Home ଜିଲ୍ଲା ପରିକ୍ରମା ନରହରିପୁରରେ ପୋଲ ନିର୍ମାଣକୁ ନେଇ ବଢୁଛି ଅସନ୍ତୋଷ,ବିବାଦ ନତୁଟିବା ଆଗରୁ କାମ ଆରମ୍ଭ କଲେ ଏସଡିଓ...

ନରହରିପୁରରେ ପୋଲ ନିର୍ମାଣକୁ ନେଇ ବଢୁଛି ଅସନ୍ତୋଷ,ବିବାଦ ନତୁଟିବା ଆଗରୁ କାମ ଆରମ୍ଭ କଲେ ଏସଡିଓ ଓ ଠିକାଦାର

3

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଭଟ୍ଟସାହୀ ପଞ୍ଚାୟତ ଅନ୍ତର୍ଗତ ନରହରିପୁର ଠାରେ କଣ୍ଡିଆ ନଦୀ ଉପରେ ଚାଲିଥିବା ପୋଲ ନିର୍ମାଣ କାର୍ଯ୍ୟ ଏବେ ବିବାଦ ଘେରକୁ ଚାଲିଆସିଛି। ପୋଲର ପ୍ରକୃତ ସ୍ଥାନ ନିରୂପଣ କୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ, ସ୍ଥାନୀୟ ଲୋକଙ୍କ ସହମତି ବିନା ଆର ,ଡି ବିଭାଗ କାମ ଆରମ୍ଭ କରିବା ଜନ ଅସନ୍ତୋଷକୁ ତୀବ୍ର କରିଛି। ସୁଚନା ଥାଉକି ପ୍ରାୟ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପୋଲ ନିର୍ମାଣ ପାଇଁ ଯୋଜନା ହୋଇଛି। ମାତ୍ର ପୋଲଟି ନରହରିପୁର-ଫଳପୁର ଠାରେ ହେବ ନା ସେଠାରୁ ୧୦୦ ମିଟର ଦୂରରେ ହେବ, ସେ ନେଇ ଗ୍ରାମବାସୀଙ୍କ ମଧ୍ୟରେ ମତଭେଦ ରହିଛି। ଏହି ସ୍ଥାନ ବିବାଦକୁ ନେଇ ଦୁଇ ଦିନ ତଳେ ଶାସକ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ଯେଉଁଥିରେ ୨୦ରୁ ଅଧିକ ଲୋକ ଆହତ ହୋଇ ଏବେ ବି ଚିକିତ୍ସିତ ହେଉଛନ୍ତି। ପୋଲିସ ମଧ୍ୟ ଏହି ମାମଲାରେ ତଦନ୍ତ ଜାରି ରଖିଛି। ଏଭଳି ଏକ ସମ୍ବେଦନଶୀଳ ସ୍ଥିତିରେ ସମାଧାନର ବାଟ ବାହାର କରିବା ପରିବର୍ତ୍ତେ, ଆର .ଡି ବିଭାଗୀୟ ଏସଡିଓ ରଞ୍ଜନ ନାୟକ ଓ ସମ୍ପୃକ୍ତ ଠିକାଦାର ଏକପାଖିଆ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଭୟ ପକ୍ଷ ଙ୍କୁ ଡକାଇ ଆଲୋଚନା ମାଧ୍ୟମରେ ସ୍ଥାନ ନିରୂପଣ କରିବା ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ ସୁଦ୍ଧା ଏସଡିଓ ଏହାକୁ କର୍ଣ୍ଣପାତ କରୁନାହାନ୍ତି।ଉପରୁ ନିର୍ଦ୍ଦେଶ ଅଛି, ସେହି ଅନୁସାରେ କାମ ହେବ, ମୋତେ କିଛି ପଚାରନ୍ତୁ ନାହିଁ” – ଏଭଳି ରୁକ୍ଷ ଜବାବ ଦେଇ ଏସଡିଓ ନିଜ ଦାୟିତ୍ୱ ରୁ ଖସି ଯାଉଥିବା ଅଭିଯୋଗ ହେଉଛି।ଏସଡିଓ ଓ ଠିକାଦାରଙ୍କ ଏହି ମନ୍‌?ମାନି କାର୍ଯ୍ୟ ଯୋଗୁଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀଙ୍କ କହିବା କଥା ଯେ, ଯଦି ଉଚିତ୍ ସ୍ଥାନରେ ପୋଲ ନିର୍ମାଣ ନହୁଏ, ତେବେ ଏହା ଭବିଷ୍ୟତରେ କୌଣସି କାମରେ ଆସିବ ନାହିଁ। ଏହି ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉଭୟ ପକ୍ଷଙ୍କ ସହମତିରେ ଉଚିତ୍ ସ୍ଥାନରେ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ଜୋର ଧରିଛି। ନଚେତ ଆଗାମୀ ଦିନରେ ଏହା ଏକ ବଡ଼ ଧରଣର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ସୁଚନା ଥାଉକି ଏହି ପୋଲ ନିର୍ମାଣ ର ସ୍ଥାନ ନିରୂପଣ ପାଇଁ ନରହରିପୁର ଗ୍ରାମ ରୁ ମହିଳା ଓ ପୁରୁଷ ମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କୁ ଭେଟି ସମାଧାନ ପାଇଁ ଅନୁରୋଧ କରିଥିଲେ ,ମନ୍ତ୍ରୀ ମଧ୍ୟ ଉଭୟଙ୍କୁ ବସାଇ ନିଷ୍ପତି ନେବାକୁ ପରାମର୍ଶ ଦେଇଥିଲେ,ମାତ୍ର ଆଜି ଠାରୁ ବିବାଦୀୟ ସ୍ଥାନରେ ପୋଲ ନିର୍ମାଣ ପାଇଁ ମାପଚୁପ ଆରମ୍ଭ ହୋଇଚି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.