ ଲେଟର’ ଏବଂ ମୌଳିକ ସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷଣ ସହାୟକ ପୁସ୍ତିକା “ଛବି ଦେଖି ଶିଖିବା” ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସମାଜସେବୀ ଏସ.ଏମ. ଫାରୁକ ଓ ଡିଆଇପିଆରଓ ମଧୁସ୍ମିତା ଶତପଥୀକଂ ଦ୍ୱାରା ଉନ୍ମୋଚିତ ହୋଇଛି। ଏହି ପୁସ୍ତିକଟି ଛୋଟ ପିଲାମାନଙ୍କୁ ଚିତ୍ର ମାଧ୍ୟମରେ ସହଜରେ ବିଷୟବସ୍ତୁ ବୁଝିବାରେ ସହାୟକ ହେବ। ଏହି ବୈଠକରେ ଜିଲ୍ଲାର ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରତିଶ୍ରୁତି ବଦ୍ଧତା ପ୍ରକାଶ କରିଛନ୍ତି।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (ଡିପିଏମ୍ୟୁ) ର ଦ୍ୱିତୀୟ ତ୍ରୈମାସିକ ବୈଠକ, ନୂତନ ଶିକ୍ଷଣ...








