Home ଜିଲ୍ଲା ପରିକ୍ରମା ତିହିଡି ବରିଷ୍ଠ ନାଗରିକ ସଂଘ ମୁଖପତ୍ର ବର୍ଷୀୟାନ ଶ୍ରେଷ୍ଠ ପତ୍ରିକା ଭାବେ ମନୋନୀତ

ତିହିଡି ବରିଷ୍ଠ ନାଗରିକ ସଂଘ ମୁଖପତ୍ର ବର୍ଷୀୟାନ ଶ୍ରେଷ୍ଠ ପତ୍ରିକା ଭାବେ ମନୋନୀତ

3

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବରିଷ୍ଠ ନାଗରିକ ସଂଘ ମୁଖ ପତ୍ର ବର୍ଷିୟନ ଶ୍ରେଷ୍ଠ ପତ୍ରିକା ଭାବେ ମନୋନୀତ ହୋଉଥିବା ଜଣାଯାଇଛି। ଅଖିଳ ଭାରତୀୟ ବରିଷ୍ଠ ନାଗରିକ ମହାସଂଘ ଆନୁକୁଲ୍ୟରେ ଦୁଇ ଦିନ ବ୍ୟାପୀ କୋଡ଼ିଏଟି ରାଜ୍ୟର ବରିଷ୍ଠ ନାଗରିକସଂଘକୁ ନେଇ ଆଇସ୍କନ ସଭାପତି କ୍ରିଷ୍ଣା ରାଇନାଙ୍କ ସଭାପତିତ୍ୱରେ କର୍ମ ଶ।ଳ। ଭୁବନେଶ୍ୱର ରେଳ ଅଡିଟରିଅମରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଓଡ଼ିଶା ରାଜ୍ୟ ସଂଗଠନ ସମ୍ପାଦକ ପ୍ରସନ୍ନ କୁମାର ଦାସଙ୍କ ସ୍ୱାଗତ ଭାଷଣ ।ଏଥିରେ ମୁଖ୍ୟ ଅତିଥି ଭାବେ ରାଜନେତା ପଦ୍ମଶ୍ରୀ ପଦ୍ମଚରଣ ନାୟକ, ସମ୍ମାନିତ ଅତିଥିଭାବେ ପଞ୍ଜାବର ଡ. ସମ୍ବିତ ପାତ୍ର, ନାରୀନେତ୍ରୀ ମାଥିଉ ଚେରିଆନ, ଭଗବତ କାଉର୍ ,କେରଳର ହନିଫା ରାଓଦିରଡର ନେପାଲ ରାଜପରିବାର ପ୍ରମୁଖ ବହୁ ବରିଷ୍ଠ ଉଚ୍ଚ ପଦାଧିକାରୀ ଅତିଥି ମାନେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ତିହିଡି ବରିଷ୍ଠ ନାଗରିକ ସଂଘ ପତ୍ରିକା ବର୍ଷୀୟାନ ଓଡ଼ିଶାର ତିରିଶ ଜିଲ୍ଲାରୁ ପ୍ରକାଶିତ ପତ୍ରିକା ମଧ୍ୟରୁ ଶ୍ରେଷ୍ଠ ପତ୍ରିକା ଭାବେ ଚୟନ କରାଯାଇ ଅର୍ଥ ରାଶି ସହ ପୁରସ୍କୃତ୍ କରାଯାଇଥିଲା। ରାଜ୍ୟ ମହାସଂଘ ସମ୍ପାଦକ ରାଜକିଶୋର ସାମନ୍ତରାୟ, ଭଦ୍ରକ ଜିଲ୍ଲା ମହାସଂଘ୍ ସମ୍ପାଦକ କୈଳାଶ ମହାପାତ୍ର, ତିହିଡି ବ୍ଲକ ସମ୍ପାଦକ ବିଭୂତି ଭୂଷଣ ସେନାପତିଙ୍କ ସଂପାଦକୀୟ ପ୍ରଶଂସିତ ହୋଇଥିଲା ।ପତ୍ରିକାରେ ଥିବା ବରିଷ୍ଠ ନାଗରିକଙ୍କ ଉପଦେଶ,ଆଇନ ଓ କର୍ତବ୍ୟ ଇତ୍ୟାଦି ଚୟନ କାରୀଙ୍କୁ ବିମୁଗ୍ଧ କରିଥିଲା।ଏହି ଅବସରରେ ତିହିଡି ବ୍ଲକ ସଂଯୋଜକ ସୁରେନ୍ଦ୍ର କୁମାର ନାୟକ,ସଭାପତି ସୋମନାଥ ପାଢ଼ି ଉପସଭାପତି ମହେଶ ଦାସ ,କାର୍ଯକାରୀ ସଭାପତି ଧନେଶ୍ୱର ବିଶ୍ୱାଳ ,ଜୋନ ସଭାପତି ନିତ୍ୟାନନ୍ଦ ମଲିକ, ହୃଷୀକେଶ ପଣ୍ଡା ,ମଥୁରା ମୋହନ ବେହେରା , ଉତର ପ୍ରଦେଶ ସଂଘ ଜିଲ୍ଲା ସଭାପତି ବ୍ରଜେସ ଉପାଧ୍ୟାୟ,କର୍ଣ୍ଣାଟକ ରାଜ୍ୟ ସଭାପତି ଦିନେଶ ଭଟ୍ଟ,ବମ୍ବେରୁ ଭି, ଏସ ଡାଙ୍ଗେ , ହାଇଦ୍ରାବାଦରୁ ମୋହନ ଭାଲ। ,କର୍ଣ୍ଣାଟକରୁ ପଦ୍ମକିନି, ଆନ୍ଧ୍ରରୁ ପି,ନାଗେଶ୍ୱର ରାଓ ଗୋଆରୁ ଉମେଶ ଏଗୁନକର ପ୍ରମୁଖ ବହୁ ବରିଷ୍ଠ ବିଦ୍ୱାନ ବର୍ଷୀୟାନ ପତ୍ରିକାର ଦୀର୍ଘ ଜୀବନ କାମନା କରିଥିଲେ । ଆଗାମୀ ଦିନରେ ଇଂରାଜୀ ଅନୁବାଦ କରି ପ୍ରତ୍ୟେକ ରାଜ୍ୟ ମହାସଂଘକୁ ପଠାଇବା ପାଇଁ ମତ ପ୍ରକାଶ ପାଇଥିଲା।ମଧ୍ୟପ୍ରଦେଶର ମେଘଚନ୍ଦ୍ର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.