Home ଜିଲ୍ଲା ପରିକ୍ରମା କୁଣ୍ଡୁଳା ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା

କୁଣ୍ଡୁଳା ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା

3

ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ବନ୍ତ ବ୍ଲକ ବାଲୁଙ୍କେଶ୍ୱର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ତ ରାମପୁର ପଞ୍ଚାୟତ କୁଣ୍ଡୁଳା ସ୍ଥିତ ଶଶି ଭୂଷଣ ନବ କିଶୋର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶରତ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସ୍ଥାନୀୟସରପଞ୍ଚ ଗିରିଧାରୀ ସାହୁ, ମୁଖ୍ୟବକ୍ତା ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନୀତ ଅତିଥି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ମଲ୍ଲିକ, ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ପିତାମ୍ବର ବେହୁରିଆ, ଶ୍ରୀଧର କୁମାର ପୃଷ୍ଟି, ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ରାଉତ୍‌, ପ୍ରାକ୍ତନ ବିଆର୍ ସିସି ସୋମନାଥ ସୁତାର, ରାମଚନ୍ଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ସନାତନ ଦାସ, ଚାରିତିରା କାଜିପୋଖରୀ ପ୍ରଧାନଶିକ୍ଷୟତ୍ରି ତପସ୍ୱନୀ ପହି, ବାଲୁଙ୍କେଶ୍ୱର ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନିରୁଦ୍ଧ ମଙ୍ଗଳ, ଶିକ୍ଷକ ନେତା ନରେନ୍ଦ୍ର କୁମାର ସାହୁ, ପ୍ରାକ୍ତନ ସିଆରସିସି କରୁଣାକର ନାୟକ, ସମାଜସେବୀ ଦାଶରଥି ମୁଦୁଲି, ପ୍ରତାପ ଚନ୍ଦ୍ର ବେହୂରିଆ, ବିଦ୍ୟାଳୟ କମିଟି ସଭାପତି ମାଧବା ନନ୍ଦ ସାହୁ, ଶିକ୍ଷକ ପ୍ରକାଶ କୁମାର ଜେନା , ଗୀତକାର ବିଷ୍ଣୁମୋହନ ପରିଡ଼ା , ନୀଳାମ୍ବର ଦାସ, ବିଶ୍ୱନାଥ ନାୟକ ପ୍ରମୁଖ ଯୋଗଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ହେବା ଫଳରେ ପିଲାମାନଙ୍କ ମଧ୍ୟ୍ୟରେ ଉତ୍ସାହ ବୃଦ୍ଧିପାଇଥାଏ ବୋଲି କହିଥିଲେ। ପ୍ରାରମ୍ଭରେ ଅତିଥି ଜଗତର ନାଥ ଜଗନ୍ନାଥ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡାରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀ ଓ ଶିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ଶେଷରେ ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଗଦାଧର ମହାପାତ୍ର ବାର୍ଷିକ ବିବରଣୀ ପଠନ, ବଳରାମ ଭୂୟା ଅତିଥି ପରିଚୟ, ଶିକ୍ଷୟତ୍ରୀ ମମତା ରାଉତ୍ ଧନ୍ୟବାଦ୍ ଅର୍ପଣ ପ୍ରଧାନ କରିଥିବା ବେଳେ ଶିକ୍ଷକ ମୁକୁନ୍ଦପ୍ରସାଦ ଜେନା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ। ଦିବସବ୍ୟାପି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ଅଭିଭାବକ ଓ ଗ୍ରାମବାସୀ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.