Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ରଜତ ଜୟନ୍ତୀ ଉତ୍ସବ

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ରଜତ ଜୟନ୍ତୀ ଉତ୍ସବ

5

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର, ନୂତନ କର୍ମକର୍ତା ନିର୍ବାଚନ ଓ ରଜତ ଜୟନ୍ତୀ ଉତ୍ସବ ସଂଘର ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ ଭବନ’ କୁଆଁସ ଠାରେ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ଅନାଦି ଚରଣ ଦାସ, କରୁଣାକର ଉପାଧ୍ୟାୟ, ବସନ୍ତ କୁମାର ଦେ, ବିକାଶ କୁମାର ମହାନ୍ତି, ରାଜେନ୍ଦ୍ର ପାତ୍ର, ବାମନ ଚରଣ ରାଉତଙ୍କ ଦ୍ୱାରା ସଦସ୍ୟ, ସଦସ୍ୟା, ଛାତ୍ର, ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପଞ୍ଜିକରଣ ପରେ ନିର୍ବାଚନ ଅଧିକାରୀ ଭାବେ ଡେପୁଟି କଲେକ୍ଟର ଶ୍ୱେତାଶ୍ରୀ ମହାପାତ୍ର, ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡ଼ା, ପ୍ରଧାନ ଶିକ୍ଷକ ସରୋଜ କୁମାର ପ୍ରଧାନଙ୍କ ଦ୍ୱାରା ସଂଘର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ଉପସଭାପତି ଶାନ୍ତନୁ କୁମାର ରାଉତଙ୍କ ଦ୍ୱାରା ମଂଚ ଆମନ୍ତ୍ରଣ କରାଯାଇଥିଲା। ସଂଘର ସଭାପତି ଦିଗମ୍ବର ମହାନ୍ତିଙ୍କ ପୌରୋହିତ୍ୟରେ ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଡେପୁଟି କଲେକ୍ଟର ଶ୍ୱେତାଶ୍ରୀ ମହାପାତ୍ର ମୁଖ୍ୟ ଅତିଥି ଭାବରେ, ସମ୍ମାନିତ ଅତିଥିଭାବେ ଡଃ ବ୍ରଜମୋହନ ମିଶ୍ର ଓ ଡାକ୍ତର ରବୀନ୍ଦ୍ର କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ବାବାଜୀ ଚରଣ ପଣ୍ଡା, ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକ, କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତି ମଂଚାସୀନ ଥିଲେ। ସମସ୍ତ ଅତିଥିଙ୍କ ଉପସ୍ଥିତିରେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମୁଖ୍ୟ ଅତିଥି ରଜତ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ବେଦପାଠ କରିଥିଲେ ପଣ୍ଡିତ ଘନଶ୍ୟାମ ଲେଙ୍କା ଓ ଗାନ୍ଧି ଓଡ଼ିଶା ବାଳାଶ୍ରମର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାରମ୍ଭିକ ସଂଗୀତ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ଅଜିତ କୁମାର ନାୟକ, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସଭାପତି ଦିଗମ୍ବର ମହାନ୍ତି, ସଂଘର ରଜତ ଜୟନ୍ତୀ ସ୍ମରଣିକା ‘ଉତରଣ’ ମୁଖ୍ୟ ଅତିଥି ଓ ଅତିଥି ବୃନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଲୋକାର୍ପଣ କରାଯାଇଥିଲା। ସ୍ମରଣିକାର ସଂପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଡଃ ଗୋଲକ ବିହାରୀ ସାହୁ, ଅତିଥି ବୃନ୍ଦଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ସଂଧାରଣ ସଂପାଦକ ପ୍ରଭାକର ମଲ୍ଲିକ। ମୁଖ୍ୟ ଅତିଥି ଶ୍ୱେତାଶ୍ରୀ ମହାପାତ୍ର ତାଙ୍କର ବକ୍ତବ୍ୟ ମାଧ୍ୟମରେ ବୟସ୍କଙ୍କର ସମାଜ ପ୍ରତି ପ୍ରତିବଦ୍ଧତା, ସେମାନଙ୍କର ସେବା, ତ୍ୟାଗ ଓ ଦିଗ୍‌ଦର୍ଶନ ସଂପର୍କୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଡଃ ବ୍ରଜମୋହନ ମିଶ୍ର ତାଙ୍କର ବକ୍ତବ୍ୟ ମାଧ୍ୟମରେ ସମାଜର ଅବସ୍ଥା, ସେଥିପ୍ରତି ବୟସ୍କଙ୍କର ଭୂମିକା ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଡାକ୍ତର ରବୀନ୍ଦ୍ର କୁମାର ନାୟକ ତାଙ୍କ ବକ୍ତବ୍ୟରେ ବୃଦ୍ଧାବସ୍ଥାର ରୋଗ, ତାହାର ଯତ୍ନ ସେଥିପ୍ରତି ସଚେତନ ଓ ସତର୍କ ସଂପର୍କୀୟ ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀରେ ପ୍ରୟୋଗ ସଂପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ ବୟସ୍କଙ୍କ ଆଧ୍ୟାତ୍ମିକ କାର୍ଯ୍ୟ, ସମାଜସେବାରେ ବରିଷ୍ଠମାନେ ନିଜର ଅଙ୍ଗୀକାରବଦ୍ଧତା ସଂପର୍କରେ ବିଭିନ୍ନ ଉଦାହରଣ ଓ ଗଳ୍ପ ମାଧ୍ୟମରେ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତି ସଂଘୀୟ ଏକତା, ସଂଘର କାର୍ଯ୍ୟକ୍ରମରେ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ସଂଘର ଅଶୀବର୍ଷୀୟ ସଦସ୍ୟ ପ୍ରଫେସର ଡଃ ରାଧା ବିନୋଦ ନାୟକ, ରବୀନ୍ଦ୍ର କୁମାର ମହାନ୍ତି, ସର୍ବେଶ୍ୱର ପଟ୍ଟନାୟକ, ଶଶୀ ଭୂଷଣ ଜେନା, ପ୍ୟାରୀମୋହନ ବେହେରା, ପ୍ରଭାକର ମଲ୍ଲିକ ଓ ସଦସ୍ୟା ଶୋଭନିକା ମହାନ୍ତି, ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ବେହେରା, ଜିଲ୍ଲାସ୍କୁଲ ଭଦ୍ରକର ଶିକ୍ଷୟିତ୍ରୀ ଲିପ୍‌ସିତା ବିଶ୍ୱାଳଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲକ୍ଷ୍ମଣ କୁମାର ମହାନ୍ତି, ହରମୋହନ କୁଅଁର, ମୁକ୍ତିକାନ୍ତ ମହାପାତ୍ର, ରାମଚନ୍ଦ୍ର କର, ରମାକାନ୍ତ ନାୟକ, ଯୁଧିଷ୍ଠିର ବାରିକ, ବାଦଲ କିଶୋର ମହାପାତ୍ର। ସଂଘର ସଦସ୍ୟ ସଦସ୍ୟାଙ୍କ ପକ୍ଷରୁ ପ୍ରଦତ ସ୍ଥାୟୀ ଜମାରାଶିର ବାର୍ଷିକ ସୁଧରୁ ସେମାନଙ୍କର ଇଚ୍ଛା ଓ ସର୍ତାନୁସାରେ ବିଭିନ୍ନ ବିଦ୍ୟାଳୟର ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ପରୀକ୍ଷା ଓ ବିଦ୍ୟାଳୟ ସ୍ତରୀୟ ପରୀକ୍ଷା ୨୦୨୫ ମସିହାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସ୍ୱରୂପ ଟ୍ରଫି, ପ୍ରମାଣ ପତ୍ର ଓ ପୁଷ୍ପଗୁଚ୍ଛ ମାଧ୍ୟମରେ ଅତିଥିଙ୍କ ଦ୍ୱାରା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଦରିଦ୍ର ନାରାୟଣ ସେବାକାର୍ଯ୍ୟ ପରିଚାଳନା କରିଥିଲେ ତାରକ ଦାସ ଆଢ଼୍ୟ କାର୍ଯ୍ୟକ୍ରମର ସୁପରିଚାଳନାରେ ଇଂ ଅଭିମନ୍ୟୁ ବାରିକ, ଅରୁଣ ମିତ୍ର, ଦୈତ୍ୟାରି ଦାସ, କାଶୀନାଥ ସାହୁ, ଡଃ ଭାଗବତ ତ୍ରିପାଠୀ, ଡଃ ମନୀନ୍ଦ୍ର ମହାନ୍ତି, କ୍ଷୀରୋଦ ଚନ୍ଦ୍ର ମିଶ୍ର, ସଂଗ୍ରାମ ସାହୁ, ଡଃ କ୍ଷୀରୋଦ କୁମାର ସାମଲ, କମଳାକାନ୍ତ ସ୍ୱାଇଁ, ପ୍ରଶାନ୍ତ କୁମାର ଦେ, ଇଂ କମଳାକାନ୍ତ ବେହେରା, ସ୍ନେହଲତା ବେହେରା, ଗୀତାରାଣୀ ଆଇଚ, ସଂଗୀତା ଦେ, ଗୀତାରାଣୀ ମହାନ୍ତି, କାଶୀନାଥ ପଣ୍ଡା, ଦୁଃଶାସନ ମହାନ୍ତି, ଚନ୍ଦ୍ର ମୋହନ ମହାନ୍ତି, ବିଦ୍ୟାଧର ଦାସ, ସୋମନାଥ ନାୟକ, ଆଦିତ୍ୟ କୁମାର ଗୋସ୍ୱାମୀ, ରମେଶ ଚନ୍ଦ୍ର ଦାସ, ବିଶ୍ୱନାଥ ନାୟକ, ନୃସିଂହ ଚରଣ ପଣ୍ଡା, ଗୟାଧର ପଣ୍ଡା, ଡାକ୍ତର ନିର୍ମଳ ଚନ୍ଦ୍ର ପଣ୍ଡା, ବସନ୍ତ କୁମାର ସାହାଣୀ, ଉପେନ୍ଦ୍ର ନାଥ ରାଉତ, ମମ୍‌ତାଜ ଖାଁ, ସତ୍ୟଭାମା ପାଢ଼ୀ, ପଙ୍କଜିନୀ ମହାପାତ୍ର, ଗୀତା କୁମାର ପରିଡ଼ା, ହରେକୃଷ୍ଣ ସାହୁ, ଗୋପାଳ ଚରଣ ସେଠୀ, ବୀରନାରାୟଣ ଦାସ, ବିନୟ କୁମାର ପଣ୍ଡା, ଡଃ ଶୈଳେନ୍ଦ୍ର ନାରାୟଣ ପାଢ଼ୀ, ବିଜୟ କୁମାର ନାୟକ, ଇଂ ଭାଗବତ ବିଶ୍ୱାଳ, ବିଜୟ ଭୂଷଣ ଦୀକ୍ଷିତ୍‌, ଇଂ ଉମାକାନ୍ତ ପାତ୍ର, ସେବତୀଲତା ନାୟକ, ଆଶିଷ କୁମାର ଦେବ ଗୋସ୍ୱାମୀ ଓ ପ୍ରମୁଖ ବହୁ ସଂଖ୍ୟକ ସଦସ୍ୟ ସଦସ୍ୟା ଓ ଧାମନଗର ଜୋନରୁ ରାମଚନ୍ଦ୍ର ସାହୁ, ଆଗରପଡ଼ା ଜୋନରୁ ସନ୍ତୋଷ କୁମାର ମହାନ୍ତି ଉପସ୍ଥିତ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ କରୁଣାକର ଉପାଧ୍ୟାୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.