Home ଜିଲ୍ଲା ପରିକ୍ରମା ପ୍ରଧାନଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର

ପ୍ରଧାନଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର

7

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରଧାନଶିକ୍ଷକଙ୍କ ମାଡରେ ଦ୍ୱିତୀୟଶ୍ରେଣୀ ଛାତ୍ର ଗୁରୁତର ହେବା ଘଟଣା ଏହି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଛାତ୍ରଟିକୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାକୁ ନେଇ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଦେଖିବାକୁ ମିଳିଛି । ଏହିଭଳି ଏକ ଅଭାବନୀୟ ଘଟଣା ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା କୁଆମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, ଏହି ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀ ଛାତ୍ର ସୁରଜ ମଣ୍ଡଳ ସାଥିପିଲାମାନଙ୍କ ସହ ଖେଳୁଥିବା ସମୟରେ ଦୁଷ୍ଟାମୀ କରିବା କାରଣରୁ ପ୍ରଧାନଶିକ୍ଷକ ବିଶ୍ୱନାଥ ଶତପଥୀ ମାଡ ମାରିଥିଲେ । ମାଡ ପରେ ସୁରଜ ବାନ୍ତି କରିବାରୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବଇଂଚା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣି ସୁରଜର ପିତା ଶ୍ରୀମନ୍ତ ମଣ୍ଡଳଙ୍କୁ ଖବରଦେଇଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ କୈାଣସି ସୁଧାର ନଆସିବାରୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ସିଆରସିସି ତ୍ରିଲୋଚନ ଦାସ କୁହନ୍ତି, ଏହି ଘଟଣା ସଂପର୍କରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଠାରୁ ଜଣାପଡିବା ପରେ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତର ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.