Home ଜିଲ୍ଲା ପରିକ୍ରମା କଣ୍ଡିଆ ନଦୀରେ ପୋଲ ପାଇଁ ସ୍ଥାନ ବଦଳିବା ଅଭିଯୋଗରେ ତେଜିଲା ଅସନ୍ତୋଷ, ନରହରିପୁରରେ ସାହିରେ ସାମ୍ବାଦିକ...

କଣ୍ଡିଆ ନଦୀରେ ପୋଲ ପାଇଁ ସ୍ଥାନ ବଦଳିବା ଅଭିଯୋଗରେ ତେଜିଲା ଅସନ୍ତୋଷ, ନରହରିପୁରରେ ସାହିରେ ସାମ୍ବାଦିକ ସମ୍ମିଳନୀ, ମନ୍ତ୍ରୀଙ୍କୁ କଲେ ଦାୟୀ,ଆନ୍ଦୋଳନ ଚେତାବନୀ

3

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଭଟସାହି ପଂଚାୟତ ଅନ୍ତର୍ଗତ ନରହରିପୁର ଅଂଚଳରେ ପ୍ରସ୍ତାବିତ ପୋଲ ନିର୍ମାଣର ସ୍ଥାନ ପରିବର୍ତନକୁ ନେଇ ଅଂଚଳରେ ଅସନ୍ତୋଷ ତିବ୍ର ରୂପ ନେଇଛି। ଏହାକୁ ନେଇ ରବିବାର ଭଟ୍ଟସାହି ପଂଚାୟତ ର ନରହରିପୁର ଗ୍ରାମ ଗ୍ରାମବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମବାସୀ ମାନେ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ଦାୟୀ କରିଛନ୍ତି,ସେମାନେ କହିବା କଥା ମନ୍ତ୍ରୀ ଚାହିଁ ଥିଲେ ପୋଲ କାମ ପୁର୍ବ ରୁ ସ୍ଥିର ହୋଇଥିବା ସ୍ଥାନ ରେ ହୋଇ ପାରିଥାନ୍ତା ମାତ୍ର ମନ୍ତ୍ରୀ ଙ୍କ ଆନ୍ତରିକତା ଅଭାବ ରୁ ଆଜି ଗାଁ ଗାଁ ମଧ୍ୟରେ ଶତ୍ରୁତା ବଡିଚି ବୋଲି ସାମ୍ବାଦିକ ସମ୍ମିଳନୀରେ ଗ୍ରାମବାସୀ ମାନେ କହିଛନ୍ତି। ସୁଚନା ଥାଉକି କଣ୍ଡିଆ ନଦୀ ଉପରେ ନରହରିପୁର ନିକଟ ରେ ପୋଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ଯୋଜନା ରହିଥିଲା। କିନ୍ତୁ କିଛି ଖଳ ପ୍ରକୃତି ଲୋକ ରାଜନୈତିକ ଚାପ ପ୍ରଭାବରେ ପୋଲ ସ୍ଥାନକୁ ପରିବର୍ତନ କରି ନିକଟ ନିଆରୀ ସାହିକୁ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମତାନୁସାରେ, ନିଆରୀ ସାହିରେ ସେତୁ ନିର୍ମାଣ ହେଲେ ଲୋକମାନଙ୍କ ସୁବିଧା ହେବ ନାହିଁ, ପୁର୍ବ ପ୍ରସ୍ତାବିତସ୍ଥାନ ନରହରିପୁର ଠାରେ ପୋଲ ହେଲେ ୨ ରୁ ୩ ଟି ପଞ୍ଚାୟତର ହଜାର ହଜାର ଲୋକ ଯାତାୟାତ ସୁବିଧା ପାଇବେ। ଏପରିକି ନଦୀ ଆରପଟ ରେ ଚାଷୀଙ୍କ ଚାଷ ଜମିକୁ ଯାଆଶ କରିପାରିବେ। ଏ ନେଇ ଗ୍ରାମ ବାସି ମାନେ ମନ୍ତ୍ରୀ ଙ୍କ ନିକଟକୁ ଯାଇ ଗୁହାରି କରିଥିଲେ ମାତ୍ର କୌଣସି ଫଳପ୍ରଦ ହେଲା ନାହିଁ ବରଂ ଠିକାଦାର ମନ୍ ମୁଖୀ ଭାବରେ ଅନ୍ୟ ସ୍ଥାନ ରେ ପୋଲ ନିର୍ମାଣ ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଏହାର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି। ଏହି ଘଟଣା ରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁତ୍ୱର ସହ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରାଇ ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀମାନେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ହିମାଂଶୁ ସୂତାର, ବଳରାମ ସୂତାର, ଚନ୍ଦ୍ରଶେଖର ଓଝା, ଗଙ୍ଗାଧର ସୂତାର, ଜୟରାମ ଓଝା, ଜଗବନ୍ଧୁ ଦଳାଇ, ବାଦଲ ନାୟକ, ପ୍ରଭାକର ସୂତାର, ଆଲୋକ ନାୟକ, ଅନୁପ ନାୟକ, ସୁଦୀପ୍ତ ସାମଲ, ମଦନ ସୂତାର, ପାର୍ବତୀ ସୂତାର, ସ୍ମୃତି ରେଖା ସୂତାର, କବିତା ଓଝା, ସରସ୍ୱତୀ ଦଳାଇ, ନିରୁପମା ଦଳାଇ ଓ ରାଧା ଦଳାଇ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ମତ ରଖି ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.