Home ଜିଲ୍ଲା ପରିକ୍ରମା ସମାଜସେବୀ ସ୍ୱର୍ଗତଃ ମଧୁସୂଦନ ଚୌଧୁରୀଙ୍କ ସ୍ମୃତିସଭା

ସମାଜସେବୀ ସ୍ୱର୍ଗତଃ ମଧୁସୂଦନ ଚୌଧୁରୀଙ୍କ ସ୍ମୃତିସଭା

3

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକର ବାଣୀତିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ନାଲଗହରା ଗ୍ରାମରେ ଅବସରପ୍ରାପ୍ତ ଇଞ୍ଜିନିୟର ତଥା ସୁନାମଧନ୍ୟ ସମାଜସେବୀ ସ୍ୱର୍ଗତ ମଧୁସୂଦନ ଚୌଧୁରୀଙ୍କ ପବିତ୍ର ସ୍ମୃତିରେ ଏକ ଭାବବିହ୍ୱଳ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଯାଇଥିଲା। ସଭାଟି ବିଶିଷ୍ଟ ସମାଜସେବୀ ହରିହର ଦିକ୍ଷୀତଙ୍କ ସଭାପତିତ୍ୱରେ ଶାନ୍ତ ଓ ଗମ୍ଭୀର ପରିବେଶରେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ବ୍ରଜ ମୋହନ ମିଶ୍ର ଙ୍କ ସହ ଅନେକ ମାନ୍ୟଗଣ୍ୟ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସମସ୍ତଙ୍କ ଉକ୍ତିରେ ଏକେଇ ଭାବ ଝଲକି ଉଠିଲା ସ୍ୱର୍ଗତ ଚୌଧୁରୀ କେବଳ ଜଣେ କୁଶଳ ଇଞ୍ଜିନିୟର ନୁହେଁ, ସେ ଥିଲେ ଏକ ସହୃଦୟ ମଣିଷ ଓ ସମାଜପ୍ରତି ନିଷ୍ଠାବାନ୍ ସେବକ। ତାଙ୍କ ଅବଦାନ ଓ ଆଦର୍ଶ ସଦା ସ୍ମରଣୀୟ ହୋଇ ରହିବ। ଶୋକାକୁଳ ପରିବାରବର୍ଗଙ୍କୁ ସମସ୍ତେ ଗଭୀର ସମବେଦନା ଜଣାଇଥିଲେ ଏବଂ ଏହି ଅସହ୍ୟ ବିୟୋଗ ସହିବା ପାଇଁ ଈଶ୍ୱରଙ୍କ ନିକଟରେ ଅସୀମ ଧୈର‌୍ୟ, ସାହସ ଓ ଶକ୍ତି ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.