Home ଜିଲ୍ଲା ପରିକ୍ରମା ଲକ୍ଷ୍ମୀନାରାୟଣ ପୂଜାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟିତ,ଆଧ୍ୟାତ୍ମିକତା ମଣିଷ ଚେତନାକୁ ପରିମାର୍ଜିତ କରିଥାଏ

ଲକ୍ଷ୍ମୀନାରାୟଣ ପୂଜାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟିତ,ଆଧ୍ୟାତ୍ମିକତା ମଣିଷ ଚେତନାକୁ ପରିମାର୍ଜିତ କରିଥାଏ

2

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସିନ୍ଦୋଳ ପଂଚାୟତ ଅଧୀନ ଆରୁହାସ୍ଥିତ ଲକ୍ଷ୍ମୀନାରାୟଣ ପୂଜାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସୋମବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି ।ଏଥିରେ ପଣ୍ଡିତ ଦୈତ୍ୟାରୀ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ଫଳକ ଉଦଘାଟନ କରିଥିଲେ । ଏହିଅବସରରେ ସମାରୋହର ପ୍ରଥମ ଅଧିବେଶନ ପୂଜା କମିଟିର ପୂର୍ବତନ ସଭାପତି ଇଂ ଭାଗିରଥି ବେହେରା ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଏଥିରେ ଯୋଗଦେଇ ଆଧ୍ୟାତ୍ମିକତା ମଣିଷର ଚିନ୍ତା ଓ ଚେତନାକୁ ପରିମାର୍ଜିତକରି ଐଶ୍ୱରୀୟ ଶକ୍ତିକୁ ଜାଗ୍ରତ କରିବାରେ ସହାୟକ ହୋଇଥାଏ। ମୁଖ୍ୟବକ୍ତା ଭାବେ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ଦୈବୀବିଶ୍ୱାସ ମଣିଷର ସଫଳତାର ଆଶାକୁ ସହଜକରେ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଡ. ଲଷ୍ମୀଧର ତ୍ରିପାଠୀ, ଡ. ଅଭୟ ଦାସ, ସମିତିସଭ୍ୟ ନକୁଳ ଚନ୍ଦ୍ର ବାରିକ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । କବି ଡ. ଅମୂଲ୍ୟ ସେନାପତି ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ଅଜୟ କୁମାର ମଲ୍ଲିକ, ଧୀରେନ୍ଦ୍ର ବଳ, ପୂର୍ବତନ ସରପଂଚ ବୈକୁଣ୍ଠ ପାଣି, ମୀନକେତନ ସେନାପତି ଭଗବାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡି଼ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ନାୟକ ଓ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସମେତ ଅନ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସ୍ୱାଗତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ପୂଜା କମିଟି ସଭାପତି ପରମାନନ୍ଦ ନାୟକ, ସମ୍ପାଦକ ଦେବେନ୍ଦ୍ର ନାଥ ବାରିକ, କୋଷାଧ୍ୟକ୍ଷ ଦେବେନ୍ଦ୍ର ବାରିକ, ସରୋଜ କୁମାର ନାୟକ, ଅନିରୁଦ୍ଧ ବାରିକ, କମଳାକାନ୍ତ ଦାସ, ବଳରାମ ମଲ୍ଲିକ, କରୁଣାକର ନାୟକ, ରବିନ୍ଦ୍ର ଦାସ, ଅଶ୍ୱିନୀ ମଲ୍ଲିକ, ମାନସ ରଞ୍ଜନ ସେନାପତି ,ନାରାୟଣ ପୃଷ୍ଟି ,ଲଷ୍ମୀଧର ଦାସ, ରତିକାନ୍ତ ନାୟକ,ଭାସ୍କର ଦାସ, ଅଶ୍ୱନି ମଲ୍ଲିକ,ସୁକାନ୍ତ ନାୟକ,ସୀମାଞ୍ଚଳ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.