ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଜାତୀୟ କଂଗ୍ରେସ ଦଳର ସକ୍ରିୟ କର୍ମୀ ତଥା ଭଦ୍ରକ ମୁସଲିମ ଜମାତ ର ସମ୍ପାଦକ ଶେଖ ସିରାଜୁଦ୍ଦିନ ଓରଫ ସରୋ ଭାଇ ନାଁରେ ପରିଚିତ ଓ ସରୋ ଭାଇଙ୍କ ଗୁରୁବାର ସନ୍ଧ୍ୟା ୭ ଘଟିକା ସମୟରେ ୬୨ ବର୍ଷ ବୟସରେ ତାଙ୍କ ସାନ ଶଙ୍କରପୁର ମୋଜାହିଦ ନଗର ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁରେ ଭଦ୍ରକ ଜଣେ ସାମାଜିକ ସଂଗଠନ ଜଗତର ଗୋଟିଏ ସିପାହୀ କୁ ହରାଇଲା ଓ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ତାଙ୍କ ବାସଭବନରେ ପ୍ରବଳ ଭିଡ଼ ଜମିଥିଲା । ନିକଟ ଅତୀତରେ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଶାନ୍ତ ସରଳ ସ୍ୱଭାବର ମଣିଷ ଥିଲେ ଓ ତାଙ୍କ ମିଷ୍ଟ ଭାଷା ସମସ୍ତଙ୍କୁ ଆପଣାଇ ନେଉଥିଲେ । ମୁସଲିମ ଜମାତରେ ୬୨ ବସ୍ତି କୁ ନେଇ ଏକ ଭଦ୍ରକ ମୁସଲିମ ଜମାତ କମିଟି ତିଆରି ହୋଇଛି । ସୂଚନା ଯୋଗ୍ୟ ଯେ ଏହି ମୁସଲିମ ଜମାତରେ କୌଣସି ଦୁଇ ବସ୍ତି ଭିତରେ କିଛି ଅଘଟଣା ସୃଷ୍ଟି ହେଲେ ସେଇଠୁ ସରୋ ଭାଇ ଙ୍କୁ ଖୋଜା ଯାଏ , ସେହି ବସ୍ତି କୁ ସମାଧାନ କରିବାକୁ ପଠାନ୍ତି ଏବଂ ସମାଧାନ ମଧ୍ୟ ହୋଇଯାଏ । ସରୋ ଭାଇ ଜାତୀୟ କଂଗ୍ରେସ ଦଳର ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରିଛନ୍ତ। ଶେଷ ନିଶ୍ୱାସ ତ୍ୟାଗ କରିବା ଯାଏଁ ସେ ଭଦ୍ରକ ମୁସଲିମ ଜମାତ ର ସମ୍ପାଦକ ଭାବେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ ନିରବଛିନ୍ନ ଭାବେ ନିଜର ଦାୟିତ୍ୱ ସମ୍ବାଳି ଥିଲେ ଏବଂ ବିଭିନ୍ନ ବିଭିନ୍ନ କମିଟିରେ ସଭ୍ୟ ହୋଇ କାର୍ଯ୍ୟ କରିଛନ୍ତ। ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ତାଯେ଼ା ବିବି , ୩ ବିବାହିତ ପୁଅ ଶେଖ ନିୟାଯୁଦ୍ଦିନ , ଅଜହର ନଶିମ, ଶେଖ ଅଲିମୁଦ୍ଦିନ , ଏବଂ ୨ ଝିଅ ସମ୍ମା ପରବିନ , ସବନମ ପରବିନ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ , ମୁସଲିମ ଜମାତ ର ଉପ ସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସମ୍ପାଦକ ହାଜୀ ଏନାମ ମହମ୍ମଦ , ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ , ମୁସଲିମ ଜମାତ ର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କ ବସଭାବନରେ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶୁକ୍ରବାର ଅପରାହ୍ନ ୨ ଘଟିକା ସମୟରେ ଟ୍ରେନିଂ ସ୍କୁଲ ପଡିଆ ଠାରେ ଜନାଜା ନମାଜ ପାଠ କରାଯାଇ ତାଙ୍କ ବାସଭବନ ପରିସରରେ କବର ଦିଆ ଯାଇଛ।








