ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ ଐତିହାସିକ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବକୁ ଚଳିତ ବର୍ଷ ଭବ୍ୟ, ଦିବ୍ୟ, ଚିତାକର୍ଷକ, ସରସ, ସୁନ୍ଦର, ଏବଂ ଶୃଙ୍ଖଳିତ ଭାବେ ପାଳନ କରିବାକୁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଗାନ୍ଧୀ ପଡ଼ିଆ ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମସ୍ତ ମେଢ଼ କମିଟି ଓ ଗଣଦୌଡ ସଂଯୋଜନା ସମିତିର ସାଧାରଣ ବୈଠକରେ ମଂଚାସିନ ଅତିଥି ଅଧିକାରୀମାନେ ବକ୍ତବ୍ୟ ରଖିଥିଲେ। ବିଶେଷ କରି ନଗର ସଙ୍କୀର୍ତନ ଶୋଭାଯାତ୍ରା ଦିନ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଓ ସମୟ ସାରଣୀକୁ ସମସ୍ତ ମେଢ଼ କମିଟି ଗ୍ରହଣ କରିବାକୁ କୁହାଯାଇଥିଲା। ମଂଚରେ ଓଡ଼ିଶା ସରକାରଙ୍କର ମାନ୍ୟବର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶ୍ରୀରାମ ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଭଦ୍ରକର ମାନ୍ୟବର ବିଧାୟକ ସୀତାପ୍ସଶୁ ଶେଖର ମହାପାତ୍ର, ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ଶ୍ରୀରାମ ମହାଯଜ୍ଞ ସମିତିର ବରିଷ୍ଠ ସଦସ୍ୟ ତଥା ଭାଜପା ଜିଲ୍ଲା ସଭାପତି ଭଗବାନ୍ ପଣ୍ଡା, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସମ୍ପାଦକ ସ୍ୱରୂପା ନନ୍ଦ ମହାପାତ୍ର ଉପସ୍ଥିତି ଥିଲେ। ଶ୍ରୀରାମ ନବମୀ ମହୋତ୍ସବର ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାତୃଭୂମୀ ପାଇଁ ଗଣଦୌଡ ସମ୍ବନ୍ଧରେ ବିସ୍ତୃତ ଯୋଜନା କରାଯିବା ସହ ଗଣଦୌଡର ଲୋଗୋ ମାନ୍ୟବର ମନ୍ତ୍ରୀ, ମାନ୍ୟବର ଭଦ୍ରକ ବିଧାୟକ ଏବଂ ଶ୍ରୀ ସାମଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ ମଞ୍ଚାସିନ ଅତିଥିଙ୍କ ପରିଚୟ କରିବା ସହ ଚଳିତ ବର୍ଷ ସମସ୍ତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ବରିଷ୍ଠ ଆଇନଜୀବି ତଥା ସମ୍ପାଦକ ତୁଷାର କାନ୍ତ ଦାସ ଗଣଦୌଡ କାର୍ଯ୍ୟକ୍ରମର ବ୍ୟବସ୍ଥା ସମ୍ବନ୍ଧରେ ବିସ୍ତୃତ ଯୋଜନା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀରାମ ମହାଯଜ୍ଞ ସମିତିର ଉପ ସଭାପତି ତ୍ରିଲୋଚନ ନାୟକ, କହ୍ନେଇ ଚରଣ ଦାସ, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସଙ୍କ ସମେତ ସମିତିର ବହୁ ବରିଷ୍ଠ ଯୁବ ସଦସ୍ୟ, ସମସ୍ତ ମେଢ଼ କମିଟି ଏବଂ ଗଣଦୌଡ ସଂଯୋଜନା ସମିତିର ଯୁବ ସଦସ୍ୟ, ଜିଲ୍ଲାର ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ ସଙ୍ଗଠନର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।








