ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ତରଫରୁ ବିଭିନ୍ନ ଖାଦ୍ୟ ପଦାର୍ଥର ଅପମିଶ୍ରଣକୁ ନେଇ ମିଳିତ ଚଢାଉ ଜାରି ରହିଥିଲା। ଏହି ଚଢାଉ କାର୍ଯ୍ୟକ୍ରମରେ ଖାଦ୍ୟ ନିରାପତା ବିଭାଗର ଫୁଡ୍ ସେଫଟି ଅଫିସର ବିଭୁଦତ ଦାସ, ଏପଫୋର୍ସମେଂଟ ଅଫିସର ଶିବରଂଜନ ମହାପାତ୍ର, ସାନିଟେସନ ଇନ୍ସିପେକ୍ଟର ମନୋରଂଜନ ରାଉତଙ୍କ ସହ ମିନହାଜ କ୍ୱାଦ୍ରୀ, ଶରତ ଚନ୍ଦ୍ର ରାଉତ, ପ୍ରକାଶ ଚନ୍ଦ୍ର ଦାସ, ସନ୍ତୋଷ ଦାସ, ବସନ୍ତ ବେହେରା ପ୍ରମୁଖ ସାମିଲ ଥିଲେ। ଭଦ୍ରକ ସହରାଂଚଳର ବନ୍ତଛକ ଅପତିବିନ୍ଧା ଛକ, ନ୍ୟୁ ବସ୍ଷ୍ଟାଣ୍ଡ, ଚରମ୍ପା ଅଂଚଳର ବିଭିନ୍ନ ହୋଟେଲ ଉପରେ ଚଢାଉ ହୋଇଥିଲା। ଚଢାଉ ସମୟରେ ବାସି ଖାଦ୍ୟ, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ପଲିଥିନ ବ୍ୟବହାର, ରଙ୍ଗ ବ୍ୟବହାର, ରନ୍ଧନଶାଳା ଗୁଡିକୁ ଯାଂଚ କରାଯାଇଥିଲା। ଯାଂଚ ସମୟରେ କେତେକ ହୋଟେଲରେ ଥିବା ଅବ୍ୟବସ୍ଥାକୁ ନେଇ ସେମାନଙ୍କ ଠାରୁ ୯ ହଜାର ଜରିମାନା ଆଦାୟ କରାଯାଇଛି।








