Home ଜିଲ୍ଲା ପରିକ୍ରମା ଫେଲୋସିପ୍ ସ୍ୱଧାର ଗୃହ ହଲରେ ସରୋଭାଲ (ସେରାଜୁଦ୍ଦିନ୍‌)ଙ୍କ ସ୍ମୃତିଚାରଣ ସଭା

ଫେଲୋସିପ୍ ସ୍ୱଧାର ଗୃହ ହଲରେ ସରୋଭାଲ (ସେରାଜୁଦ୍ଦିନ୍‌)ଙ୍କ ସ୍ମୃତିଚାରଣ ସଭା

1

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନଂଘା ମହଲାସ୍ଥ ଫେଲୋସିପ ସ୍ୱଧାର ଗୃହ ଠାରେ ସ୍ୱର୍ଗତ ସେରାଜୁଦ୍ଦିନ (ସରୋଭାଲ)ଙ୍କ ବିୟୋଗରେ ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଏବଂ ବରେଣ୍ୟ ଅତିଥି ଭାବରେ ଭଦ୍ରକ ମୁନିସ୍‌ପାଲଟିର ପୈାରାଧ୍ୟକ୍ଷା ଗୁଲମକୀ ହବିବ ଦଲ୍‌ୱାଜି ଯୋଗଦେଇ ସ୍ୱର୍ଗତ ଆତ୍ମା ସେକ ସିରାଜୁଦ୍ଦିନ (ସରୋ) ଭାଇଙ୍କ ଭଦ୍ରକର ଭାଇଚାର ସହରର ସମ୍ବନୟ ରକ୍ଷା କରିବା ଦିଗରେ ଆଲୋଚନା କରାଯାଇଥିଲା। ଉକ୍ତ ସଭାରେ ଏସ.ଏମ୍‌. ଫାରୁକ ପାରମ୍ଭିକ ସୂଚନା ଦେଇଥିବା ବେଳେ ସମାଜସେବୀ ସୁଧାକର ରାଉତ ମଂଚ ଆହ୍ୱାନ କରିଥିଲେ। ସମାଜସେବୀ କାସିମ ଭାଇ, ହରି ନନ୍ଦି, ଲଲାଟେନ୍ଦୁ ମହାନ୍ତି, ମୁକତି ଭାଇ, ବିଦ୍ୟାଧର ସାହୁ, ରାଧାରାଣୀ ମହାପାତ୍ର, ମୁସ୍ତାକ ଗହ୍ୱର, ରାଜ କିଶୋର ଜେନା, ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ କୈଳାଶ ମହାପାତ୍ର, ଲକ୍ଷ୍ମୀକାନ୍ତ ବାରିକ, ନସିର ବକ୍ସ, କିରଣ ଚନ୍ଦ୍ର ଗୁଇଁ, ପୂର୍ବତନ କାଉନସିଲର ଅସରଫ ଅଲ୍ଲି ଓ ଅନ୍ୟାନ ବ୍ୟକ୍ତିମାନେ ଯୋଗଦେଇ ଦିବଂଗତ ଆତ୍ମାର ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.