ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଗ୍ରାମ ପଂଚାୟତ ରେ ଐତିହାସିକ ଦେଶ ମେଳନ ୧୮୦୧ ମସିହାରୁ ମହାଆଡମ୍ବରରେ ପାଳିତ ହୋଇଆସୁଛି। ଚଳିତ ବର୍ଷ ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ଦିନ ମତୋ ଐତିହାସିକ ଦେଶ ମେଳନ ଅନୁଷ୍ଠିତ ହେବାକୁ ଯାଉଛି। ଯେହେତୁ ମତୋ ଗ୍ରାମ ପଂଚାୟତ ଏକ ଭାଇଚାରା ର ପଞ୍ଚାୟତ ଶାନ୍ତି ଶୃଙ୍ଖଳା କୁ ନଜରରେ ରଖି ଚାନ୍ଦବାଲି ପୋଲିସ ପ୍ରଶାସନ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ଥାନା ଅଧିକାରୀ ପରେଶ ମହାନ୍ତି ଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସାରା ଅଂଚଳ ର ବୁଦ୍ଧିଜିବୀ ଓ ଠାକୁର ବାଡିଆ,ଦଳଗତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାୟୀ ରଖିବା ପାଇଁଁ ଥାନା ଅଧିକାରୀ ଙ୍କ ସମେତ ସମସ୍ତ ସଦସ୍ୟ ସନ୍ମତି କରିଥିଲେ। ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ଲାଗୁଥିବା ରୁ ମତୋ ଐତିହାସିକ ଦେଶ ମେଳନ ର ସମସ୍ତ କାର୍ଯ୍ୟ ସୂଚି ନୂତନ ଭାବେ ତୁଲାଯିବା କଥା ମେଳନ କମିଟି ର ସଦସ୍ୟ କହିଛନ୍ତି।








