Home ଜିଲ୍ଲା ପରିକ୍ରମା ଉଲ୍ଲାସ ଭରିଲା ହରଷ,ଝୁନୁ ଓ ମନୋରମା ପଢିଲେ ପାଠ

ଉଲ୍ଲାସ ଭରିଲା ହରଷ,ଝୁନୁ ଓ ମନୋରମା ପଢିଲେ ପାଠ

2

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଲକ୍ଷ୍ୟ ପଥ ଯେତେ କଠିନ ହେଲେବି ଏହାକୁ ମଧ୍ୟ ହାସଲ କରିହୁଏ ।ଏକଥାକୁ ସମ୍ଭବ କରିପାରିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ କୋହ୍ଲ ଗ୍ରାମର ମନୋରମା ମହାଳିକ ଓ ଦୋଳସାହିର ଝୁନୁରାଣୀ ଦୀକ୍ଷିତ।ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁଙ୍କ ନିର୍ଦେଶ କ୍ରମେ ତିହିଡି ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ସୂର୍ଯ୍ୟ ଶିକ୍ଷା ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋହ୍ଲର ସିଆରସିସି ଚନ୍ଦନ ପାତ୍ର ଓ ଦୋଳସାହିର ସିଆରସିସି ସସ୍ମିତା ନାୟକଙ୍କ ପ୍ରୟାସ ଥିଲା ଅତି ନିଆରା ଓ ସ୍ୱତନ୍ତ୍ର,ପାଠ ପଢ଼ିବାକୁ ରୁଚି ରଖିଥିବା ଏହି ଦୁଇ ନିରକ୍ଷର ମହିଳା ମଧ୍ୟରୁ ଜଣେ ଘରର ଅଭାବ ଅସୁବିଧା ପାଇଁ ସ୍କୁଲ ମାଟି ମାଡ଼ି ନ ଥିବା ବେଳେ ଆଉ ଜଣେ ଅଧାରୁ ପାଠ ଛାଡ଼ି ଲେଖା ପଢା ଭୁଲି ଟିପ ଦେଇ ଆସୁଥିଲେ । କିନ୍ତୁ ସରକାରଙ୍କ ତତ୍ପରତା ଫଳରେ ସ୍ୱେଛାସେବୀ ଶିକ୍ଷକ ଗଙ୍ଗାଧର ନାୟକ ଏବଂ ଶିକ୍ଷୟତ୍ରୀ ଜୟଶ୍ରୀ ମହାପାତ୍ରଙ୍କ ଅକ୍ଲାନ୍ତ ଉଦ୍ୟମ ଫଳରେ ଏବେ ଟିପ ନୁହେଁ ବରଂ ସେମାନେ ଦସ୍ତଖତ କରିବା ସହ ଛବିଳ ବର୍ଣ୍ଣବୋଧର ଫଳା ମାତ୍ରା ଚିହ୍ନିବା ସହ ଶବ୍ଦ ଓ ବାକ୍ୟ ପଢିବାକୁ ସମର୍ଥ ହୋଇଛନ୍ତି । ତା ସହ ଛୋଟ ବଡ଼ ହିସାବ କରିବା ସହ ଖବରକାଗଜ ମଧ୍ୟ ପଢ଼ି ପାରୁଛନ୍ତି।ଉଲ୍ଲାସ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଥିବାରୁ ସେମାନେ ଶିକ୍ଷାଧିକାରୀଣୀ ସିଆରସିସି ଓ ନିଜର ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇବା ସହ ଖୁସୀ ବ୍ୟକ୍ତ କରିଛନ୍ତି ।ଚେଷ୍ଟା ଓ ଅଧ୍ୟବସାୟ ଯେ ସବୁ ପ୍ରତିବନ୍ଧକକୁ ପ୍ରତିହତ କରିଥାଏ ବୋଲି ପ୍ରମାଣିତ କରିପାରିଛନ୍ତି ଝୁନୁ ଓ ମନୋରମା।ଏବେ ସେ ଅନୁଭବ କରିଛନ୍ତି ନୂଆ ହରଷ ଆଣିଲା ଉଲ୍ଲାସ ,ପଢିଲେଖି ଆମ ଓଠେ ଫୁଟିଲା ହସ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.