ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ମତୋ ଫାଣ୍ଡି ରେ ନୂତନ ଫାଣ୍ଡି ଅଧିକାରୀ ଙ୍କ ଯୋଗଦାନ। ନୂତନ ଫାଣ୍ଡି ଅଧିକାରୀ ଆଶିଷ ସେନାପତି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।ବିଗତ ଦିନ ରେ ଶ୍ରୀ ସେନାପତି ଭଦ୍ରକ ଜିଲ୍ଲା ର ଟାଉନ ଥାନାରେ ଦୁଇବର୍ଷ କାର୍ଯ୍ୟରତ ପରେ ଚାନ୍ଦବାଲି ଥାନା ରେ ଅଳ୍ପ କିଛିଦିନ କାର୍ଯ୍ୟ ପରେ ପୁଣି ମତୋ ଫାଣ୍ଡିରେ ମଙ୍ଗଳବାର ଦିନ କାର୍ଯ୍ୟ ରେ ଯୋଗଦାନ କରିଛନ୍ତି। ଚାନ୍ଦବାଲି ଥାନା ରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ ରତ ଥିଲେ। ସାଧାରଣ ଲୋକମାନଙ୍କୁ ନ୍ୟାୟ ଦେବା ରେ ମାହିର ବୋଲି ସାଧାରଣ ଲୋକ ଙ୍କ ମଧ୍ୟରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହାକୁ ନଜର ରେ ରଖି ମତୋ ଫାଣ୍ଡିର ଫାଣ୍ଡି ଅଧିକାରୀ ଦାୟିତ୍ୱ ତୁଲାଇ ପାରିବେ ବୋଲି ଭରଷା ରଖି ଦାୟିତ୍ୱ ପ୍ରଦାନ କରିଛନ୍ତି।








